Below header

ଆଜି ବିଷୁବ ସଂକ୍ରାନ୍ତିରେ ଘରେ ପ୍ରସ୍ତୁତ କରନ୍ତୁ ସୁଆଦିଆ ପଣା

ଆଜି ମହାବିଷୁବ ସଂକ୍ରାନ୍ତି । ଓଡ଼ିଆ ନବବର୍ଷ । ହନୁମାନ ଜୟନ୍ତୀ । ଘରେ ଘରେ ପଣାର ଆସର । ଠାକୁରଙ୍କୁ ଲାଗି ହୋଇଛି ପଣା । ଚାରିଆଡେ ଆଧ୍ୟାତ୍ମିକ ପରିବେଶ । କେବଳ ଘରେ ନୁହଁ ବିଭିନ୍ନ ମନ୍ଦିରରେ ମଧ୍ୟ ପଣାଛତ୍ର ଖୋଲାଯାଇଛି । କାରଣ ଓଡିଶା ପରମ୍ପରାରେ ପଣାର ଏକ ସ୍ୱତନ୍ତ୍ର ସ୍ଥାନ ରହିଛି । ତେବେ ପଣାସଂକ୍ରାନ୍ତିରେ ଘରେ କିପରି ପ୍ରସ୍ତୁତ କରିବେ ସୁଆଦିଆ ପଣା।

bela pana

ଆବଶ୍ୟକୀୟ ସାମଗ୍ରୀ 

ଗୋଟିଏ ପାଚିଲା ବେଲ, ଚିନି, ଗୋଲମରିଚ ଗୁଣ୍ଡ, ଦହି, ଛେନା, କଦଳୀ, ଅଙ୍ଗୁର, ନଡିଆ, କାଜୁ, କିସମିସ, ।

କିପରି ତିଆରି କରିବେ 

ଏକ ପାତ୍ରରେ ଚାରି ଗ୍ଲାସ୍ ପାଣି ନିଅନ୍ତୁ । ଏଥିରେ ଗୋଟିଏ ପାଚିଲା ବେଲକୁ ପକାନ୍ତୁ। ଏହାକୁ ଭଲ ଭାବରେ ମିଶ୍ରଣ କରନ୍ତୁ । ଏହାପରେ ଏଥିରେ ସ୍ବାଦନୁଯାୟୀ ଚିନି ମିଶାନ୍ତୁ। ପରେ ଏଥିରେ ଦହି,ଛେନା, ପାଚିଲା କଦଳୀ, ଅଙ୍ଗୁର, ନଡିଆକୁ ଏକାଠି ମିଶାନ୍ତୁ । ଏହାପରେ ଚିମୁଟାଏ ଗୋଲମରିଚ ଗୁଣ୍ଡ ମିଶାନ୍ତୁ। ଏହାପରେ ଏକ ଗ୍ଳାସରେ ଏହାକୁ ଦେବା ସହ ଏହାକୁ ସଜାଇବା ପାଇଁ କାଜୁ, କିସମିସ ଏବଂ ଚେରିର ବ୍ୟବହାର କରନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.