ସୁଗାର ଫ୍ରି ଭାବି ଖାଉଛନ୍ତି କି ଏହି ଜିନିଷ ? ଜାଣନ୍ତୁ କେତେ ମାତ୍ରାରେ ରହିଛି ଚିନି

ଆପଣମାନେ ଜାଣିଛନ୍ତି କି ? କିଛି ଏପରି ଜିନିଷ ଅଛି ଯାହାକୁ ଆମେ ଭୁଲରେ ସୁଗାର ଫ୍ରି ଭାବିଥାନ୍ତି, ହେଲେ ବାସ୍ତବରେ ତାହା ସୁଗାରରେ ଭରପୁର ହୋଇଥାଏ । ତେବେ ଆସନ୍ତୁ ଆମେ ଆଜି ଆପଣମାନଙ୍କୁ ସେହି ଭଳି କିଛି ଜିନିଷ ବିଷୟରେ ଜଣାଇବୁ ଯେଉଁଥିରେ ସୁଗାର ଭରପୁର ମାତ୍ରାରେ ରହିଥାଏ ।

ଆପଣମାନେ ତ ଜାଣିଥିବେ ଆମ ଶରୀର ପାଇଁ ଚିନି କେତେ କ୍ଷତିକାରକ ହୋଇଥାଏ । ତେବେ ଚିନିରେ କୌଣସି ପ୍ରକାରର ପୋଷକ ତତ୍ତ୍ୱ ନଥାଏ । ଏହା କେବଳ ଶରୀର ପାଇଁ କ୍ୟାଲୋରୀର ସ୍ଥର ନିୟନ୍ତ୍ରଣ କରିଥାଏ । ତେବେ ଆପଣମାନେ ତ ଜାଣିଥିବେ ଯେ ଚିନି ଖାଇବା ଦ୍ୱାରା ଆମ ଓଜନ ବଢିଯାଏ । ଏହାସହ ଡାଇବେଟିସ୍‌ ଓ ହାର୍ଟ ଆଟାକ ଭଳି ରୋଗର ସମସ୍ୟା ବଢିଯାଇଥାଏ । ସେଥିପାଇଁ ପ୍ରାୟତଃ ଲୋକମାନେ ନିଜ ଡାଏଟ୍‌ରେ ଚିନି ସାମିଲ କରନ୍ତି ନାହିଁ ବା କମ କରିଦିଅନ୍ତି । ହେଲେ ଏହା କଣ ଆପଣମାନେ ଜାଣିଛନ୍ତି କି ? କିଛି ଏପରି ଜିନିଷ ଅଛି ଯାହାକୁ ଆମେ ଭୁଲରେ ସୁଗାର ଫ୍ରି ଭାବିଥାନ୍ତି, ହେଲେ ବାସ୍ତବରେ ତାହା ସୁଗାରରେ ଭରପୁର ହୋଇଥାଏ । ତେବେ ଆସନ୍ତୁ ଆମେ ଆଜି ଆପଣମାନଙ୍କୁ ସେହି ଭଳି କିଛି ଜିନିଷ ବିଷୟରେ ଜଣାଇବୁ ଯେଉଁଥିରେ ସୁଗାର ଭରପୁର ମାତ୍ରାରେ ରହିଥାଏ ।

କ୍ୟାଚଅପ୍‌ :
କ୍ୟାଚଅପ୍‌କୁ ଆମେମାନେ ସାଧାରଣତଃ ଟେଷ୍ଟି ଓ ସୁଗାର ଫ୍ରି ଚଟଣି ଭାବେ ଖାଦ୍ୟରେ ବ୍ୟବହାର କରିଥାଉ । ହେଲେ କ୍ୟାଚଅପ୍‌ରେ ଭରପୁର ମାତ୍ରାରେ ଚିନି ଓ କାର୍ବୋହାଇଡ୍ରେଟ୍‌ ରହିଥାଏ । ତେବେ ଗୋଟିଏ ଚାମଚ କ୍ୟାଚଅପ୍‌ରେ ୪ ଗ୍ରାମ୍‌ ସୁଗାର ଓ ୧୫ ରୁ ୨୦ କ୍ୟାଲୋରୀ ରହିଥାଏ । ସେଥିପାଇଁ ଯଦି ଆପଣ ଓଜନ କମ କରିବା ପାଇଁ ଚାହୁଁଛନ୍ତି, ତାହେଲେ କ୍ୟାଚଅପ୍‌ ସେବନ କରିବା ବନ୍ଦ କରନ୍ତୁ । ଏହା ସହ ଯଦି ଆପଣ ଡାଇବେଟିସ୍‌ ସମସ୍ୟାରେ ପିଡିତ ଅଛନ୍ତି, ତାହେଲେ କ୍ୟାଚଅପ୍‌ରୁ ଖାଇବା କମ କରନ୍ତୁ ।

ରିଫ୍ରେସିଙ୍ଗ୍‌ ଡ୍ରିଙ୍କସ୍‌ କିମ୍ବା ସ୍ପୋର୍ଟ୍ସ ଡ୍ରିଙ୍କସ୍‌ : 
ଆମେମାନେ ଚିନ୍ତା କରିଥାଉ ଯେ ରିଫ୍ରେସିଙ୍ଗ୍‌ ଡ୍ରିଙ୍କସ୍‌ କିମ୍ବା ସ୍ପୋର୍ଟ୍ସ ଡ୍ରିଙ୍କସ୍‌ ଆମକୁ ତୁରନ୍ତ ଏନର୍ଜି ପ୍ରଦାନ କରିଥାଏ । ହେଲେ ଏହି ଡ୍ରିଙ୍କସ୍‌ରେ ଭରପୂର ମାତ୍ରାରେ ଚିନି ରହିଥାଏ । ଏହି ଡ୍ରିଙ୍କସ୍‌ମାନଙ୍କରେ ଚିିନି, କାଫିନ୍‌ର ମାତ୍ରା ବହୁତ ମାତ୍ରାରେ ଥାଏ ଯାହା ଆମକୁ ତୁରନ୍ତ ଏନର୍ଜି ଯୋଗାଇଥାଏ । ହେଲେ ଏହି ଡ୍ରିଙ୍କସ୍‌ ପିଇବାର କିଛି ସମୟ ପରେ ହିଁ ଅଧିକ ଥକା ଲାଗିଥାଏ । ସେଥିପାଇଁ ରିଫ୍ରେସିଙ୍ଗ୍‌ ଡ୍ରିଙ୍କସ୍‌ କିମ୍ବା ସ୍ପୋର୍ଟ୍ସ ଡ୍ରିଙ୍କସ୍‌ ଅଧିକ ସେବନ କରିବା ଶରୀର ପାଇଁ କ୍ଷତିକାରକ ହୋଇଥାଏ ।

ଫ୍ଲେଭର୍ଡ ମିଲ୍କ୍‌ :
ଫ୍ଲେଭର୍ଡ ମିଲ୍କ୍‌ ଯେପରି ଷ୍ଟ୍ରବେରୀ, ଚକୋଲେଟ୍‌ ଭଳି କ୍ଷୀରରେ ଅତ୍ୟଧିକ ମାତ୍ରାରେ ଚିନି ଭରପୂର ହୋଇଥାଏ । ଏହି କ୍ଷୀରର ସ୍ୱାଦ ପାଇଁ ଅନେକ ଜିନିଷ ମିଶ ଯାଇଥାଏ । ହେଲେ ଏଥିରେ କୌଣସି ପ୍ରକାର ପୋଷକ ତତ୍ତ୍ୱ ରହିନଥାଏ । ତେବେ ଏହି କ୍ଷୀର ଆମ ଶରୀର ପାଇଁ କ୍ଷତିକାରକ ହୋଇଥାଏ ।

ତେବେ ଏହି ସବୁ ଜିନିଷ ଯାହାକୁ ଆମେ ଭାବିଥାଉ, ଯେ ଏହା ସୁଗାର ଫ୍ରି ହେଲେ ଏଥିରେ ଭରପୂର ମାତ୍ରାରେ ଭରି ରହିଥାଏ ଚିନି । ସେଥିପାଇଁ ଖାଦ୍ୟ ଖାଇବା ସମୟରେ ଏହି ସବୁ ଜିନିଷ ପ୍ରତି ଧ୍ୟାନ ଦିଅନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.