ମାଲକାନଗିରି : ଧାନ ଗଦେଇ ରାସ୍ତାରୋକ , ରାସ୍ତା ଉପରେ ଧାରଣାରେ ବସିଲେ ଚାଷୀ

ମାଲକାନଗିରି(କେନ୍ୟୁଜ୍) : ଧାନ ଗଦେଇ ରାସ୍ତାରୋକ। ରାସ୍ତା ଉପରେ ଧାରଣାରେ ବସିଲେ ଚାଷୀ। ମଣ୍ଡିରୁ ଧାନ ଉଠା ବିଳମ୍ବକୁ ନେଇ ରାସ୍ତା ଉପରେ ଧାନ ବସ୍ତା ରଖି ମାଲକାନଗିରି ପଦ୍ମଗିରି ଛକ ଅବରୋଧ କରିଛନ୍ତି ଶତାଧିକ ଚାଷୀ। ଜିଲ୍ଲାର ପଦ୍ମଗିରି ଧାନ ମଣ୍ଡିରୁ ମିଲର ଧାନ ଉଠାଉନଥିବା ପ୍ରତିବାଦରେ ଚାଷୀମାନେ ଆନ୍ଦୋଳନକୁ ଓହ୍ଳାଇଛନ୍ତି। ରାସ୍ତାରୋକ ଫଳରେ ମାଲକାନଗିରିରୁ ଜୟପୁର ଗାଡି ଚଲାଚଳ ଠପ୍‌ ହୋଇଯାଇଛି। ଶୀତ କାକରରେ ପଡି ରହୁଥିବାରୁ ତୁରନ୍ତ ଧାନ ଉଠାଇବା ପାଇଁ ଚାଷୀମାନେ ଦାବି କରିଛନ୍ତି। ନହେଲେ ଆଗକୁ ଆନ୍ଦୋଳନ ଆହୁରୀ ତୀବ୍ର ହେବ ବୋଲି ଚାଷୀମାନେ ଚେତାବନୀ ଦେଇଛନ୍ତି। ଜିଲ୍ଲା ପ୍ରଶାସନ ଘଟଣାସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀଙ୍କୁ ବୁଝାଇବାକୁ ଚେଷ୍ଟା କରୁଛି।