IPL 2021ରେ ଡେବ୍ୟୁ କରିବେ କି ଅର୍ଜୁନ ତେନ୍ଦୁଲକର? ମୁମ୍ବାଇ ଇଣ୍ଡିୟାନ୍ସ ସେୟାର କଲା ସଚିନଙ୍କ ପୁଅଙ୍କ ଦମ୍‌ଦାର Video!

ସଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜୁନ ତେନ୍ଦୁଲକର ପୁଣିଥରେ ଚର୍ଚ୍ଚାକୁ ଆସିଛନ୍ତି। ଏବେ ତାଙ୍କର ଏକ ଭିଡିଓ ସାମ୍ନାକୁ ଆସିଛି, ଯେଉଁଥିରେ ସେ ନେଟ୍‌ସରେ ଖୁବ୍‌ ପ୍ରାକ୍ଟିସ୍‌ କରୁଥିବା ନଜର ଆସୁଛନ୍ତି। ଅର୍ଜୁନ ଆଇପିଏଲ୍‌ ୨୦୨୧ରେ ମୁମ୍ବାଇ ଇଣ୍ଡିୟାନ୍ସ ଟିମ୍‌ ସହିତ ଯୋଡ଼ି ହୋଇଛନ୍ତି। ତେଣୁ ଆଶା କରାଯାଉଛି କି, ଏଥର ସେ ମଇଦାନରେ ନଜର ଆସିବେ।

ଅର୍ଜୁନ ତେନ୍ଦୁଲକର ମୁମ୍ବାଇ ଇଣ୍ଡିୟାନ୍ସ ପାଇଁ ପ୍ରାକ୍ଟିସ୍‌ କରୁଛନ୍ତି। ସେ ସାଉଥ୍‌ ଆଫ୍ରିକାର ୬ ଫୁଟ୍‌ ୮ ଇଞ୍ଚ ଲମ୍ବା ୨୧ ବର୍ଷୀୟ ମାର୍କୋ ଜେନସନଙ୍କ ସହିତ ଅଭ୍ୟାସ କରୁଥିବା ଦେଖାଯାଇଛି। ଏତିକି ନୁହେଁ, ସେ ଏହି ସିଜନରେ ଷ୍ଟମ୍ପସ୍‌କୁ ବଲ୍‌ ମାରିବା ସହିତ ୟର୍କୋର ବଲ୍‌ସ ଫିଙ୍ଗିବା ଅଭ୍ୟାସ ମଧ୍ୟ କରୁଛନ୍ତି।

ଅର୍ଜୁନ ତେନ୍ଦୁଲକର ଯେଉଁଭଳି ବୋଲିଂ କରୁଛନ୍ତି, ତାହା ବହୁତ ବଢ଼ିଆ ରହିଛି। ସେ ସାଉଥ୍‌ ଆଫ୍ରିକାର ବୋଲିଂଠାରୁ ଅଧିକ ଭଲ ବୋଲିଂ କରୁଛନ୍ତି। ତାଙ୍କର ସବୁ ବଲ୍‌ ଏକଦମ୍‌ ଲେନ୍ଥ୍‌ରେ ଯାଉଥିବା ବେଳେ ଗୋଟିଏ ପରେ ଗୋଟିଏ ୟର୍କୋର ପକାଇ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛନ୍ତି। ଅର୍ଜୁନଙ୍କ ସମସ୍ତ ୟର୍କୋର ଏକଦମ୍‌ ଲକ୍ଷ୍ୟସ୍ଥଳରେ ପଡ଼ୁଥିଲା।

ଏଥର ଆଇପିଏଲ୍‌ ଅକ୍ସନରେ ଅର୍ଜୁନ ତେନ୍ଦୁଲକରଙ୍କୁ ବେସ୍‌ ପ୍ରାଇଜ୍‌ରେ ମୁମ୍ବାଇ ଇଣ୍ଡିୟାନ୍ସ କିଣିଥିଲା। ପ୍ରଥମ ସିଜନରେ ତାଙ୍କୁ ମଉକା ମିଳି ନ ଥିଲା, କିନ୍ତୁ ଯେଉଁ ଶାନଦାର ଫର୍ମରେ ସେ ନଜର ଆସୁଛନ୍ତି, ଲାଗୁଛି ଏଥର ଆଇପିଏଲ୍‌ରେ ସେ ଡେବ୍ୟୁ କରିପାରନ୍ତି।

 

View this post on Instagram

 

A post shared by Mumbai Indians (@mumbaiindians)

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.