Below header

ଘରେ ବନାନ୍ତୁ ରେସ୍ତୋରାଁ ଷ୍ଟାଇଲ କ୍ରିସପି ଭଟୁରେ, ଜଲଦି ଆପଣାନ୍ତୁ ଏହି ଟିପ୍ସ

ଆପଣ ଛୋଲେ ଭଟୁରେ ନିଶ୍ଚୟ ଖାଇଥିବେ। କିନ୍ତୁ ଆପଣଙ୍କୁ ଘରେ ବଜାର ଭଳି ସ୍ୱାଦ ମିଳିନଥାଏ। ଏହାର କାରଣ ଆପଣ ଠିକଭାବେ ଭଟୁରେ ପ୍ରସ୍ତୁତ କରିପାରନ୍ତିନାହିଁ।ଅନେକ ଲୋକ ବହୁତ ଚେଷ୍ଟା ପରେ ବି ନରମ ଏବଂ ଫୁଲା ଫୁଲା ଭଟୁରେ ବଦାଇପାରନ୍ତିନାହିଁ। ଏହା ଏଥିପାଇଁ ହୋଇଥାଏ କାରଣ କିଛି ଟିପ୍ସର ଧ୍ୟାନ ଦେଇନଥାନ୍ତି ଲୋକେ। ସେଥିପାଇଁ ଆଜି ଆମେ ଆପଣଙ୍କୁ ଭଟୁରେ ବନାଇବାର ଜବରଦସ୍ତ ଟ୍ରିକ୍ସ ଜଣାଇବୁ। ଯାହାଦ୍ୱାରା ଆପଣ ବଜାର ଭଳି ଏକଦମ୍‌ ନରମ ଏବଂ ଫୁଲା ଫୁଲା ଭଟୁରେ ବନାଇପାରିବେ।

-ଭଟୁରେ ବନାଇବା ସମୟରେ ମଇଦାରେ ସୁଜି ମିଶାଇ ଦିଅନ୍ତୁ। ଏହାକୁ ବେଲିବାରେ ସହଜ ହେବ। ଭଟୁରେକୁ ବହୁତ ଜଲଦି ପତଳା କିମ୍ବା ବହୁତ ଅଧିକ ମୋଟା ବେଲନ୍ତୁନାହିଁ। ରୁଟି ଠାରୁ ଟିକେ ମୋଟା ବେଲନ୍ତୁ।

-ଧ୍ୟାନ ରଖନ୍ତୁ ତେଲ ବହୁତ ଅଧିକ ଗରମ ହୋଇନଥିବ। ନଚେତ ଭଟୁରେ ତେଲରେ ପକାଇବା ପରେ ତୁରନ୍ତ ଧୂସର ରଙ୍ଗ ହୋଇଯିବ।

-ଏମିତି ତ ଭଟୁରେକୁ ପୁରୀ ଭଳି ତିଆରି କରାଯାଏ କିନ୍ତୁ ଉଭୟ ମଧ୍ୟରେ ବହୁତ ଫରକ ରହିଛି। ଭଟୁରେ ମଇଦାରେ ତିଆରି ହୋଇଥାଏ। ପୁରୀ ତୁଳନାରେ ଏହା ମୁଲାୟମ୍‌ ହୋଇଥାଏ। ଭଟୁରେ ଗରମ ଗରମ ହିଁ ଭଲ ଲାଗିଥାଏ। ଥଣ୍ଡା ହେବା ପରେ ଏହା କଡକ୍‌ ଆଉ ଟାଣ ହୋଇଯାଏ।

-ଆପଣ ଭଟୁରେକୁ ରେଫ୍ରିଜରେଟରରେ ୨-୩ ଦିନ ପର୍ଯ୍ୟନ୍ତ ରଖିପାରିବେ। ପରେ ମାଇକ୍ରୋେଓ୍ଵଭରେ ଗରମ କରି ଖାଇପାରିବେ। ଯଦି ଦ୍ୱିତୀୟ ଥର ଗରମ କରିବେ ସେଥିରେ ତେଲ ଭରିଯିବ। ଏଥିପାଇଁ ଭଲ ହେବ ମାଇକ୍ରୋେଓ୍ଵଭରେ ଗରମ କରିନିଅନ୍ତୁ।

-ଯଦି ଆପଣ ମଇଦାରେ ଦହି, ବେକିଙ୍ଗ ସୋଡା, ସୁଜି ଏବଂ ଲୁଣ ପକାଇଛନ୍ତି ତାହେଲେ ଏହାକୁ ୨-୩ ଘଣ୍ଟା ପାଇଁ ଘୋଡାଇ ରଖିବାକୁ ହେବ।

-ମଇଦାରେ ୟିଷ୍ଟ ଏବଂ ସୋଡା ଓ୍ଵାଟର ପକାଇବା ଦ୍ୱାରା ଗୋଟେ ଘଣ୍ଟାରେ ଅଟା ପ୍ରସ୍ତୁତ ହୋଇଯିବ।

-ଭଟୁରେ ଫୁଲିବା ପାଇଁ ଆପଣ ଇନୋ ମଧ୍ୟ ମଇଦାରେ ପକାଇ ପାରିବେ। ବ୍ରେଡ ଭଟୁରେ ବନାଇବା ପାଇଁ ବ୍ରେଡର ସାଇଡକୁ ବାହାର କରି ଚୂରାକୁ ମଇଦାରେ ମିଶାଇ ଦିଅନ୍ତୁ।

-ପନୀର ଏବଂ ଆଳୁ ଭଟୁରେ ବନାଇବା ପୂର୍ବରୁ ଉଭୟକୁ ଭଲଭାବେ କଦ୍ଦୁକସ୍‌ କରିନିଅନ୍ତୁ। ଏହାସହିତ ଏଥିପାଇଁ ନରମ ପନୀର ଏବଂ ଭଲଭାବେ ସିଝା ହୋଇଥିବା ଆଳୁକୁ ହିଁ ବ୍ୟବହାର କରନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.