Below header

େଓ୍ଵଟ ଲସ୍‌ ଟିପ୍ସ : ଏହି ଫୁଡ କମ୍ବିନେସନରେ ଶୀଘ୍ର କମିବ ଓଜନ ଓ ବଢ଼ିବ ମେଟାବୋଲିଜମ୍‌

େଓ୍ଵଟ ଲସ୍‌ କରିବା ଏକ ଲମ୍ବା ପ୍ରସେସ । ହେଲେ ଏମିତି ଫୁଡ କମ୍ବିନେସନ ଅଛି ଯାହାକୁ ଖାଇଲେ କେବଳ େଓ୍ଵଟ ଲସ୍‌ ହେବନି ଶରୀରର ମେଟାବଲିଜମ ମଧ୍ୟ ବଢ଼ିବ । ଆସନ୍ତୁ ଜାଣିବା ଏହି ଫୁଡ୍‌ କମ୍ବିନେସନ ବିଷୟରେ ।

ଗ୍ରୀନ ଟି ନିଅନ୍ତୁ ଲେମ୍ବୁ ଓ ପୁଦିନା ସହ :

େଓ୍ଵଟ ଲସ୍‌ ପାଇଁ ଗ୍ରୀନ ଟି’ ବହୁତ ପ୍ରଭାବଶାଳୀ । ଏହାର ପ୍ରଭାବକୁ ଆହୁରୀ ବଢ଼ାଇବା ପାଇଁ ଆପଣ ଗ୍ରୀନ୍‌ ଟି ସହ ଲେମ୍ବୁ ଓ ପୁଦିନାକୁ ନେଇ ପାରିବେ । ଗ୍ରୀନ୍‌ ଟି ଏଣ୍ଟିଅକ୍ସିଡାଣ୍ଟରେ ଭରପୁର ରହିଥାଏ । ଏଥିରେ ଲେମ୍ବୁ ଓ ପୁଦିନା ମିଶାଇବା ଦ୍ୱାରା ଏହା ତୀବ୍ର ଭାବେ ଫ୍ୟାଟ୍‌ ବର୍ଣ୍ଣ କରିଥାଏ ।

ସପୁରୀ ରସ ସହ ଲେମ୍ବୁ :

ସପୁରୀରେ ବହୁତ ମାତ୍ରରେ ପାଣିଥାଏ । ଏହାକୁ ନେଲେ ଆପଣଙ୍କ ଶରୀରକୁ ଅଧିକ ମାତ୍ରାରେ ପାଣି ମିଳିଥାଏ ଓ କମ କ୍ୟାଲୋରୀ ମିଳିଥାଏ । ଏହାକୁ ନେବା ଦ୍ୱାରା ବହୁତ ସମୟ ପର୍ଯ୍ୟନ୍ତ ପେଟ ଭାରୀ ରହିଥାଏ । ସପୁରୀରେ ଫାଇବର ମଧ୍ୟ ବହୁ ମାତ୍ରାରେ ରହିଥାଏ । ଏହାକୁ ଖାଇବା ଦ୍ୱାରା ହଜମ କ୍ରିୟା ମଧ୍ୟ ଭଲ ହୋଇଥାଏ । ସପୁରୀ ରସରେ କିଛି ବୁନ୍ଦା ଲେମ୍ବୁ ରସ ମିଶାଇଲେ ଏହା ଫ୍ୟାଟ ବର୍ଣ୍ଣ କରିଥାଏ ।

ଅଣ୍ଡା ଓ ସିମଲା ମିର୍ଚି :

ଅଣ୍ଡା ପ୍ରୋଟିନ ରିଚ ହୋଇଥାଏ । ଏହା ସହିତ ସିମଲା ମିର୍ଚ ମିଶାଇ ଖାଇଲେ େଓ୍ଵଟ ଲସ୍‌ ପାଇଁ ଲାଭକାରୀ ହୋଇଥାଏ । ଅଣ୍ଡାକୁ ସୁପର ଫୁଡ କୁହାଯାଏ । ଏଥିରେ ସିମଲା ମିର୍ଚ ମିଶାଇ ଦେଲେ ଏହା ଦୁଇଗୁଣା କାମ କରିଥାଏ ।

ଡାଲି ଓ ଟମାଟର :

େଓ୍ଵଟ ଲସ୍‌ ପାଇଁ ଲୋକେ ଡାଲିର ପ୍ରୟୋଗ କରିଥାନ୍ତି । ଏହାଦ୍ୱାରା ଶୀଘ୍ର ରେଜଲ୍ଟ ମିଳିଥାଏ । ଧ୍ୟାନ ଦେବା ଉଚିତ ଯେ କେବଳ ଡାଲିର ସୁପ ପ୍ରୟୋଗ କରିବେ । ଡାଲି ସୁପ ପତଳା କରିବେ ଓ ଏଥିରେ ଟମାଟର ନିଶ୍ଚୟ ମିଶାଇବେ । ଏହା େଓ୍ଵଟ ଲସ୍‌ କରିବାରେ ସାହାଯ୍ୟ କରିଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.