Below header

ପୁଣି ୩ ମାସ କୋହଳ ହେଲା ଟ୍ରାଫିକ୍ କଟକଣା, ଘୋଷଣା କଲେ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା

ପୁଣି ଟ୍ରାଫିକ କଟକଣା ଡେଡଲାଇନ୍‌ ବଢ଼ିଲା । ଆଉ ତିନି ମାସ କୋହଳ ସମୟସୀମା ବୃଦ୍ଧି । ଏନେଇ ବିଧାନସଭାରେ ଘୋଷଣା କଲେ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା । ପୂର୍ବରୁ ଦିଆଯାଇଥିବା ୩ ମାସର କୋହଳ ସୀମା ଡିସେମ୍ବର ୧ ତାରିଖରେ ପୂରୁଥିଲା । ହେଲେ ଆବଶ୍ୟକ ଗାଡ଼ି କଗାଜପତ୍ର ପାଇଁ ବିଭିନ୍ନ ଆରଟିଓ ଅଫିସରେ ଲମ୍ବା ଲାଇନ ଲାଗୁଥିଲା । ଏହାକୁ ଆଖିରେ ରଖି କୋହଳ ସମୟସୀମା ବଢ଼ାଇବା ପାଇଁ ଦାବି ହେଉଥିଲା । ଏହାପରେ ଗାଡ଼ି କାଗଜପତ୍ର ପାଇଁ ଆଉ ୩ ମାସ କୋହଳ କରିଛନ୍ତି ରାଜ୍ୟ ସରକାର ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.