ଘରେ ବନାନ୍ତୁ winter ଲୋସନ, ଶୁଷ୍କ ତ୍ୱଚାକୁ କରନ୍ତୁ ମୁଲାୟମ
ଋତୁ ପରିବର୍ତ୍ତନ ଆପଣଙ୍କ ଶରୀର ଉପରେ ପକାଇଥାଏ ପ୍ରଭାବ। ଶୀତ ଋତୁ ଆରମ୍ଭ ହୋଇଗଲାଣି ଏମିତିରେ ଆପଣ ନିଜର ତ୍ୱଚାର ଖାସ୍ ଧ୍ୟାନ ରଖିବା ଜରୁରୀ। ନିଜ ତ୍ୱଚାକୁ ଶୀତ ଦିନରେ ବି ଚମକାଇବା ପାଇଁ ଘରୋଇ ଉପାୟରେ ବନାନ୍ତୁ ଲୋସନ୍। ତେବେ ଆସନ୍ତୁ ଜାଣିବା ଏହା ପାଇଁ ଆପଣଙ୍କୁ କଣ ସବୁ ଦରକାର ଏବଂ କେମିତି କରିବେ ପ୍ରସ୍ତୁତ।
ଆବଶ୍ୟକ ସାମଗ୍ରୀ
ଗ୍ଲିସେରିନ୍- ୧ ଚାମଚ
ବାଦାମ ତେଲ –୧ ଚାମଚ
ନଡିଆ ତେଲ – ୧ଚାମଚ
ଗୋଲାପ ଜଳ – ୨ ଚାମଚ
ପ୍ରସ୍ତୁତି ପ୍ରଣାଳୀ
ସର୍ବପ୍ରଥମେ ୧ ଚାମଚ ବାଦାମ ଏବଂ ନଡିଆ ତେଲ ପକାଇ ଗରମ କରନ୍ତୁ। ପରେ ଏହାକୁ ଥଣ୍ଡା କରନ୍ତୁ ଏବଂ ଏଥିରେ ଗ୍ଲିସେରିନ୍ ଏବଂ ଗୋଲାପ ଜଳ ପକାଇ ଭଲଭାବେ ମିଶାନ୍ତୁ। ଏବେ ଆପଣଙ୍କ ଗ୍ଲିସେରିନ୍ ପ୍ରସ୍ତୁତ ହୋଇଯାଇଛି । ଆପଣ ଏହାକୁ ପ୍ରତିଦିନ ୨ ଥର ବ୍ୟବହାର କରିପାରିବେ।ରାତିରେ ଶୋଇବା ପୂର୍ବରୁ ଏହାକୁ ନିଶ୍ଚୟ ଲଗାନ୍ତୁ।