ଇ-କମର୍ସ କମ୍ପାନୀ ‘Amazon’ର ଏ ପର୍ଯ୍ୟନ୍ତ ୨୦ ହଜାର କର୍ମଚାରୀ କରୋନା ପଜିଟିଭ, ୭ ମାସର ତଥ୍ୟ ଜାରି କଲା କମ୍ପାନୀ

ଇ-କମର୍ସ କମ୍ପାନୀ ‘Amazon’ର ପାଖାପାଖି ୨୦ ହଜାର କର୍ମଚାରୀ କରୋନାରେ ସଂକ୍ରମିତ ହୋଇଛନ୍ତି। ଏହି ତଥ୍ୟ ମାର୍ଚ୍ଚରୁ ସେପ୍ଟେମ୍ବର ପର୍ଯ୍ୟନ୍ତ ରହିଛି। କମ୍ପାନୀ କରୋନା ସଂକ୍ରମିତଙ୍କ ଡାଟା ଜାରି କରି କହିଛି, ୟୁଏସରେ ସମସ୍ତ ୱେୟାରହାଉସରେ କାମ କରୁଥିବା ୧୯,୮୧୬ ଫ୍ରଣ୍ଟ ଲାଇନ କର୍ମଚାରୀ କରୋନାରେ ସଂକ୍ରମିତ ହୋଇସାରିଛନ୍ତି। ଗୁରୁବାର Amazonର ସମସ୍ତ ୱେୟାରହାଉସ ଏବଂ ହୋଲ ଫୁଡ ମାର୍କେଟରେ କାମ କରୁଥିବା ୧୩ ଲକ୍ଷ ୭୦ ହଜାର କର୍ମଚାରୀମାନଙ୍କ ଯାଞ୍ଚ ପରେ ଏହି ତଥ୍ୟ ଜାରି କରାଯାଇଛି।

fv

kn

ଏହି ତଥ୍ୟ ୧ ମାର୍ଚ୍ଚରୁ ୧୯ ସେପ୍ଟେମ୍ବର ପର୍ଯ୍ୟନ୍ତ ଉପସ୍ଥିତ ଥିବା ସମସ୍ତ କର୍ମଚାରୀଙ୍କ ରିପୋର୍ଟ ଉପରେ ଆଧାରିତ ରହିଛି। Amazonର କହିବା ହେଲା, ନିଜ କର୍ମଚାରୀମାନଙ୍କ ସୁରକ୍ଷା ପାଇଁ କମ୍ପାନୀ ପ୍ରତିଦିନ ଟେଷ୍ଟିଙ୍ଗ କରାଉଛି। ନଭେମ୍ବରରୁ ଗୋଟିଏ ଦିନରେ ଟେଷ୍ଟିଙ୍ଗ ସଂଖ୍ୟା ବଢ଼ାଇ ୫୦,୦୦୦ ପର୍ଯ୍ୟନ୍ତ କରିବାକୁ ଯାଉଛି। ଏହାଛଡା ଅନ୍ୟ ସୁରକ୍ଷା ଉପାୟ ଏବଂ କୋଟି କୋଟି ଡଲାର ଟେଷ୍ଟିଙ୍ଗ ପାଇଁ ଖର୍ଚ୍ଚ କରାଯାଉଛି।