Below header

ଦାନ୍ତ ପାଇରିଆକୁ ନେଇ ଚିନ୍ତିତ କି ? ତେବେ ଏହି ଏହି ଘରୋଇ ଜିନିଷ ବ୍ୟବହାର କରି ଦୂର କରନ୍ତୁ ନିଜ ସମସ୍ୟା

ଦାନ୍ତ ଭଲ ଭାବରେ ସଫା ନକଲେ, ଶରୀରରେ ଭିଟାମିନ- ସି ଅଭାବ ହେଲେ, ଲିଭର କିମ୍ବା ଯକୃତ ସମସ୍ୟା ଥିଲେ, ନିୟମିତ ଭାବରେ ତମାଖୁ, ପାନ, ଗୁଟଖା ଆଦିର ସେବନ ଦାନ୍ତ ପାଇରିଆର ମୁଖ୍ୟ କାରଣ । ପାଇରିଆ କାରଣରୁ ଦାନ୍ତ ଦୁର୍ବଳ ହେବା ସହ ଅଧିକାଂଶ ସମୟରେ ଅଧାରୁ ଭାଙ୍ଗି ମଧ୍ୟ ଯାଏ । ଏହି ସମସ୍ୟାରୁ ମୁକୁଳିବା ପାଇଁ ଅଧିକାଂଶ ଲୋକ ଡାକ୍ତରଙ୍କ ପରାମର୍ଶ ନେଇ ଦାମୀ ଔଷଧର ସାହାରା ନେଇଥାନ୍ତି । କେବେ କେବେ ଏହି ଔଷଧ ସୁଫଳ ଦେଉଥିବା ବେଳେ ଅନେକ ସମୟରେ ସେତେଟା ଫଳପ୍ରଦ ହୋଇନଥାଏ । କିନ୍ତୁ ଜାଣନ୍ତିକି, କିଛି ସାଧାରଣ ଘରୋଇ ଜିନିଷ ବ୍ୟବହାର କରି ଆପଣ ଦୀର୍ଘ ଦିନର ପାଇରିଆ ସମସ୍ୟାରୁ ମୁକ୍ତି ପାଇ ପାରିବେ । ତେବେ ଆସନ୍ତୁ ସେବିଷୟରେ ଜାଣି ରଖିବା:

ନିମ୍ବ:

ଔଷଧୀୟ ଗୁଣରେ ଭରପୁର ନିମ୍ବରେ ଆଣ୍ଟି ଅକ୍ସିଡେଣ୍ଟ, ଆଣ୍ଟି ବ୍ୟାକ୍ଟେରିୟାଲ ଗୁଣ ଭରପୁର ମାତ୍ରାରେ ଅଛି । ଏହାର ପତ୍ରର ରସ ବାହାର କରି ତୁଳା ସାହାଯ୍ୟରେ ମାଢି ଓ ଦାନ୍ତରେ ଧୀରେ ମାଲିସ କରନ୍ତୁ । ଏହାକୁ ୫ ମିନିଟ ପାଇଁ ପାଟିରେ ରଖି ନଖ ଉଷୁମ ପାଣିରେ ପାଟି ଧୋଇ ଦିଅନ୍ତୁ । ଦିନକୁ ଅତି କମରେ ଦୁଇ ଥର ଏହି ଉପାୟ କଲେ ପାଇରିଆ ପରି ସମସ୍ୟାରୁ ମୁକ୍ତି ମିଳିପାରିବ ।

neem

ତେଲ ମାଲିସ:

ନଡ଼ିଆ ତେଲ, ରାଶି ତେଲ, ଲବଙ୍ଗ ତେଲ ମାଲିସ କଲେ ଲାଭ ମିଳିଥାଏ । ଏହା ଦ୍ୱାରା ସମସ୍ୟା ଦୂର ହେବା ସହ ମାଢିରୁ ବ୍ୟାକ୍ଟେରିଆ ମଧ୍ୟ ସଫା ହୋଇଯାଏ ।

ଲୁଣ:

ଦାନ୍ତ ପାଇଁ ଲୁଣକୁ ସର୍ବୋତ୍ତମ ଔଷଧ ଭାବରେ ଧରାଯାଏ । ଏଥିରେ ଆଣ୍ଟି ବ୍ୟାକ୍ଟେରିୟାଲ, ଆଣ୍ଟି ଭାଇରାଲ ଗୁଣ ଦାନ୍ତର ସମସ୍ତ ସମସ୍ୟାରୁ ମୁକ୍ତି ଦେବାରେ ଫଳପ୍ରଦ ହୋଇଥାଏ । ଗୋଟେ ଗ୍ଲାସ ଉଷୁମ ପାଣିରେ କିଛି ଲୁଣ ମିଶାଇ ଦିନରେ ଦୁଇ ଥର ପାଟି ଧୁଅନ୍ତୁ ।

 

Salt
ହଳଦୀ:

ତ୍ୱଚାର ସୌନ୍ଦର୍ଯ୍ୟ ବୃଦ୍ଧି କରୁଥିବା ହଳଦୀର ଦାନ୍ତ ରୋଗ ସହ ଲଢ଼ିବାରେ ଖୁବ ପାରଙ୍ଗମ । ଏଥିରେ କିଛି ପାଣି ମିଶାଇ କିଛି ସମୟ ପାଇଁ ଭଲ ଭାବରେ ମସାଜ କରନ୍ତୁ । ଦାନ୍ତ ଦରଜ, ମାଢ଼ିରୁ ରକ୍ତ ବାହାରିବା ସମସ୍ୟା ବି ଦୂର ହୁଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.