ରାଜନଗର :ଭଉଣୀକୁ ଉଠାଇ ନେଲେ, ଦାଦାଙ୍କୁ ମାରିଦେଲେ: ଯୁବକ; ଘଟଣାରେ ୪ ଗିରଫ

ରାଜନଗର (କେନ୍ୟୁଜ): ରାଜନଗର ଥାନା ଅଞ୍ଚଳରେ ଏକ ପ୍ରେମ ବ୍ୟାପାରକୁ ନେଇ ହତ୍ୟା କାଣ୍ଡ ଘଟିଛି। ଚନ୍ଦ୍ରଶିଖର ଗାଁର ଦେବେନ୍ଦ୍ର କୁମାର ବିଶ୍ବାଳଙ୍କ ଅଭିଯୋଗ ମୁତାବକ ଗତକାଲି ରାତି ପ୍ରାୟ ୯ ଟା ୩୦ ରେ ୪ ଟି ବାଇକ ଯୋଗେ କିଛି ଯୁବକ ଆସି ଆମ ଭଉଣୀ କୁ ଉଠେଇ ନେଇଥିଲେ ।
ଏହା ପରେ ମୋ ଦାଦା ବିଚିତ୍ରାନନ୍ଦ ବିଶ୍ୱାଳ ସେମାନଙ୍କୁ ଗୋଡ଼ାଇକି ଯିବା ସମୟରେ ସେମାନେ ତାଙ୍କୁ ଅଟକାଇ ସଙ୍ଘବଧ ଭାବେ ବାଡେଇ ବାଡେଇ ମୋ ଦାଦା ଙ୍କୁ ମାରିଦେଇଥିଲେ ବୋଲି କହିଛନ୍ତି। ଏହି ଘଟଣାରେ ପୋଲିସ ୪ ଜଣକୁ ଅଟକ ରଖି ପଚରା ଉଚରା ଜାରି ରଖିଛି।