ହୋଲି ଦିନ ଏହି ବାସ୍ତୁ ନିୟମ ଗୁଡିକୁ ନିଶ୍ଚିତ ପାଳନ କରନ୍ତୁ, ଘରେ ବଢ଼ିବ ସୁଖ ସମୃଦ୍ଧି

ଦେଶ ବ୍ୟାପି ରଙ୍ଗର ପର୍ବ ହୋଲିକୁ ଖୁବ ଜାକଯମକର ସହ ପାଳନ କରାଯାଉଛି । ଚଳିତ ଥର ଏହି ଶୁଭ ଦିନ ମାର୍ଚ୍ଚ ୧୮ ତାରିଖ ଅର୍ଥାତ ଶୁକ୍ରବାର ପଡୁଛି । ଏହି ଦିନ ଲୋକେ ପରସ୍ପରକୁ ରଙ୍ଗ ଲଗାଇ ଶୁଭକାମନା ଦେଇଥାନ୍ତି । ଜ୍ୟୋତିଷ ଶାସ୍ତ୍ର ଓ ବାସ୍ତୁ ଅନୁଯାୟୀ, ଏହି ଶୁଭ ଦିନରେ କିଛି ବିଶେଷ ବାସ୍ତୁର ଉପାୟ ମାନ ଅବଲମ୍ବନ କରିବା ଉଚିତ । ଯାହା ଜୀବନରେ ସୁଖ ସମୃଦ୍ଧି ବୃଦ୍ଧି କରିବା ସହିତ ଖୁସି ଆଣିଦେବ । ଏହା ସହ ଧାର କରଜ ଜନିତ ସମସ୍ୟା ବି ଦୂର ହେବ । ତେବେ ଆସନ୍ତୁ ହୋଲି ସହିତ ଜଡିତ କିଛି ବାସ୍ତୁ ଟିପ୍ସ ବାବଦରେ ଜାଣିବା:

ଶ୍ରୀ ଗଣେଶଙ୍କ ପୂଜା କରନ୍ତୁ:

ହୋଲି ଦିନ ଅଗ୍ରପୂଜ୍ୟ ଗଣେଶଙ୍କ ପୂଜା ନିହାତି କରନ୍ତୁ । ଏହା ସହ ବାପ୍ପାଙ୍କୁ ଠଂଡାଇ ଭୋଗ ଚଢନ୍ତୁ । ମାନ୍ୟତା ରହିଛିକି ଏହା ଦ୍ୱାରା ଘରେ ସୁଖ ସମୃଦ୍ଧି ବୃଦ୍ଧି ହୋଇଥାଏ ।

ବେଡ଼ରୁମରେ ଲଗାନ୍ତୁ ରାଧା-କୃଷ୍ଣଙ୍କ ଫଟୋ:

ହୋଲି ଦିନ ନିଜ ବେଡ଼ରୁମରେ ରାଧା କୃଷ୍ଣଙ୍କ ଏକ ଫଟୋ ନିହାତି ଲଗାନ୍ତୁ । ଏହା ପରେ ତାଙ୍କୁ ହୋଲିର ଅବିର ଓ ଫୁଲ ଚଢନ୍ତୁ । ବାସ୍ତୁ ଅନୁଯାୟୀ ଏହା ଫଳରେ ପତି-ପତ୍ନୀଙ୍କ ସମ୍ପର୍କରେ ମଧୁରତା ଆସିଥାଏ | ଘରେ ସୁଖ ସମୃଦ୍ଧି ବଢିଥାଏ ।

 

radha krishna

 

ସୂର୍ଯ୍ୟ ଦେବଙ୍କ ଫଟୋ ଲଗାନ୍ତୁ:

ହୋଲି ଦିନ ଘରର ମୁଖ୍ୟ ଦ୍ୱାରର ଉପରେ ଭଗବାନ ସୂର୍ଯ୍ୟଙ୍କ ଏକ ଫଟୋ ଲଗାନ୍ତୁ । ମାନ୍ୟତା ରହିଛି କି ଏହା ଦ୍ୱାରା ଘରେ ସକାରାତ୍ମକ ଉର୍ଜା ସଂଚାରିତ ହୋଇଥାଏ । ଏହା ବ୍ୟତୀତ ଜୀବନ, ଚାକିରୀ ତଥା ବ୍ୟବସାୟ ସହିତ ସମସ୍ୟା ମାନ ଦୂର ହୋଇଥାଏ ।

ଘରେ ଗଛ ଲଗାନ୍ତୁ:

ହୋଲି ଦିନ ଘରେ ମନି ପ୍ଲାଣ୍ଟ ତଥା ଏକ ତୁଳସୀ ଗଛ ଲଗାନ୍ତୁ । ଏହା ଦ୍ୱାରା କୁଣ୍ଡଳୀରେ ଗ୍ରହ ଦୋଷ ଦୂର ହେବା ସହ ସୌଭାଗ୍ୟ ବୃଦ୍ଧି ହୋଇଥାଏ ।

ଏହି ସବୁ ରଙ୍ଗରେ ଖେଳନ୍ତୁ ହୋଲି:

ଲାଲ, ଗୋଲାପୀ, ସବୁଜ, ନାରଙ୍ଗୀ, ହଳଦିଆ ପରି ରଙ୍ଗକୁ ଶୁଭ ବୋଲି ଧରାଯାଏ । ଏହା ସହ ଏହି ରଙ୍ଗ ଗୁଡିକୁ ପଜିଟିଭିଟିର ପ୍ରତୀକ ଭାବରେ ଧରାଯାଏ । ଆପଣ ବି ଏହି ରଙ୍ଗର ଅବିର ଗୁଡିକରେ ହୋଲି ଖେଳିବା ଉଚିତ ।

ନୃସିଂହ ସ୍ତୋତ୍ର ପାଠ କରନ୍ତୁ:

ପୁରାଣ ଅନୁଯାୟୀ, ଭକ୍ତ ପ୍ରହ୍ଲାଦଙ୍କ ରକ୍ଷା କରିବା ପାଇଁ ଶ୍ରୀ ହରି ନୃସିଂହ ଅବତାର ନେଇଥିଲେ | ଏହି ଦିନ ନୃସିଂହ ସ୍ତୋତ୍ର ନିହାତି ପାଠ କରିବା ଉଚିତ | ଏହା ସହ ହୋଲିକାଙ୍କ ଅଗ୍ନିରେ ନଡ଼ିଆ ଚଢେଇବା ଉଚିତ ।

ଘରର ଛାତ ଉପରେ ଧ୍ବଜ ଲଗାନ୍ତୁ:

ହୋଲି ଦିନ ଘରର ଛାତ ଉପରେ ଏକ ଧ୍ବଜ ଜଳାନ୍ତୁ । ଯଦି ପୂର୍ବରୁ ହିଁ କୌଣସି ଧ୍ବଜ ଲଗାଇଛନ୍ତି ତେବେ ଏହାକୁ ବଦଳାଇ ଦିଅନ୍ତୁ । ମାନ୍ୟତା ରହିଛିକି ଏହା ଦ୍ୱାରା ଘରେ ସୁଖ ସମୃଦ୍ଧି ବଢିଥାଏ । ପରିବାର ସଦସ୍ୟଙ୍କ ମାନ-ସମ୍ମାନ ବଢିଥାଏ । ପ୍ରେମ ମଧ୍ୟ ବଢିଥାଏ ।

ହୋଲିକା ଦହନ କରନ୍ତୁ:

ଘରେ ଯଦି କେହି ଅସୁସ୍ଥ ଥାଆନ୍ତି । ତେବେ ହୋଲିକା ଦହନର ଅଂଗାରକୁ ରୋଗୀ ତଥା ତାଙ୍କ ବିଛଣାରେ ବିଞ୍ଚେଇ ଦିଅନ୍ତୁ । ଏହା ସହ ତାଙ୍କ ଔଷଧ ଓ ଖାଦ୍ୟ ପେୟ ପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ । ମାନ୍ୟତା ରହିଛିକି ଏହା ଦ୍ୱାରା ଅବସ୍ଥାରେ ସୁଧାର ଆସିଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.