Below header

ଶରୀରର ଇମ୍ୟୁନିଟି ବଢାଇବାକୁ ଚାହୁଁଥିଲେ ପ୍ରତିଦିନ ପିଅନ୍ତୁ ଏହି ସ୍ପେଶାଲ ଜୁସ

ଗରମ ଦିନରେ ଲୋକେ ସାଧାରଣତଃ ଲାଉ ଖାଇବାକୁ ପସନ୍ଦ କରନ୍ତି । କିନ୍ତୁ ତରକାରୀ ବ୍ୟତୀତ ଏହାର ଜୁସ ପିଇବା ବି ଶରୀର ପାଇଁ ଖୁବ ଲାଭ ଦାୟୀ ହୋଇଥାଏ । ଲାଉରେ 12 ପ୍ରତିଶତ ପାଣି ଓ ଫାଇବର ମହଜୂତ ଥାଏ ।  ଯାହାଦ୍ୱାରା ଡିହାଇଡ୍ରେସନ ତଥା ପାଚନ ସମ୍ବନ୍ଧୀୟ ସମସ୍ୟା ବି ଦୂର ହୋଇଥାଏ । ଆପଣ ହୁଏତ ଜାଣି ନଥିବେ ଲାଉ ସେବନ ଶରୀରର ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ବଢ଼ାଇଥାଏ । ଜାଣି ରଖନ୍ତୁ କଣ କଣ ରହିଛି ଫାଇଦା:

gaurd

ହାଇ ବ୍ଲଡ଼ ପ୍ରେସର:

ଲାଉରେ ଭରପୁର ପରିମାଣରେ ପୋଟାସିୟମ ଥାଏ । ଯାହା ଦ୍ୱାରା ବ୍ଲଡ଼ ପ୍ରେସର ରେଗୁଲେଟ ହେବା ସହ ହୃଦ ରୋଗ ସହ ଜଡିତ ସମସ୍ତ ପ୍ରକାର ସମସ୍ୟା ବି ଦୂର ହୋଇଥାଏ ।

ଶରୀର ଥଣ୍ଡା ରଖେ:

ଶରୀର ଗରମ ହେଲେ ମୁଣ୍ଡ ବିନ୍ଧା ସମେତ ଅପଚନ ଜନିତ ସମସ୍ୟା ବି ଉପୁଜିଥାଏ । ଏଥିରୁ ତ୍ରାହି ପାଇବା ପାଇଁ ପ୍ରତିଦିନ ଲାଉ ରସ ସେବନ କରନ୍ତୁ ।

ଇମ୍ୟୁନିଟି ସିଷ୍ଟମ ଶକ୍ତ କରେ:

ପ୍ରତିଦିନ ସକାଳେ ଗୋଟେ ଗ୍ଲାସ ଲାଉ ରସ ପିଇବା ଦ୍ୱାରା ଶରୀରର ଇମ୍ୟୁନିଟି ଷ୍ଟ୍ରଙ୍ଗ ହେବା ଦୀର୍ଘ ଦିନର କବ୍ଜ ଜନିତ ସମସ୍ୟା ଦୂର ହୋଇଥାଏ ।

Weight Loss: How lauki (bottle gourd) can help you lose weight

ଲିଭର ସମସ୍ୟା ଭଲ କରେ:

ଅଧିକ ଗରିଷ୍ଠ ଖାଦ୍ୟ ଖାଇବା ଦ୍ୱାରା, ମଦ ପିଇବା ଦ୍ୱାରା ଲିଭର ଖରାପ ହେବାକୁ ଲାଗିଥାଏ । ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ଲାଉ ଓ ଅଦା ଜୁସ ପିଇବା ଉଚିତ ।

ୟୁରିନ ଇନଫେକ୍ସନ ଦୂର କରେ:

ଯଦି ଆପଣ ମୂତ୍ରାଶୟ ଜନିତ ସମସ୍ୟାରେ ପୀଡିତ ତେବେ ଏଥିପାଇଁ ଲାଉ ରସ ଖୁବ ଲାଭକାରୀ ହେବ ।

ଓଜନ ନିୟନ୍ତ୍ରଣ କରିବ:

ମୋଟାପଣ ଜନିତ ସମସ୍ୟା ଭୋଗୁଥିବା ଲୋକେ ଓଜନ ନିୟନ୍ତ୍ରଣକୁ ଆଣିବା ପାଇଁ ଅନେକ ଉପୟ ଅବଲମ୍ବନ କରିଥାନ୍ତି । ଦିନକୁ ଘଣ୍ଟା ଘଣ୍ଟା ଜିମରେ ବିତେଇ ଥାନ୍ତି । ଯାହା ଫଳରେ ଶରୀର ଦୁର୍ବଳ ହୋଇଯାଇଥାଏ । ତେଣୁ କରି ଓଜନ କମାଇବାରେ ସବୁଠୁ ସହଜ ଉପାୟ ହେଉଛି ଲାଉ ରସ । ଏହାକୁ ସକାଳେ ପିଇବା ଦ୍ୱାରା ଦିନ ଯାକ ଭୋକ ନିୟନ୍ତ୍ରଣରେ ରହିବ ସହିତ ଦୁର୍ବଳ ମଧ୍ୟ ଲାଗେନାହିଁ ।
ଜାଣି ରଖନ୍ତୁ ପ୍ରସ୍ତୁତି ପ୍ରଣାଳୀ:

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.