Below header

ଦରଜ ହେଉଛିକି ଆପଣଙ୍କ ପାଦ, ତେବେ ଜାଣି ରଖନ୍ତୁ ଏହା ପଛର ୩ଟି କାରଣ

ଶରୀରରେ ପୋଷାକ ତତ୍ତ୍ୱର ଅଭାବ ହେତୁ ଲୋକଙ୍କ ଥରେ ଅନେକ ସମସ୍ୟା ଦେଖା ଦେଇଥାଏ । ଶାରୀରିକ ଦୁର୍ବଳତା ସହ ମାନସିକ ବିକାଶ ମଧ୍ୟ ଠିକ ଭାବେ ହୋଇପାରେ ନାହିଁ । କେବେ କେବେ ଏଧରଣର ରୋଗ ବିରାଟ ଆକାର ଧାରଣ କରେ । କିନ୍ତୁ ଏହା ପଛରେ ଥିବା ଅନେକ କାରଣ ଗୁଡିକ ଭିତରେ ଖାଦ୍ୟ ପେୟରେ ଅନିୟମିତତା , ଷ୍ଟ୍ରେସ , ବ୍ୟସ୍ତବହୁଳ ଲାଇଫ ଷ୍ଟାଇଲ ଆଦି ପ୍ରମୁଖ । ଏମିତିରେ ଏହି ଛୋଟ ଛୋଟ ଲକ୍ଷଣ ଗୁଡିକ କିନ୍ତୁ ଆଗକୁ ଏକ ମାରାତ୍ମକ ସମସ୍ୟାରେ ପରିବର୍ତ୍ତନ ହୋଇପାରେ । ଏହି ସମସ୍ୟା ଗୁଡିକ ଭିତରୁ ଗୋଟିଏ ହେଉଛି ଶୋଇବା ସମୟରେ ପାଦର ସିରା ପ୍ରଶିରା ଗୁଡିକ ଫୁଲିଯିବା ।

foot care

ଶୋଇବା ସମୟରେ ଯଦି କାନ୍ଧ, ହାତ, ଗୋଡ ଆଦିର ସିରା ଫୁଲିଯାଏ ତେବେ ପରଦିନ ସକାଳେ ପୂରା ଦିନ ଦେହ ଖରାପ ଲାଗିଥାଏ । ଏମିତିକି ଶରୀରରେ ଜୋରରେ ଦରଜ ହେବା ଆରମ୍ଭ ହୋଇଯାଏ । ଦିନ ତମାମ କୌଣସି କାମରେ ମନ ଲାଗେ ନାହିଁ । ତେବେ ଆସନ୍ତୁ ଜାଣିବା କେଉଁ କାରଣ ଯୋଗୁଁ ଏପରି ସମସ୍ୟା ଦେଖାଦିଏ ।

– ଶରୀରରେ ଭିଟାମିନ -ସିର ଅଭାବ କାରଣରୁ ଅନେକ ସମସ୍ୟା ଦେଖାଦିଏ । ଏହି ଭିଟାମିନ ଅଭାବରୁ ସର୍ଦ୍ଦି , କାଶ ବାଦ ଅନେକ ପ୍ରକାର ସଂକ୍ରମଣ ମଧ୍ୟ ହୋଇଥାଏ ।

– ଅନ୍ୟ ପକ୍ଷରେ ଭିଟାମିନ-ସିକୁ ତ୍ୱଚା ଓ ବାଳର ପ୍ରମୁଖ ଉତ୍ସ ଭାବେ ଧରାଯାଏ । ସ୍କିନ ଓ ଚୁଟିରେ ବି ଏକ ପ୍ରକାର ଚମକ ଆସିଥାଏ | ରକ୍ତ କୋଷିକା ଗୁଡିକୁ ମଜବୁତ କରିବାରେ ଏହା ପ୍ରମୁଖ ଭୂମିକା ନେଇଥାଏ ।

body

– ଏହି ସମସ୍ୟାରୁ ରକ୍ଷା ପାଇବା ପାଇଁ ଭିଟାମିନ ସି ଯୁକ୍ତ ଖାଦ୍ୟ ଯେମିତିକି ସନ୍ତରା, ମୌସମବି, ଅଙ୍ଗୁର, ଲେମ୍ବୁ ଆଦି ଫଳର ସେବନ ବି କରି ପାରିବେ ।

– ହାତ ପାଦରେ ଦରଜ ହେବାର କାରଣ ଶରୀରରେ ହିମୋଗ୍ଲୋବିନ ଅଭାବ ବି ହୋଇପାରେ । ଏହାର ଅଭାବରୁ ଶରୀରରେ ବ୍ଲଡ଼ ସାରକ୍ୟୁଲେସନ ବି ଠିକ ଭାବେ ହୋଇପାରେ ନାହିଁ । ତେଣୁ ହିମୋଗ୍ଲୋବିନ ଭରପୁର ଖାଦ୍ୟ ଏହି ସମୟରେ ଖାଆନ୍ତୁ ।

-ଶରୀରରେ ଆଇରନର ଅଭାବ ହେଲେ ବି ଏପରି ଜଟିଳ ସମସ୍ୟା ଦେଖାଦେଇଥାଏ । ଶରୀରର ଏହି ସମସ୍ୟାକୁ ଦୂର କରିବା ପାଇଁ ଭରପୁର ମାତ୍ରାରେ ଆଇରନ ଯୁକ୍ତ ଖାଦ୍ୟ ଖାଆନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.