ନଡ଼ିଆ ଓ ଆଲୋବେରା ଜେଲ କିପରି ନିଜ ଓଠରେ ବ୍ୟବହାର କରିବେ, ଜାଣନ୍ତୁ

ଋତୁକାଳୀନ ପରିବର୍ତ୍ତନରେ ଶରୀରର ସମସ୍ତ ଅଙ୍ଗ ପ୍ରତି ବିଶେଷ ଧ୍ୟାନ ଦେବା ଆବଶ୍ୟକ । ଜଳବାୟୁ ପରିବର୍ତ୍ତନ ହେଲେ ଏହା ତ୍ୱଚା ଉପରେ ବେଶ ଗୁରୁତ୍ୱପୂର୍ଣ୍ଣ ପ୍ରଭାବ ପକାଇଥାଏ । ଘରୋଇ ଉପଚାର କରୁଥିଲେ ମଧ୍ୟ ଏହାକୁ ପରିବର୍ତ୍ତନ କରାଯାଏ । ଯଦି ଆପଣଙ୍କ ଓଠ କଳା ଏବଂ ଏହାକୁ ଆପଣ ଗୋଲାପି ରଙ୍ଗ କରିବାକୁ ଚାହୁଁଛନ୍ତି, ତା’ହେଲେ ନଡ଼ିଆ ତେଲ ଓ ଆଲୋବେରା ଜେଲ ଲଗାନ୍ତୁ। ରୋଷେଇ ଘରେ ସହଜରେ ମିଳିଯାଉଥିବା ଏହି ଜିନିଷ ଆପଣଙ୍କ ସହାୟତା କରିପାରିବ।ଏହାଦ୍ୱାରା ଓଠରୁ ଡେଡ ସ୍କିନ ମଧ୍ୟ ବାହାରିଯାଏ ।
ଆସନ୍ତୁ ଜାଣିବା, ଓଠର ରଙ୍ଗକୁ ହାଲୁକା କରିବା ପାଇଁ କିପରି ଆମେ ନଡ଼ିଆ ତେଲ ଓ ଆଲୋବେରା ବ୍ୟବହାର କରିବା:-
– ନଡ଼ିଆ ତେଲ ଓ ଆଲୋବେରା ରେ ଲେମ୍ବୁ ରସ ମିକ୍ସ କରି ଲଗାନ୍ତୁ। । ଏଥିରେ ଅଳ୍ପ ପାଣି ମିକ୍ସ କରନ୍ତୁ ଏବଂ ତା’ପରେ ଲଗାନ୍ତୁ।
-ଲେମ୍ବୁକୁ Glycerin ସହ ମିଶାଇ ଲଗାଇଲେ ଓଠ ରଙ୍ଗ ହାଲୁକା ହୋଇଯାଇଥାଏ ଏବଂ ଏହା ଓଠକୁ ମୁଲାୟମ ରଖିଥାଏ।
– ଓଠର ରଙ୍ଗ ବଦଳାଇବା ପାଇଁ ଲେମ୍ବୁ ରସ ଓ ଗୋଲାପ ଜଳ ଓ ଆଲୋବେରା ମିକ୍ସ କରି ଲଗାନ୍ତୁ। ଭଲ ରେଜଲ୍ଟ ପାଇବା ପାଇଁ ଏହାକୁ ପ୍ରତିଦିନ ଲଗାନ୍ତୁ।
– ଓଠକୁ ମୁଲାୟମ ଏବଂ କୋମଳ କରିବା ପାଇଁ ଘିଅ ଲଗାଯାଇଥାଏ। ଲେମ୍ବୁ ରସ ଏବଂ ଘିଅକୁ ମିଶାଇ ଓଠରେ ଲଗାନ୍ତୁ ଏବଂ ଏହାକୁ ରାତିସାରା ଲଗାଇ ରଖିବା ପରେ ମୁଁହ ଧୋଇ ଦିଅନ୍ତୁ। ଯଦି ଲେମ୍ବୁ ରସ ଓଠରେ ଲଗାଇବା ପରେ ଜ୍ବଳନ ହୋଇଥାଏ, ତେବେ ତୁରନ୍ତ ଧୋଇ ଦିଅନ୍ତୁ।
– ଓଠକୁ ଗୋଲାପି ରଙ୍ଗ କରିବା ପାଇଁ ଲେମ୍ବୁ ରସର ତେଲ ମିକ୍ସ କରି ଲଗାନ୍ତୁ।
*ଲେମ୍ବୁ ରସରେ ମାତ୍ରାଧିକ ଏସିଡ ରହିଥାଏ। ଏହାକୁ ସିଧାସଳଖ ବ୍ୟବହାର କରନ୍ତୁ ନାହିଁ।