ହୃଦ ରୋଗୀଙ୍କଠୁ ନେଇ ଗର୍ଭବତୀଙ୍କ ପର୍ଯ୍ୟାପ୍ତ ସମସ୍ତଙ୍କ ପାଇଁ ଲାଭଦାୟକ ପାଚିଲା କଦଳୀ

କଦଳୀ ସ୍ବାସ୍ଥ୍ୟ ପାଇଁ ବହୁତ ଲାଭଦାୟକ। ପ୍ରତ୍ୟେକଦିନ ଏକ କଦଳୀ ଖାଇଲେ ମନକୁ ଶାନ୍ତି ମିଳିଥାଏ। କଦଳୀ ସୁଗାର ଏବଂ ଫାଇବରର ବହୁତ ଭଲ ସ୍ରୋତ ହୋଇଥାଏ। କଦଳୀରେ ଥୋଡାମିନ,ନିୟାସିନ ଏବଂ ଫଲିକ ଏସିଡ ରୂପରେ ଭିଟାମିନ ଏ ଏଂ ବି ପର୍ଯ୍ୟାପ୍ତ ପରିମାଣରେ ମିଳିଥାଏ। କଦଳୀକୁ ଶକ୍ତିର ଭଲ ସ୍ରୋତ ଭାବେ ଧରାଯାଏ। ଏହା ସହିତ ଏଥିରେ ପାଣିର ପରିମାଣ ୬୪.୩%, ପ୍ରୋଟିନ ୧.୩%, କାର୍ବୋହାଇଡ୍ରେଟ ୨୪.୭% ରହିଥାଏ। ଆସନ୍ତୁ ଆମେ ଆପଣଙ୍କୁ ଜଣାଇବ କଦଳୀ ଖାଇବାରେ କଣ କଣ ଫାଇଦା ମିଳିଥାଏ।
କଦଳୀର ଫାଇଦା
-କଦଳୀରେ ପୋଟାସିୟମ ମିଳିଥାଏ, ଯାହା ବ୍ଲଡ ପ୍ରେସର ରୋଗୀଙ୍କ ପାଇଁ ବହୁତ ଲାଭଦାୟକ ହୋଇଥାଏ।
-ଅଧିକ ମଦ ପିଇଥିଲେ ନିଶାକୁ ବାହାର କରିବା ପାଇଁ କଦଳୀର ମିଲ୍କ ସେକ ବହୁତ ଉପକାରୀ।
-କଦଳୀର ସେକ ପେଟକୁ ଥଣ୍ଡା ରଖିଥାଏ।
-ଏହା ବ୍ଲଡ ସୁଗାରକୁ ନିୟନ୍ତ୍ରଣରେ ରଖିଥାଏ।
-କଦଳୀରେ ବହୁତ ମାତ୍ରାରେ ଫାଇବର ରହିଥାଏ।
-ଅଲ୍ସର ରୋଗୀଙ୍କ ପାଇଁ କଦଳୀର ସେବନ ବହୁତ ଲାଭଦାୟକ।
-କଦଳୀରେ ଆଇରନ ଭରପୂର ମାତ୍ରାରେ ଥାଏ,ଯେଉଁ କାରଣରୁ ରକ୍ତରେ ହିମୋଗ୍ଲୋବିନର ମାତ୍ରା ବଢ଼ିଥାଏ।
-ଚିନ୍ତାକୁ ଦୂର କରିବାରେ ମଧ୍ୟ ସାହାଯ୍ୟ କରିଥାଏ କଦଳୀ।
-କଦଳୀରେ ଟ୍ରାଇପୋଫାନ ନାମକ ଏନିମୋ ଏସିଡ ରହିଥାଏ,ଯାହା ଦ୍ବାରା ମନକୁ ଶାନ୍ତି ମିଳିଥାଏ।
କଦଳୀର ଅନ୍ୟାନ୍ୟ ଫାଇଦା
ହ୍ରୁଦୟ ସମ୍ଭଦ୍ଦିତ ପାଇଁ
ହ୍ରୁଦ ରୋଗୀଙ୍କ ପାଇଁ କଦଳୀ ବହୁତ ଲାଭ ଦାୟକ ହୋଇଥାଏ। ସବୁବେଳେ ଦୁଇଟି କଦଳୀକୁ ମହୁରେ ମିଶାଇ ଖାଇବା ଦ୍ବାରା ହ୍ରୁଦୟ ମଜବୁତ ରହିଥାଏ ଏବଂ ହ୍ରୁଦ ରୋଗ ହୋଇନଥାଏ।
ନାକ ପାଇଁ
ଯଦି ନାକରୁ ରକ୍ତ ବାହାରିବା ସମସ୍ୟା ଥାଏ ତେବେ କଦଳୀରେ ଚିନି ମିଶାଇ କ୍ଷୀର ସହିତ ଗୋଟିଏ ସପ୍ତାହ ପର୍ୟ୍ୟନ୍ତ ବ୍ୟବହାର କରନ୍ତୁ। ନାକ ରୋଗ ଭଲ ହୋଇଯିବ।
ଓଜନ ବଢ଼ାଇବା ପାଇଁ
ଓଜନ ବଢ଼ାଇବା ପାଇଁ କଦଳୀ ବହୁତ ସାହାଯ୍ୟକାରୀ ହୋଇଥାଏ। ସବୁବେଳେ କଦଳୀର ସେକ ପିଇବା ଦ୍ବାରା ପତଳା ଲୋକ ମୋଟା ହୋଇପାରିବେ। ଏଥିପାଇଁ ପତଳା ଲୋକ ଓଜନ ବଢ଼ାଇବା ପାଇଁ କଦଳୀର ସେବନ ନିଶ୍ଚୟ କରିବା ଆବଶ୍ୟକ।
ଗର୍ଭବତୀଙ୍କ ପାଇଁ
ଗର୍ଭବସ୍ଥା ସମୟରେ ମହିଳାଙ୍କୁ ସବୁଠୁ ଅଧିକ ଭିଟାମିନ ଏବଂ ମିନେରାଲ୍ସର ଆବଶ୍ୟକତା ପଡିଥାଏ। ଏଥିପାଇଁ ଗର୍ଭବତୀଙ୍କୁ ଖାଦ୍ୟରେ କଦଳୀ ଖାଇବାକୁ ପରାମର୍ଶ ଦିଆଯାଇଥାଏ।
ପିଲାଙ୍କ ପାଇଁ
ପିଲାଙ୍କର ବିକାଶ ପାଇଁ କଦଳୀ ବହୁତ ଲାଭ ଦାୟକ ହୋଇଥାଏ।କଦଳୀରେ ମିନେରାଲ ଏବଂ ଭିଟାମିନ ମିଳିଥାଏ, ଯାହାର ସେବନ କରିବା ଦ୍ବାରା ପିଲାଙ୍କର ବିକାଶ ଭଭଲଭାବେ ହୋଇଥାଏ। ଏଥିପାଇଁ ପିଲାଙ୍କ ଡାଇଟରେ କଦଳୀକୁ ନିଶ୍ଚୟ ସାମିଲ କରିବା ଉଚିତ।
ବୃଦ୍ଧ ଲୋକଙ୍କ ପାଇଁ ଲାଭଦାୟକ
କଦଳୀ ବୃଦ୍ଧ ଲୋକଙ୍କ ପାଇଁ ସବୁଠାରୁ ଭଲ ଫଳ ଅଟେ। କାରଣ ଏହାକୁ ସହଜରେ ଛଡାଇ ଖାଇହୁଏ। ଏଥିରେ ଭିଟାମିନ ସି, ବି୬ ଏବଂ ଫାଇବର ରହିଥାଏ,ଯାହା ବଢ଼ୁଥିବା ବୟସରେ ଦରକାରୀ ହୋଇଥାଏ। ବୟଷ୍କଙ୍କର ପେଟ ରୋଗ ସମସ୍ୟାକୁ ବି ଏହା ସମାପ୍ତ କରିଥାଏ।