କଣ ସତରେ ଅଛନ୍ତି ଏଲିୟନ୍ ? ଆୟର୍ଲ୍ୟାଣ୍ଡ ଆକାଶରେ ଦେଖିବାକୁ ମିଳିଲା ଉଡନ୍ତା ଥାଳିଆ

ଆୟର୍ଲ୍ୟାଣ୍ଡ ଆକାଶରେ ଉଡନ୍ତା ଥାଳିଆ । ଏଭଳି ଏକ ଅଦଭୂତ ଦୃଶ୍ୟ ଦେଖିବାକୁ ମିଳିଥିଲା ଗତ ଶୁକ୍ରବାର ସନ୍ଧ୍ୟାରେ । ଯାହା ପରେ ତଦନ୍ତ ଆରମ୍ଭ କରିଛନ୍ତି ଆୟର୍ଲ୍ୟାଣ୍ଡ ବିମାନ କର୍ତ୍ତୃପକ୍ଷ । ଆୟର୍ଲ୍ୟାଣ୍ଡର ଆକାଶରେ କିଛି ଉଜ୍ଜଳ ଆଲୋକ ପ୍ରଥମେ ଦେଖିଥିଲେ ବ୍ରିଟିଶ୍ ବିମାନର ପାଇଲଟ୍ । ଏହା ପରେ ସାନ୍ନନ୍ ଏୟାର ଟ୍ରାଫିକ୍ କଣ୍ଟ୍ରୋଲକୁ ତୁରନ୍ତ ସୂଚନା ଦେଇଥିଲେ।

ପାଇଲଟଙ୍କ କହିବା ଅନୁଯାୟୀ ଏହି ଉଜ୍ଜଳ ବସ୍ତୁ ବିମାନର ବାମ ପଟେ ହଠାତ୍ ତୀବ୍ର ଗତିରେ ଚାଲିଯାଇଥିଲା । ଏହାର ବେଗ ଏତେ ତୀବ୍ର ଥିଲା ଯେ କିଛି ଦେଖିପାରିବା ସମ୍ଭବ ନଥିଲା ।

ପାଇଲଟ୍ ଜଣକ ପ୍ରଥମେ ଭାବିଥିଲେ କୌଣସି ସେନାଭ୍ୟାସ ଚାଲିଛି ବୋଲି । ଯେତେବେଳେ ଏନେଇ ଏୟାର୍ ଟ୍ରାଫିକ୍ କଣ୍ଟ୍ରୋଲକୁ ପଚରାଯାଇଥିଲା ସେତେବେଳେ ଏଭଳି କିଛି ସମରାଭ୍ୟାସ ହେଉନଥିବା ସ୍ପଷ୍ଟ କରିଥିଲେ । ବର୍ତ୍ତମାନ ଆଇରିଶ୍ ଆଭିଏସନ୍ କର୍ତ୍ତୃପକ୍ଷ ଏହି ଘଟଣାର ତଦନ୍ତ କରୁଛନ୍ତି । ଏହା ସହ ସାନ୍ନନ୍ ବିମାନବନ୍ଦର ପକ୍ଷରୁ ଏନେଇ କୌଣସି ସୂଚନା ଦେବାକୁ ମନା କରାଯାଇଛି।

.ଦେଖନ୍ତୁ ଏହି ଚମତ୍କାରୀ ଦୃଶ୍ୟ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.