Below header

ଲିଭରକୁ ସୁସ୍ଥ ରଖିବା ପାଇଁ ଖାଆନ୍ତୁ ଏହି ୪ଟି ଖାଦ୍ୟ, ରହିବେ ରୋଗ ଠାରୁ ଦୂରରେ

ଶରୀରକୁ ସୁସ୍ଥ ରଖିବା ପାଇଁ ଲିଭର(ଯକୃତ)ର ଭୂମିକା ଗୁରୁତ୍ୱପୂର୍ଣ୍ଣ । ଲିଭର ଶରୀରର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ । ଯାହାକି ଶରୀରର ସମସ୍ତ ଅଙ୍ଗକୁ ସୁସ୍ଥ ରଖିବାରେ ମୁଖ୍ୟ ଦାୟିତ୍ୱ ଗ୍ରହଣ କରିଥାଏ । ଲିଭର ସୁସ୍ଥ ରହିଲେ ଶରୀରର ହଜମ ଶକ୍ତି ଠିକ୍‌ ରହିଥାଏ । ତେଣୁ ଲିଭରକୁ ସୁସ୍ଥ ରଖିବାରେ ଜାଣନ୍ତୁ କିଛି ଏମିତି ଟିପ୍ସ ଯାହା ଆପଣଙ୍କୁ ରଖିବ ସୁସ୍ଥ ଓ ଫୂର୍ତ୍ତି ।

ବିଟ୍‌ : ଲିଭର ପାଇଁ ବିଟ୍‌ ବହୁତ ଉପାଦେୟ । ଏଥିରେ ଥିବା ଆଣ୍ଟିଅକ୍ସିଡାଣ୍ଟ ଲିଭରକୁ ସୁସ୍ଥ ରଖିଥାଏ । ଶରୀରରେ ଆଣ୍ଟିଅକ୍ସିଡାଣ୍ଟ ମାତ୍ରା କମ୍‌ ହେଲେ ବିଭିନ୍ନ ରୋଗ ଆକ୍ରମଣ କରିଥାଏ । ବିଟ୍‌ର ବ୍ୟବହାର ଆମେ ସଲାଡ୍‌ ଭାବରେ କିମ୍ବା ଜୁସ୍‌ ଭାବରେ ନେଇ ପାରିବା ।

beet

ବାଦାମ : ଲିଭରକୁ ସୁସ୍ଥ ରଖିବା ପାଇଁ ବାଦାମର ଭୁମିକା ବହୁତ ଗୁରୁତ୍ୱପୂର୍ଣ୍ଣ । କାରଣ ବାଦାମରେ ଥିବା ଭିଟାମିନ୍‌ ‘ଇ’ ଲିଭରକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ । ବାଦାମକୁ ଜଳଖିଆରେ ନେଇପାରିବେ ।

nut

ପାଳଙ୍ଗ ଶାଗ : ପାଳଙ୍ଗ ସେବନ ଦ୍ୱାରା ଆଖି ସହିତ ଲିଭର ମଧ୍ୟ ସୁସ୍ଥ ରହିଥାଏ । ପାଳଙ୍ଗରେ ଭିଟାମିନ ‘ଏ’ ସାଙ୍ଗକୁ ଗ୍ଲୁଟେଥିଓନ୍‌ ନାମକ ଆଣ୍ଟି ଅକ୍ସିଡାଣ୍ଟ ପ୍ରଚୁର ମାତ୍ରାରେ ଥାଏ । ଯାହା ଆମର ଲିଭରକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ ।

palak

ବିଭିନ୍ନ ପରିବା : ଗାଜର, ବ୍ରୋକୋଲି, ଟମାଟର ଓ ଅଖରୁଟ୍‌ ଆଦି ସେବନ ଦ୍ୱାରା ଲିଭର ସୁସ୍ଥ ରହିଥାଏ । ଏଥିସହିତ କମ୍‌ ଲୁଣ ସେବନ ଓ ନିୟମିତ ଭାବେ ଅଧିକ ପାଣି ପିଇବା ଦ୍ୱାରା ଲିଭର ଭଲ ରହିଥାଏ ।

gajar

ଏହାଛଡ଼ା ନିୟମିତ ବ୍ୟାୟାମ, ସନ୍ତୁଳିତ ଆହାର ନେବା ସହ ମଦ୍ୟପାନ ଓ ମନଇଚ୍ଛା ଔଷଧ ସେବନରୁ ବିରତ ରହିଲେ ଲିଭର ସୁସ୍ଥ ରହିବ ବୋଲି ବିଶେଷଜ୍ଞମାନେ ପ୍ରକାଶ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.