ୟୁକ୍ରେନରେ ବଢ଼ିଲା ସ୍ୱାସ୍ଥ୍ୟ ସଙ୍କଟ! ହସ୍ପିଟାଲରେ ନାହାନ୍ତି ଡାକ୍ତର, ପଡ଼ୋଶୀ ଦେଶକୁ ପଳାୟନ କରୁଛନ୍ତି ଲୋକେ; WHO ଦେଲା ବଡ଼ ଚେତାବନୀ

ୟୁକ୍ରେନ ଉପରେ ରୁଷର ଆକ୍ରମଣ ଦେଶର ଅନେକ ବଡ଼ ସହରକୁ ଧ୍ୱଂସ କରି ଦେଇଛି। ଯେତେବେଳେ ରୁଷ, ୟୁକ୍ରେନ ଉପରେ ଆକ୍ରମଣ କରୁଥିଲା, ସେହି ସମୟରେ ଜଣେ ମହିଳା ନିଜ ୧୭ ବର୍ଷୀୟା ଝିଅକୁ ଧରି ହସ୍ପିଟାଲ ଯାଉଥିଲେ। ତାଙ୍କ ଝିଅକୁ ବୋନ୍ କ୍ୟାନ୍ସର ଥିବା ବେଳେ ସେହି ଦିନ ତାଙ୍କର ଏକ ଜରୁରୀ ଅପରେସନ ହେବାର ଥିଲା। କିନ୍ତୁ ତା’ ଭିତରେ ରୁଷ ସେଠାରେ ଆକ୍ରମଣ କରି ଦେଇଥିଲା। ଆକ୍ରମଣକୁ ଦେଖି କିଭ୍ ରାଷ୍ଟ୍ରୀୟ କ୍ୟାନ୍ସର ସଂସ୍ଥାନର ଡାକ୍ତର ତାଙ୍କୁ ନିଜ ସୁରକ୍ଷା ପାଇଁ ଘରକୁ ଯିବାକୁ ପରାମର୍ଶ ଦେଇଥିଲେ। ତେବେ ମହିଳା ହୃଦୟଙ୍ଗମ କରିଥିଲେ କି, ଏଭଳି ସ୍ଥିତିରେ ବିଦେଶ ଯିବା ହିଁ ଏକମାତ୍ର ବିକଳ୍ପ।

ତେବେ ଏକ ରିପୋର୍ଟ ମୁତାବକ, ଯୁଦ୍ଧ ଭିତରେ ପାଖାପାଖି ୭୦୦,୦୦୦ ଲୋକ ରୋମାନିଆ ଏବଂ ମୋଲ୍‌ଦୋଭା ଭଳି ପଡୋଶୀ ଦେଶକୁ ପଳାୟନ କରିଛନ୍ତି। ମିଳିତ ଜାତିସଂଘର ରିପୋର୍ଟ ଅନୁସାରେ, ପାଖାପାଖି ୪ ମିଲିୟନ ଲୋକ ଏଠାରୁ ପଳାଇ ଯାଇଛନ୍ତି। ଏହାରି ଭିତରେ WHO ୟୁରୋପର ନିର୍ଦ୍ଦେଶକ ହନ୍ସ କ୍ଲୁଜ୍ ଏକ ସାକ୍ଷାତକାରରେ ଚେତାବନୀ ଦେଇ କହିଛନ୍ତି, ଦୁଇ ଦେଶ ମଧ୍ୟରେ ଚାଲିଥିବା ଯୁଦ୍ଧ ସ୍ଥାନୀୟ ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ବିପର୍ଯ୍ୟସ୍ତ କରି ଦେଇପାରେ। ଏହି ବିନାଶ କେବଳ ଗୋଟିଏ କିମ୍ବା ଦୁଇଟି ଦେଶରେ ସୀମିତ ନୁହେଁ, ବରଂ ବିଶ୍ୱ ସ୍ତରରେ ରହିଛି।

ସେ କହିଛନ୍ତି କି, ଯୁଦ୍ଧ ସମୟରେ ସ୍ୱାସ୍ଥ୍ୟସେବା ପାଇଁ ଡାକ୍ତରଙ୍କ ଅଭାବ ଦେଖା ଦେବାରେ ଲାଗିଛି। ହସ୍ପିଟାଲଗୁଡ଼ିକରେ ଚିକିତ୍ସା ପାଇଁ ଡାକ୍ତରମାନେ ଠିକ୍ ସମୟରେ ଉପଲବ୍ଧ ହେଉ ନାହାନ୍ତି, ଯଦ୍ଦ୍ଵାରା ୟୁକ୍ରେନର ସ୍ୱାସ୍ଥ୍ୟ ସୁବିଧା ଉପରେ ଏହାର ବଡ଼ ପ୍ରଭାବ ପଡ଼ିପାରେ। ବେଳେବେଳେ ବୋମା ଓ ଗୁଳିମାଡ଼ ତୁଳନାରେ ରୋଗ ଏବଂ କୁପୋଷଣରେ ଅଧିକ ଲୋକ ମୃତ୍ୟୁ ବରଣ କରୁଛନ୍ତି। ସେ କହିଥିଲେ ଯେ ଏବେ ଭୟ ହେଉଛି, ପଡୋଶୀ ଦେଶଗୁଡ଼ିକରେ ଶରଣାର୍ଥୀମାନଙ୍କ ଆଗମନ ସେମାନଙ୍କ ସ୍ୱାସ୍ଥ୍ୟ ପ୍ରଣାଳୀକୁ ମଧ୍ୟ ଧରାଶାୟୀ କରିଦେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.