ଶୁଣ୍ଢ ଟେକିଥିବା ହାତୀ ମୂର୍ତ୍ତି ଘରେ ରଖନ୍ତୁ, ହେବ ଧନ ବର୍ଷା; ବଢ଼ିବ ସୁଖ, ସମୃଦ୍ଧି

ଚୀନ ବାସ୍ତୁ ପେଙ୍ଗ୍‌ଶୁଇରେ ଘରର ସୁଖ, ସମୃଦ୍ଧି ଏବଂ ସଫଳତା ପାଇଁ ଅନେକ ଟିପ୍ସ ବିଷୟରେ କୁହାଯାଇଛି, ଯେଉଁଥିରୁ ଅଧିକାଂଶ ହେଉଛି ପଶୁମାନଙ୍କ ସମ୍ବନ୍ଧିତ। ପେଙ୍ଗ୍‌ଶୁଇ ଟିପ୍ସର ବିଶେଷଜ୍ଞମାନେ କୁହନ୍ତି, ଏହାକୁ ଉପଯୋଗ କଲେ ଜୀବନରେ ଉନ୍ନତି ଏବଂ ଭାଗ୍ୟ ଉଜ୍ଜ୍ୱଳ ହୋଇଥାଏ। ବାସ୍ତବରେ ପେଙ୍ଗ୍‌ଶୁଇ ବାସ୍ତୁ ଶାସ୍ତ୍ରରେ କଇଁଛ, ବେଙ୍ଗ, ଡ୍ରାଗନ୍, ମାଛ, ଓଟ ଏବଂ ହାତୀର ମୂର୍ତ୍ତି ଘରେ ରଖିବା ଦ୍ୱାରା ସୌଭାଗ୍ୟ ବୃଦ୍ଧି ହୋଇଥାଏ। ଆସନ୍ତୁ ଜାଣିବା କି, ହାତୀ ମୂର୍ତ୍ତି ଘରେ ରଖିବା ଦ୍ୱାରା କ’ଣ କ’ର ଲାଭ ମିଳିଥାଏ।

ଘରେ ରହିଥାଏ ସକାରାତ୍ମକ ଶକ୍ତି

ଶାସ୍ତ୍ରରେ ହାତୀକୁ ମା’ ଲକ୍ଷ୍ମୀଙ୍କ ବାହନ ଏବଂ ଶୁଭତାର ପ୍ରତୀକ କୁହାଯାଇଥାଏ। ଯେଉଁ ଘରର ମୁଖ୍ୟ ଦ୍ୱାରରେ ଶୁଣ୍ଢ ଟେକିଥିବା ହାତୀର ମୂର୍ତ୍ତି ରଖାଯାଇଥାଏ, ସେଠାରେ ସବୁବେଳେ ସୁଖ, ସମୃଦ୍ଧି ଏବଂ ସକାରାତ୍ମକତା ବଜାୟ ରହିଥାଏ। ଏଥି ସହିତ ଘରର ସଦସ୍ୟମାନଙ୍କ କାର୍ଯ୍ୟକ୍ଷେତ୍ରରେ ମଧ୍ୟ ସଫଳତା ମିଳିଥାଏ।

ସୁରକ୍ଷା କବଚ ଭାବରେ କାର୍ଯ୍ୟ କରିଥାଏ

ଘରର ମୁଖ୍ୟ ଦ୍ୱାରର ଉଭୟ ପାର୍ଶ୍ୱରେ ହାତୀ ଯୋଡ଼ା ରଖିବା ଦ୍ୱାରା ଘରେ ସୁଖ, ସୌଭାଗ୍ୟ ଏବଂ ସମ୍ପତ୍ତିର ଆଗମନ ହୋଇଥାଏ। ଏଥି ସହିତ ଏହା ପୂରା ପରିବାର ପାଇଁ ସୁରକ୍ଷା କବଚ ଭାବରେ କାର୍ଯ୍ୟ କରିଥାଏ।

ଦାମ୍ପତ୍ୟ ଜୀବନରେ ସୁଖ ଆସିଥାଏ

ପେଙ୍ଗ୍‌ଶୁଇ ମୁତାବକ, ଯଦି କୌଣସି ପରିବାରରେ ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ମଧୁର ସମ୍ପର୍କ ନ ଥାଏ ଏବଂ ସବୁବେଳେ ସେମାନଙ୍କ ମଧ୍ୟରେ କଳି ଝଗଡ଼ା ଲାଗୁଥାଏ, ତ ଏମିତିରେ ନିଜ ଶୋଇବା ଘରେ ଏକ ଯୋଡ଼ା ହାତୀ ରଖନ୍ତୁ। ଏମିତିରେ ସ୍ୱାମୀ ଓ ସ୍ତ୍ରୀଙ୍କ ପ୍ରେମ ସର୍ବଦା ଅତୁଟ ରହିଥାଏ ଏବଂ ଦାମ୍ପତ୍ୟ ଜୀବନ ହସ, ଖୁସିରେ ପୂରି ଉଠିଥାଏ।

ଧନ ବୃଦ୍ଧି ପାଇଁ

ପେଙ୍ଗ୍‌ଶୁଇ ଅନୁଯାୟୀ, ଚାନ୍ଦିର ହାତୀ ଉତ୍ତର ଦିଗରେ ରଖିବା ଶୁଭ ହୋଇଥାଏ। କାହିଁକି ନା, ଏହି ଦିଗ ସହିତ ମା’ ଲକ୍ଷ୍ମୀଙ୍କର ପ୍ରତ୍ୟକ୍ଷ ସମ୍ବନ୍ଧ ରହିଥାଏ। ଏମିତି କରିବା ଦ୍ୱାରା ଧନ ସହ ଜଡିତ ସମସ୍ତ ସମସ୍ୟା ଦୂର ହୋଇଯାଇଥାଏ। ଏଥି ସହିତ ଆର୍ଥିକ ସ୍ଥିତି ମଜଭୁତ ହେବାକୁ ଲାଗିଥାଏ। ଏହା ବ୍ୟତୀତ ଚାନ୍ଦିର ହାତୀକୁ ନାଲି କପଡ଼ାରେ ବାନ୍ଧି ଟଙ୍କା ବାକ୍ସରେ ରଖିବା ଦ୍ୱାରା ଆୟର ଉତ୍ସ ବଢ଼ିଥାଏ ଏବଂ ଋଣ ସମସ୍ୟାରୁ ମୁକ୍ତି ମିଳିଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.