ମହିଳାଙ୍କୁ ବଶ କରିବା ପାଇଁ ପେଚା ବଳି ଦେଲା ୩ ପିଲାର ବାପା, ଏବେ ପୋଲିସ୍ କବଜାରେ

ନୂଆଦିଲ୍ଲୀ : ଦେଶ ବିଭିନ୍ନ କ୍ଷେତ୍ରରେ ଅଗ୍ରଗତି କରୁଥିଲେ ମଧ୍ୟ ଆଜି ମଧ୍ୟ ଅନେକ ସ୍ଥାନରେ ଦେଖିବାକୁ ମିଳୁଛି ଅନ୍ଧବିଶ୍ବାସର କରୁଣ ପରିଣତି। ନିକଟରେ ଏହି ଅନ୍ଧବିଶ୍ବାସ ତଥା ତନ୍ତ୍ର ବିଦ୍ଯାର ଶିକାର ହୋଇଛି ଏକ ନିରୀହ ପେଚା। ପୋଲିସ ସୂଚନା ମୁତାବକ, ୪୦ ବର୍ଷୀୟ ଟ୍ରକ୍ ଡ୍ରାଇଭର କହ୍ନେୟାକୁ ଦିଲ୍ଲୀର ସୁଲତାନି ଅଞ୍ଚଳରୁ ସୋମବାର ଦିନ ଗିରଫ କରାଯାଇଛି। ବ୍ଯକ୍ତି ଜଣଙ୍କ ବିରଳ ପେଚାକୁ ହତ୍ଯା କରିଥିଲା । ତେବେ ପେଚାକୁ ହତ୍ୟା ପଛର କାରଣ ଜଣେ ମହିଳାଙ୍କୁ ଫସାଇବା । ତନ୍ତ୍ର ବିଦ୍ଯା ଜରିଆରେ ମହିଳାଙ୍କୁ ବଶ କରିବା ଥିଲା ଉଦ୍ଦେଶ୍ୟ । ଆସନ୍ତୁ ଜାଣିବା କଣ  ରହିଥିଲା ପୂରା ଘଟଣା।

handcuffs

ଅଭିଯୁକ୍ତ କହ୍ନେୟା ବିବାହ କରିଥିବା ବେଳେ ତାଙ୍କର ତିନିଟି ସନ୍ତାନ ଅଛନ୍ତି। କିନ୍ତୁ ସେ ଜଣେ ମହିଳାଙ୍କୁ ପସନ୍ଦ କରୁଥିଲେ ଏବଂ ତାଙ୍କୁ ନିଜ ପ୍ରତି ଆକର୍ଷିତ କରିବା ପାଇଁ ଚାହୁଁଥିଲେ। ତେଣୁ ତନ୍ତ୍ର ବିଦ୍ୟା ଅନୁଯାୟୀ ପେଚାକୁ ବଳି ଚଢ଼ାଇ ଥିଲେ । ପରେ ଏକଥା ପ୍ରଘଟ ହୋଇଗଲା ।

ଅଭିଯୁକ୍ତ କହ୍ନେୟାଙ୍କ ଘରୁ ପେଚାର ପର ପାଇବା ପରେ ବନବିଭାଗ କର୍ମଚାରୀ ସ୍ଥାନୀୟ ପୋଲିସକୁ ସୂଚନା ଦେଇଥିଲେ। ଏହାପରେ ଅଭିଯୁକ୍ତକୁ ଗିରଫ କରାଯିବା ସହ ମୃତ ପେଚାକୁ ଉଦ୍ଧାର କରାଯାଇଥିଲା।

Murder

ଅଭିଯୁକ୍ତର ବୟାନରୁ ଜଣାପଡ଼ିଛି ଯେ ସେ ଜଣେ ମହିଳାଙ୍କୁ ନିଜ ଆଡ଼କୁ ଆକର୍ଷିତ କରିବାକୁ ଚାହୁଁଥିଲା। ତାଙ୍କୁ ସମ୍ମୋହିତ କରିବା ପାଇଁ  ପେଚାକୁ ବଳି ଦେଇଥିଲେ । ଏହି ତନ୍ତ୍ର ବିଦ୍ୟା ସେ କେଉଁ ତାନ୍ତ୍ରିକ ଠାରୁ ନୁହେଁ ବରଂ ୟୁଟ୍ଯୁବରେ ପାଇଥିବା କହିଥିଲେ। ସବୁଠାରୁ ଆଶ୍ଚର୍ଯ୍ଯକର କଥା ହେଉଛି ଏହି ସମସ୍ତ ଘଟଣା ବିଷୟରେ ଅଭିଯୁକ୍ତଙ୍କର ପରିବାର ଅବଗତ ଥିଲେ।

ପେଚାକୁ ପୋଷ୍ଟମଟର୍ମ ପାଇଁ ପଠଯାଇଥିବା ବେଳେ ତାର ପର କଟାଯିବା ସହ ପେଟକୁ ଛୁଞ୍ଚି ସୂତାରେ ସିଲେଇ କରାଯାଇଥିଲା । ତେବେ ଅଭିଯୁକ୍ତଙ୍କ କହିବା ଅନୁଯାୟୀ ପେଚାଟି ଅଘାତ ଅବସ୍ଥାରେ ପଡ଼ିଥିବା ବେଳେ ସେ ତାକୁ ଉଦ୍ଧାର କରିଥିଲେ । ସେପଟେ ଘଟଣାର ତଦନ୍ତ ଚଳାଇଛି ପୋଲିସ୍ ।