ମୋ ସରକାର ଯୋଜନାର ସମୀକ୍ଷା କଲେ ପୋଲିସ ଡିଜି ସତ୍ୟଜିତ ମହାନ୍ତି, ୧୦ ଅଭିଯୋଗକାରୀଙ୍କ ସହ ଫୋନ ଯୋଗେ ହେଲେ କଥା

କଟକ(କେନ୍ୟୁଜ୍): ମୋ ସରକାର ଯୋଜନାର ସମୀକ୍ଷା କଲେ ପୋଲିସ ଡିଜି ସତ୍ୟଜିତ ମହାନ୍ତି । ଟେଲିଫୋନରେ ବିଭିନ୍ନ ଜିଲ୍ଲାର ୧୦ ଅଭିଯୋଗକାରୀଙ୍କ ସହ କଥା ହେଲେ । ଥାନାରେ ପୋଲିସ ଆଚରଣ ଓ ଉଚ୍ଚାରଣ ନେଇ ଲୋକଙ୍କୁ ଠାରୁ ପଚାରିବୁଝିଛନ୍ତି । ଭୁବନେଶ୍ୱର ପୋଲିସ ଡିଜି କ୍ୟାମ୍ପ ଅଫିସରେ ଏହି ସମୀକ୍ଷା କରିଛନ୍ତି ସତ୍ୟଜିତ ମହାନ୍ତି । ଗତ ଗାନ୍ଧୀ ଜୟନ୍ତୀରୁ ଥାନାରେ ଲାଗୁ ହୋଇଛି ମୋ ସରକାର । ଏହି ଯୋଜନାକୁ ସଫଳ କରିବା ସହ ଲୋକାଭିମୁଖି ହୋଇ କାମ କରିବାକୁ ଗୁରୁତ୍ୱ ଦେଇଛନ୍ତି ରାଜ୍ୟ ସରକାର । ଥାନାକୁ ଆସୁଥିବା ଅଭିଯୋଗକାରୀଙ୍କ ମତାମତ ନିଆଯାଉଛି । ଏହି ଆଧାରରେ ରାଜ୍ୟର ୧୦ଟି ଥାନାକୁ ମୁଖ୍ୟମନ୍ତ୍ରୀ ପୁରସ୍କୃତ କରିଛନ୍ତି । ଲୋକଙ୍କ ଅଭିଯୋଗ ପରେ ୨୦ଜଣ ପୋଲିସ ଅଧିକାରୀଙ୍କୁ ସସପେଣ୍ଡ କରାଯାଇଛି । ୫୦ଜଣ ପୋଲିସ ଅଧିକାରୀ ବଦଳି ହୋଇଛନ୍ତି । ୧୫ରୁ ଅଧିକ ପୋଲିସ ଅଧିକାରୀଙ୍କୁ ରିଓ୍ଵାର୍ଡ ଦିଆଯାଇଛି

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.