ଅନ୍ତର୍ଜାତୀୟ ମହିଳା ଦିବସରେ ଭେଟନ୍ତୁ ଲକ୍ଷ ଲକ୍ଷ ଗ୍ରାହକଙ୍କୁ ସାହାଯ୍ୟ କରୁଥିବା ମହିଳାଙ୍କ ସହିତ

ଆଜି ହେଉଛି ମାର୍ଚ୍ଚ ୮ ତାରିଖ ଅର୍ଥାତ୍ ଅନ୍ତର୍ଜାତୀୟ ମହିଳା ଦିବସ। ସମଗ୍ର ବିଶ୍ୱରେ ଆନ୍ତର୍ଜାତୀୟ ମହିଳା ଦିବସ ଭାବରେ ପାଳନ କରାଯାଏ ଆଜିର ଦିନରେ। ଏହି ଦିନଟିକୁ ପାଳନ କରିବାର ଉଦ୍ଦେଶ୍ୟ ହେଉଛି ସମାଜରେ ମହିଳାମାନଙ୍କୁ ସମ୍ମାନ ଦେବା, ମହିଳାମାନଙ୍କୁ ସେମାନଙ୍କର ଅଧିକାର ବିଷୟରେ ଅବଗତ କରାଇବା, ପଛୁଆ ଥିବା ମହିଳାମାନଙ୍କୁ ସମାଜର ପ୍ରଥମ ସ୍ତରକୁ ଆଣିବା ଏବଂ ସେମାନଙ୍କ ଅଧିକାର ପାଇଁ ଲଢ଼ିବା।
ଆପଣ ମଧ୍ୟ ଜାଣିଥିବେ ଆଜିର ଦିନରେ ଅନେକ ମହିଳା ସେମାନଙ୍କର ଦକ୍ଷତା ଏବଂ ଦୃଢ଼ ଇଚ୍ଛାଶକ୍ତି ବଳରେ ଅନେକ କାମ କରିପାରୁଛନ୍ତି। କହିବାକୁ ଗଲେ ସମାଜର ଷ୍ଟେରିଓଟାଇପ୍ ଭାଙ୍ଗୁଛନ୍ତି ଆଜିର ନାରୀ। ଆଜିର ମହିଳାମାନେ ଟେକ୍ନୋଲୋଜି, ସ୍ୱାସ୍ଥ୍ୟ, ବ୍ୟବସାୟ, ଶିକ୍ଷା ସମେତ ସମସ୍ତ କ୍ଷେତ୍ରରେ ଆଗରେ ଅଛନ୍ତି।
ତେବେ ଆଜି ଆମେ ସେହି ମହିଳା ୟୁଟ୍ୟୁବର୍ସଙ୍କ ବିଷୟରେ କହିବାକୁ ଯାଉଛୁ, ଯେଉଁମାନଙ୍କୁ ୟୁଟ୍ୟୁବରେ ଲକ୍ଷ ଲକ୍ଷ ଲୋକ ପସନ୍ଦ କରୁଛନ୍ତି। କାରଣ ସେମାନେ ବିନା ମୂଲ୍ୟରେ ଅନେକ କିଛି ଶିକ୍ଷା ଦେଉଛନ୍ତି ସମାଜକୁ। ଏହି ମହିଳାମାନେ YouTubers ଲକ୍ଷ ଲକ୍ଷ ଲୋକଙ୍କୁ ଜୀବନରେ ଆଗକୁ ଯିବା ପାଇଁ ପ୍ରେରଣା ଯୋଗାଉଛନ୍ତି।
ଆସନ୍ତୁ ଜାଣିବା ସେମାନଙ୍କ ବିଷୟରେ:
CA ରଚନା ଫାଡ଼କେ ରାନାଡେ:
ପ୍ରଥମେ ଆସୁଛନ୍ତି CA ରଚନା ଫାଡ଼କେ ରାନାଡେ। ୟୁଟ୍ୟୁବରେ ତାଙ୍କୁ ଅନେକ ଲୋକ ପସନ୍ଦ କରନ୍ତି। ରଚନା ଆଜି ତାଙ୍କ ୟୁଟ୍ୟୁବ୍ ମାଧ୍ୟମରେ ଲକ୍ଷ ଲକ୍ଷ ଲୋକଙ୍କୁ
ଇନ୍ଭେଷ୍ଟ, ବ୍ୟବସାୟ ଏବଂ ଆର୍ଥିକ କ୍ଷେତ୍ର ସମ୍ବନ୍ଧୀୟ ସୂଚନା ପ୍ରଦାନ କରୁଛନ୍ତି। ସେ ଲୋକମାନଙ୍କୁ ଅତି କଠିନ ଆର୍ଥିକ ସମସ୍ୟାରୁ କିପରି ମୁକୁଲିବେ ସେ ବିଷୟରେ ସହଜରେ ବୁଝାଉଛନ୍ତି। ଯାହାର କୌଣସି ଆର୍ଥିକ ଅସୁବିଧା ଅଛି ସେ କିପରି କାମ କରିବେ ଓ ନିଜର ବ୍ୟବସାୟ ଆରମ୍ଭ କରିପାରିବେ, ସେ ବିଷୟରେ ମଧ୍ୟ କହୁଛନ୍ତି। ତେଣୁ ତାଙ୍କ ପ୍ରଶସକଙ୍କ ସଂଖ୍ୟା କିଛି କମ୍ ନୁହେଁ। ସେ ଜଣେ ବଡ଼ ଉଦାହରଣ ନାରୀ ସମାଜ ପାଇଁ।
ପାୟଲ୍ ଗେମିଂ:
ଆଉ ଜଣେ ଯୁବ ୟୁଟ୍ୟୁବର ହେଇଛନ୍ତି ପାୟଲ ଧାରର। ତାଙ୍କର ୟୁଟ୍ୟୁବ ଚ୍ୟାନେଲରେ ୧.୪୮ ମିଲିୟନରୁ ଅଧିକ ଫୋଲୋର୍ସ ଅଛନ୍ତି । ପାୟଲ୍ ତାଙ୍କ ୟୁଟ୍ୟୁବରେ ଅନେକ ଗେମ୍ ବିଷୟର କହିଥାନ୍ତି। କିପରି ଗେମ୍ ରୁ ଟଙ୍କା କମାଇ ପାରିବେ ସେ ତାହା ତାଙ୍କ ଚ୍ୟାନେଲ ମାଧ୍ୟମରେ କୁହନ୍ତି। ଲକ୍ଷ ଲକ୍ଷ ଲୋକ ନିୟମିତ ଭାବରେ ତାଙ୍କର ଭିଡିଓ ଦେଖନ୍ତି ।
କାଇଜେନ୍ ଇଂଲିଶ:

କାଇଜେନ୍ ଇଂଲିଶ ନାମରେ ମଲାର୍ ତାଙ୍କ ୟୁଟ୍ୟୁବ୍ ଚ୍ୟାନେଲରେ ସମସ୍ତଙ୍କୁ ଇଂରାଜୀ ଶିକ୍ଷା ଦେଉଛନ୍ତି। ସେ ନିଜ ୟୁଟ୍ୟୁବ୍ ଚ୍ୟାନେଲ ସାହାଯ୍ୟରେ ଲକ୍ଷ ଲକ୍ଷ ଲୋକଙ୍କ କମ୍ୟୁନିକେସନ ସ୍କୁଲକୁ ବଢ଼ାଇବା ପାଇଁ ଚେଷ୍ଟା କରୁଛନ୍ତି ତାହା ପୁଣି ବିନା କୌଣସି ମୂଲ୍ୟରେ। ଆଜି ତାଙ୍କ ଚ୍ୟାନେଲରେ ୯ ଲକ୍ଷ ୫୫ ହଜାରରୁ ଅଧିକ ସବସ୍କ୍ରାଇବର୍ ଅଛନ୍ତି।
ଆର୍ଟକଳା:
ଅନ୍ୟ ଏକ ୟୁଟ୍ୟୁବ ଚ୍ୟାନେଲ ହେଉଛି ଆର୍ଟକଳା। ଏହା ସ୍ନେହା ନାମକ ଜଣେ ମହିଳାଙ୍କ ଚ୍ୟାନେଲ। ଏହି ଆର୍ଟକଳା ଚ୍ୟାନେଲ୍ ପାଇଁ କାମ କରୁଛନ୍ତି ସ୍ନେହା ଓ ପୂଜା। ଲୋକଙ୍କୁ ନୂତନ ଟେକ୍ନୋଲୋଜି ବିଷୟରେ ସୂଚନା ଦିଅନ୍ତି। ଖାସ କରି ଅନେକ ବର୍ଜ୍ୟବସ୍ତୁକୁ ସାଜସଜ୍ଜା ସାମଗ୍ରୀରେ ପରିଣତ କରନ୍ତି ଏମାନେ। ତାଙ୍କର ଚ୍ୟାନେଲ ଆର୍ଟକଳାକୁ ଅନେକ କୋକ ୟୁଟ୍ୟୁବରେ ପସନ୍ଦ କରୁଛନ୍ତି। ପୁଣି ୪.୫ ଲକ୍ଷ ଲୋକ ତାଙ୍କ ଚ୍ୟାନେଲରେ ସବସ୍କ୍ରାଇବର୍ ଅଛନ୍ତି।
ଇଣ୍ଟେରିର ମାତା:
ଏହା ପରେ ଆସୁଛି ଇଣ୍ଟେରିର ମାତା ନାମକ ୟୁଟ୍ୟୁବ ଚ୍ୟାନେଲ। ଏହା ହେଉଛି ଜଣେ ମହିଳା ଅନନ୍ୟାଙ୍କର। ଖାସ କରି ସେ ଇଣ୍ଟରିଅର୍ କାମ କରନ୍ତି। ଏହା ଛଡ଼ା କିପରି କମ୍ ଟଙ୍କାରେ ଭଲ ଭାବେ ଘର ସଜାଯାଇ ପାରିବ ତାହା ମଧ୍ୟ ଶିକ୍ଷା ଦିଅନ୍ତି। ଅନନ୍ୟା ତାଙ୍କ ଚ୍ୟାନେଲ ଇଣ୍ଟେରିୟର ମାତା ଜରିଆରେ ଲୋକଙ୍କ ସହ କାମ କାମ କରନ୍ତି। ଆଜି ତାଙ୍କ ଚ୍ୟାନେଲରେ ୭ ଲକ୍ଷ ୫୮ହଜାରରୁ ଅଧିକ ସବସ୍କ୍ରାଇବର୍ ଅଛନ୍ତି । ଭିଡିଓରେ ସେ ଘରଗୁଡ଼ିକର ଭିତର ଡିଜାଇନ୍ ବିଷୟରେ କୁହନ୍ତି । ତାହା ପୁଣି ବିନା ଟଙ୍କାରେ ସେ ଏହି ଡିଜାଇନ୍ ଶିକ୍ଷା ଦିଅନ୍ତି।
ତେବେ ଏମାନେ ନିଜେ ନିଜର ବୁଦ୍ଧି କୌଶଳ ଖଟାଇ ଆଜି ଜଣେ ଭଲ ଭଲ ୟୁଟ୍ୟୁବର ହୋଇ ପାରିଛନ୍ତି। ପୁଣି ପ୍ରତି ମାସରେ ରୋଜଗାର କରୁଛନ୍ତି ଲକ୍ଷ ଲକ୍ଷ ଟଙ୍କା। ଠିକ୍ ଏମାନଙ୍କ ପରି କୌଣସି ମହିଳା ମଧ୍ୟ ନିଜର ବୁଦ୍ଧି ଖଟାଇ ଅନେକ ଭଲ କାମ କରି ସମାଜରେ ଆଗକୁ ବଢ଼ିପାରିବେ।