ମଶା ଦାଉରୁ ମିଳିବ ମୁକ୍ତି, ପ୍ରୟୋଗ କରନ୍ତୁ ଏହି ୫ଟି ଘରୋଇ ଉପଚାର

ଡେଙ୍ଗୁର ପ୍ରକୋପ ଆରମ୍ଭ ହୋଇଯାଇଛି । ଏଥିପାଇଁ ରକ୍ତ ପିଉଥିବା ମଶା ମାନଙ୍କ ଦାଉରୁ ରକ୍ଷା ପାଇବା ନିହାତୀ ଆବଶ୍ଯକ ଅଟେ । ତେବେ ଆପଣ ଏହି ଘରୋଇ ଉପାୟ ଅବଲମ୍ବନ କରି ଆପଣଙ୍କ ଘରୁ ମଶାମାନଙ୍କୁ ତଡିପାରିବେ । ଏହି ଉପାୟ କେବଳ ଆପଣଙ୍କୁ ମଶା ମାନଙ୍କ ଠାରୁ ଦୂର କରିବ ତାହା ନୁହେଁ ଏହା ଆପଣଙ୍କ ତ୍ବଚା ପାଇଁ ମଧ୍ଯ ବହୁତ ଲାଭଦାୟକ ହେବ ।
ନିମ୍ବ
ନିମ୍ବର ବହୁତ ସାରା ଫାଇଦା ରହିଛି । ଶରୀରର ଧ୍ଯାନ ଦେବା ବ୍ଯତିତ ମଶାକୁ ବାହାର କରିବା ପାଇଁ ମଧ୍ଯ ସାହାର୍ଯ୍ଯ କରିଥାଏ । ନିଡିଆ ତେଲ ସହିତ ନିମ୍ବ ତେଲକୁ ମିଶାଇକି ନିଜ ଦେହରେ ପ୍ରୟୋଗ କଲେ ମଶା ଦାଉରୁ ରକ୍ଷା ମିଳିଥାଏ । ନିମ୍ବର ଏକ ଅଲଗା ଗନ୍ଧ ରହିଥାଏ ଯାହା ମଶାଙ୍କୁ ପ୍ରାୟ ୮ ଘଣ୍ଟା ପର୍ଯ୍ଯନ୍ତ ଦୂରରେ ରଖିଥାଏ ।
ଲେମ୍ବୁର ତେଲ
ଲମ୍ବୁ ତେଲ ଏବଂ ନୀଳଗିରିର ତେଲକୁ ମିଶ୍ରଣ କରି ପ୍ରୟୋଗ କରିବା ଏକ ଫାଇଦା ପୂର୍ଣ୍ଣ ଉପାୟ ଅଟେ । ଏହି ମିଶ୍ରଣ ବିଷୟରେ ସବୁଠାରୁ ଭଲ କଥା ହେଉଛି କି ଏହା ଘରୋଇ ଉପାୟ ଅଟେ । ଏହି ମିଶ୍ରଣର ଉପଯୋଗ କରିବା ପାଇଁ ସମାନ ଅନୁପାତରେ ଲେମ୍ବୁ ତେଲ ଏବଂ ନୀଳଗିରି ର ତେଲ ମିଶ୍ରଣ କରି ଆପଣଙ୍କ ଶରୀରରେ ଲଗାନ୍ତୁ ।
କର୍ପୁର
ମଶା ଦାଉରୁ ରକ୍ଷା ପାଇବା ପାଇଁ କର୍ପୁରର ପ୍ରୟୋଗ ମଧ୍ଯ କରାଯାଇପାରିବ । ଆପଣ ଶୋଉଥିବା ରୁମ୍ ରେ ଏକ କର୍ପୁର ଜାଳି ସବୁ ଝରକା କବାଟ ବନ୍ଦ କରି ଦିଅନ୍ତୁ । ୧୫ ରୁ ୨୦ ମିନିଟ୍ ପରେ କବାଟ ଖୋଲିଦିଅନ୍ତୁ ଦେଖିବେ ସବୁ ମଶା ବାହାରକୁ ପଳାଇଯିବେ ।
ପୁଦିନା
ଯଦି ଆପଣ ଭାବୁଛନ୍ତି ଘର ଅଗଣାରେ ଗଛ ଲଗାଇଲେ ଅଧିକ ମଶା ହୋଇଥାନ୍ତି, ତେବେ ଏହା ଭୁଲ୍ । ଯଦି ଆପଣ ଠିକ୍ ଗଛ ଲଗାନ୍ତି ତେବେ ଏହା ଆପଣଙ୍କ ଘରକୁ ମଶା ଦାଉରୁ ମଧ୍ଯ ରକ୍ଷା କରିଥାଏ । ତୁଳସୀ, ପୁଦିନା, ଲେମ୍ବୁ, ସିଣ୍ଟ୍ରୋଲେନା ଘାସ ଆଦି ଲଗାଇଲେ ଏହା ମଶା ଜନ୍ମ କରିବାକୁ ଦେଇନଥାଏ ।
ନେପଥେଲିନ୍ ବଲ୍ସ
କୁଲରରେ ପାଣି ରହିବା କାରଣରୁ ମଶା ସେଥିରେ ନିଜର ବଂଶ ବଢାଇଥାନ୍ତି । ଏଥିରେ ନେପଥେଲନ୍ ବଲ୍ସ ପକାଇଦିଅନ୍ତୁ । ଦେଖିବେ ଏହାର ପ୍ରୟୋଗ ଫଳରେ ମଶା ଆଉ ହେବେ ନାହିଁ ।