ଫିଟ୍‌ ରହିବାକୁ ଅଣ୍ଡାର ଧଳା ଅଂଶ ଖାଉଛନ୍ତି କି! ଦେଖାଦେଇପାରେ ଏସବୁ ସମସ୍ୟା

ଅଣ୍ଡା ହେଉଛି ପ୍ରୋଟିନ୍‌ର ଏକ ଉତ୍ତମ ସ୍ରୋତ। ଶରୀରରେ ପ୍ରୋଟିନ୍‌ ଅଭାବ ଦୂର କରିବା ପାଇଁ ଅଣ୍ଡା ଖାଇବାକୁ ଡାକ୍ତର ପରାମର୍ଶ ଦେଇଥାନ୍ତି। ଅଧିକାଂଶ ଲୋକ ଜଳଖିଆରେ ଅଣ୍ଡା ଖାଇବାକୁ ପସନ୍ଦ କରିଥାନ୍ତି। କିଛି ଲୋକ ଏହାକୁ ଆମ୍‌ଲେଟ୍‌ ବନାଇ ଖାଇଥାନ୍ତି ତ ଆଉ କିଛି ସିଝାଇ। ଅଣ୍ଡାରେ ଆଇରନ୍‌, ଆମିନୋ ଏସିଡ୍‌, ଭିଟାମିନ୍‌ ଏ, ବି ୬, ବି ୧୨, ଫସ୍‌ଫରସ୍‌, ଫୋଲେଟ୍‌ ଆଦି ରହିଛି। ଅଣ୍ଡାର ଦୁଇଟି ଅଂଶ ରହିଛି। ଗୋଟିଏ ହଳଦିଆ ଓ ଅନ୍ୟଟି ଧଳା। ଧଳା ଭାଗରେ କମ୍‌ ଫ୍ୟାଟ୍‌ ରହିଥାଏ। ଏଣୁ କିଛି ଲୋକ ମୋଟାପଣରୁ ମୁକ୍ତି ପାଇଁ ଅଣ୍ଡାର କେବଳ ଧଳା ଅଂଶ ହିଁ ଖାଇଥାନ୍ତି। କିନ୍ତୁ ବୋଧେ କମ୍‌ ଲୋକ ଜାଣିଥିବେ ଯେ ଅଣ୍ଡାର ଧଳା ଅଂଶକୁ ଅଧିକ ମାତ୍ରାରେ ସେବନ କରିବା ଦ୍ୱାରା ଶରୀରର ଅନେକ କ୍ଷତି ହୋଇଥାଏ। ଆସନ୍ତୁ ଜାଣିବା ସେ ସମ୍ପର୍କରେ…

  • ପିଲାଙ୍କୁ ଅଣ୍ଡା ଭଲ ଲାଗେ। କିନ୍ତୁ ଅଣ୍ଡାର ଧଳା ଅଂଶ ଖାଇବା ଦ୍ୱାରା ପିଲାଙ୍କ ଠାରେ ରାସେସ୍‌ ବାକୁଣ୍ଡାଇ ହେବା ଭଳି ସମସ୍ୟା ଦେଖାଦିଏ। ଏହି ସମସ୍ୟା ବଢ଼ିଗଲେ ତ୍ୱଚା ସମ୍ବନ୍ଧୀୟ ଅନ୍ୟ ଗୁରୁତର ରୋଗ ବି ହେବା ଆଶଙ୍କା ରହିଛି।
  • ଅଣ୍ଡାର ଧଳା ଅଂଶରେ ଥିବା ଏଲ୍ୟୁମିନ୍‌ ପ୍ରୋଟିନ୍‌ ଯୋଗୁ ଶରୀରରେ ଆଲର୍ଜି ହୋଇଥାଏ। ଯଦି ଗୋଟିଏ ଦିନରେ ଅଧିକ ଅଣ୍ଡାର ଧଳା ଅଂଶ ଖାଉଛନ୍ତି ତେବେ ତ୍ୱଚାରେ ନାଲି ନାଲି ହୋଇ ଫଳିଯିବା, କୁଣ୍ଡାଇ ହୋଇ ଫଳିଯିବା ଭଳି ସମସ୍ୟା ଦେଖାଯାଏ।
  • କିଛି ଲୋକଙ୍କ ଠାରେ ଡାଇରିଆ, ବାନ୍ତି ଆଦି ଲକ୍ଷଣ ମଧ୍ୟ ଦେଖାଯାଏ। କେବଳ ଏତିକି ନୁହେଁ, କିଛି ଲୋକଙ୍କ ଶରୀରରେ ନିଃଶ୍ୱାସ ନେବାରେ ଅସୁବିଧା, ବ୍ଲଡ୍‌ ପ୍ରେସର କମ୍‌ ହେବା ଭଳି ଗମ୍ଭୀର ସମସ୍ୟା ଦେଖାଯାଏ।
  • ଅଣ୍ଡାର ଧଳା ଅଂଶରେ ଅଧିକ ମାତ୍ରାରେ ପ୍ରୋଟିନ୍‌ ଥାଏ, ଯାହା କିଡ୍‌ନୀକୁ ପ୍ରଭାବିତ କରିଥାଏ। ଏଣୁ ଯଦି ଆପଣଙ୍କର ପୂର୍ବରୁ କିଡ୍‌ନୀ ରୋଗ ରହିଛି ତେବେ ଅଧିକ ପ୍ରୋଟିନ୍‌ ସେବନ କ୍ଷତିକାରକ ସାବ୍ୟସ୍ତ ହୋଇପାରେ।
  • ଅଣ୍ଡାର ଧଳା ଭାଗରେ ପ୍ରୋଟିନ୍‌ ଅଧିକ ଥିବା ବେଳେ ଫାଇବର ଆଦୌ ନ ଥାଏ। ଏଣୁ ଅଣ୍ଡାର ଧଳା ଅଂଶ ହଜମରେ ସମସ୍ୟା ସୃଷ୍ଟି କରିପାରେ। ଖାଦ୍ୟରେ ଅଧିକ ପରିମାଣର ଫାଇଭର ଥିଲେ, ପାଚନରେ ସହଜ ହୁଏ। ଅଣ୍ଡାରେ ଫାଇଭର ମାତ୍ରା କମିବାରୁ ହଜମ କ୍ରିୟା ବାଧା ପ୍ରାପ୍ତ ହୁଏ। ଫଳରେ କୋଷ୍ଠ କାଠିନ୍ୟ ସମସ୍ୟା ଦେଖାଦେଇପାରେ।
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.