Below header

ସନ୍ଧ୍ୟା ଚା’କୁ ଆଉ ଟିକେ ଟେଷ୍ଟି କରିବାକୁ ଘରେ ବନାନ୍ତୁ ଆଚାରୀ ଆଳୁ ଟିକ୍କା

ପନିପରିବା ପରେ ମଧ୍ୟ ରାଜା ଆଳୁ। ଘରେ ଆଳୁ ଥିଲେ ଆଉ କୌଣସି ପନିପରିବା ନଥିଲେ ମଧ୍ୟ ଚଳିବ। ତେଣୁ ଲୋକେ ଆଳୁରେ ବିଭିନ୍ନ ପ୍ରକାର ଖାଦ୍ୟ ପ୍ରସ୍ତୁତ କରି ଖାଆନ୍ତି। ସନ୍ଧ୍ୟା ବେଳେ ଆପଣ ଚା’ ପିଇବା ସମୟରେ ଯଦି ଆଉ କିଛି ଟେଷ୍ଟି ଖାଇବାକୁ ଚାହାନ୍ତି, ତେବେ ଆଚାରୀ ଆଳୁ ଟିକ୍କା କରି ଖାଇପାରିବେ। ଏହା କରିବା ବହୁତ ସହଜ। ତେବେ ଜାଣନ୍ତୁ କେମିତି କରିବେ…

ଆବଶ୍ୟକ ସାମଗ୍ରୀ: ଦହି, ଅଦା-ରସୁଣ ପେଷ୍ଟ, ଭଜା ହୋଇଥିବା ବେସନ, ଲୁଣ, ଚାଟ୍‌ ପାଉଡର, ଲଙ୍କା ପାଉଡର, ହଳଦୀ ପାଉଡର, ଗରମ ମସଲା ପାଉଡର, ଭଜା ମେଥି ପାଉଡର, ମିକ୍ସ ଆଚାର ପେଷ୍ଟ, ସୋରିଷ ତେଲ।

ପ୍ରସ୍ତୁତି ପ୍ରଣାଳୀ: ଆଚାରୀ ଆଳୁ ଟିକ୍କା ପ୍ରସ୍ତୁତ କରିବା ପାଇଁ ପ୍ରଥମେ ଆଳୁକୁ ସିଝାଇ ଦିଅନ୍ତୁ। ତା’ ପରେ ସବୁ ମସଲା ପାଉଡରକୁ ଏକ ପାତ୍ରରେ ମିକ୍ସ କରିଦିଅନ୍ତୁ। ଏଥିରେ ସିଝା ଆଳୁକୁ ପକାଇ ୧୦ରୁ ୧୫ ମିନିଟ୍‌ ପର୍ଯ୍ୟନ୍ତ ମାରିନେଟ ହେବାକୁ ରଖିଦିଅନ୍ତୁ। ସିଝା ହୋଇଥିବା ସବୁ ଆଳୁକୁ ବେକିଂ ଟ୍ରେରେ ଟିକେ ବଟର ଲଗାଇ ରଖି ଏହାକୁ ଗୋଟେ ଗୋଟେ କରି ରଖିଦିଅନ୍ତୁ। ଏବେ ଏହି ଆଳୁକୁ ମାଇକ୍ରୋେଓ୍ଵଭରେ ୧୫-୨୦ ମିନିଟ୍‌ ପର୍ଯ୍ୟନ୍ତ ବେକ୍‌ କରିଦିଅନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା ଆଚାରୀ ଆଳୁ ଟିକ୍କା। ଏହାକୁ ସଜାଇବା ପାଇଁ ଧନିଆ ପକାଇ ଗରମ ଗରମ ଚଟଣୀ ସହିତ ପରଷନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.