ସୁସ୍ଥ ରହିବା ପାଇଁ ଖାଆନ୍ତୁ ବରକୋଳି! ଇମ୍ୟୁନ୍ ସିଷ୍ଟମ ମଜଭୁତ ହେବା ସହ ଦୂର ହୋଇଯିବ ରୂପି ସମସ୍ୟା

ବରକୋଳି ଏକ ସ୍ୱାଦିଷ୍ଟ ଫଳ। ଏଥିରେ ଅନେକ ପୋଷକ ତତ୍ତ୍ୱ ରହିଥାଏ। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ବରକୋଳିରେ ଅନେକ ଔଷଧୀୟ ଗୁଣ ମଧ୍ୟ ରହିଛି, ଯାହାକି ଆମଙ୍କୁ ସୁସ୍ଥ ରଖିବାରେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ। ଆଜି ଆମେ ଆପଣଙ୍କୁ କହିବୁ, ବରକୋଳି ଖାଇବା ଦ୍ୱାରା ସ୍ୱାସ୍ଥ୍ୟକୁ କି ପ୍ରକାର ଲାଭ ମିଳି ପାରିବ।

ଗ୍ଲୋଇଙ୍ଗ୍ ସ୍କିନ୍: ଯଦି ଆପଣ ଗ୍ଲୋଇଙ୍ଗ୍ ସ୍କିନ୍ ପାଇବାକୁ ଚାହୁଁଛନ୍ତି, ତେବେ ବରକୋଳି ଖାଇ ପାରିବେ। ଏଥିରେ ଭିଟାମିନ୍ ସି ଏବଂ ଆଣ୍ଟି-ଅକ୍ସିଡାଣ୍ଟ ଭଲ ମାତ୍ରାରେ ରହିଛି, ଯଦ୍ଦ୍ଵାରା ଆପଣଙ୍କ ଚେହେରାରେ ଚମକ୍ ଆସି ପାରିବ। ଏତିକି ନୁହେଁ, ଏଥିରେ ଥିବା ଆଣ୍ଟି-ଅକ୍ସିଡାଣ୍ଟ ସେଲ୍ ଡ୍ୟାମେଜ୍ ଏବଂ ଫ୍ରି ରେଡିକଲ୍ ସହ ଲଢ଼ିବାରେ ସାହାଯ୍ୟ କରି ପାରିବ।

ଇମ୍ୟୁନ ସିଷ୍ଟମ୍: ଯଦି ଆପଣ ବରକୋଳି ଖାଇବେ, ତେବେ ଆପଣଙ୍କ ଇମ୍ୟୁନ ସିଷ୍ଟମ୍ ମଜଭୁତ ହେବ। ଭିଟାମିନ୍ ସି ବ୍ୟତୀତ ଏଥିରେ ଭିଟାମିନ୍ B12 ଏବଂ ଭିଟାମିନ୍ ଏ ମଧ୍ୟ ଭରପୂର ମାତ୍ରାରେ ରହିଛି। ଏହା ସହିତ ଏଥିରେ ଥିବା ଆଣ୍ଟି-ଅକ୍ସିଡାଣ୍ଟ ଶରୀରକୁ ରୋଗ ସହ ଲଢ଼ିବାର ମଧ୍ୟ କ୍ଷମତା ଦେଇଥାଏ। ଏହି କାରଣରୁ ଯେଉଁ ପିଲାମାନେ ବହୁତ ଜଲ୍‌ଦି ଅସୁସ୍ଥ ହୋଇ ପଡ଼ନ୍ତି, ସେମାନଙ୍କୁ ବରକୋଳି ଖାଇବାକୁ ପରାମର୍ଶ ଦିଆଯାଇଥାଏ।

ରୂପି ସମସ୍ୟା: ଯଦି ଆପଣଙ୍କର ରୂପି ସମସ୍ୟା ରହିଛି। ତ ଏମିତି ସ୍ଥିତିରେ ଆପଣ ବରକୋଳି ଖାଇ ପାରିବେ। ଏଥିରେ ପ୍ରୋଟିନ୍ ବ୍ୟତୀତ ଭଲ ମାତ୍ରାରେ ଭିଟାମିନ୍ ସିର ରେଡ୍ ଲାଇଟ୍ ଏବଂ ବି କମ୍ପ୍ଲେକ୍ସ ରହିଛି, ଯାହା କେଶରୁ ରୂପି ହଟାଇବାରେ ସାହାଯ୍ୟ କରିଥାଏ। ଏଥି ସହିତ କେଶକୁ ଘନ ମଧ୍ୟ କରିଥାଏ। ଦିନକୁ ୮ କିମ୍ବା ୧୦ଟି ବରକୋଳି ଖାଇବା ଆପଣଙ୍କ ପାଇଁ ଲାଭଦାୟକ ରହିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.