କମ୍ ପାଣି ପିଉଥିବା ଲୋକଙ୍କୁ ରହିଛି ଶୀଘ୍ର ମରିବାର ବିପଦ, ଜାଣନ୍ତୁ କେତେ ଗ୍ଲାସ୍ ଜରୁରୀ

ଜଳ ହିଁ ଜୀବନ । ଏହା ବୋଧହୁଏ ସମସ୍ତେ ଜାଣିଛନ୍ତି, କିନ୍ତୁ ଏହି ତିନୋଟି ଶବ୍ଦର ଗମ୍ଭୀରତା ବିଷୟରେ ଖୁବ୍ କମ୍ ଲୋକ ଜାଣିଥିବେ । ଯଦି ବିଜ୍ଞାନକୁ ବିଶ୍ୱାସ କରାଯାଏ, ତେବେ କମ୍ ପାଣି ପିଉଥିବା ଲୋକମାନଙ୍କୁ ଅନେକ ଗୁରୁତର ରୋଗ ହେବାର ଆଶଙ୍କା ରହିଥାଏ । ୨୫ ବର୍ଷ ଧରି ଚାଲିଥିବା ଏକ ଅଧ୍ୟୟନରେ ଏହି ଜିନିଷ ସାମ୍ନାକୁ ଆସିଛି । ତେବେ ଡିହାଇଡ୍ରେସନ୍ ଯୋଗୁଁ ଅନେକ ସମସ୍ୟା ସୃଷ୍ଟି ହେଉଥିବା ଆପଣମାନେ ବି ଅନେକ ମାମଲାରେ ଦେଖିଥିବେ । ଶରୀରରେ କୌଣସି ଇନଫେକ୍ସନ ହେଲେ ଡାକ୍ତରମାନେ ଅଧିକରୁ ଅଧିକ ପାଣି ପରିମାଣରେ ପିଇବାକୁ କହିଥାନ୍ତି । ତଥାପି ଅନେକ ଲୋକ ଅଛନ୍ତି ଯେଉଁମାନେ ପର୍ଯ୍ୟାପ୍ତ ପରିମାଣର ପାଣି ପିଇବାରେ ଅବହେଳା କରନ୍ତି । ଏହା ଆପଣଙ୍କ ପାଇଁ ଅତ୍ୟନ୍ତ ବିପଜ୍ଜନକ ହୋଇପାରେ ।

ପ୍ରିମ୍ୟାଚୁୟୋର ଡେଥ ବା ଅକାଳ ମୃତ୍ୟୁ ହେବାର ଆଶଙ୍କା

ଆମେରିକାର ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ହେଲ୍ଥର ରିପୋର୍ଟ ଅନୁଯାୟୀ, ମଧ୍ୟମ ବୟସର ଲୋକ ଯେଉଁମାନଙ୍କର ରକ୍ତରେ ସେରମ୍ ସୋଡିୟମ୍ ଅଧିକ ଥାଏ, ସେମାନଙ୍କୁ ଗୁରୁତର ରୋଗ ହେବାର ଆଶଙ୍କା ଥାଏ । କେବଳ ଏତିକି ନୁହେଁ, ସେମାନଙ୍କ ମଧ୍ୟରେ ମୃତ୍ୟୁ ହାର ମଧ୍ୟ ଅଧିକ ହୋଇଥାଏ । ସେରମ୍ ସୋଡିୟମ୍ ସ୍ତର ବୃଦ୍ଧି ହେବାର ସବୁଠାରୁ ସାଧାରଣ କାରଣ ହେଉଛି କମ୍ ପାଣି ପିଇବା । ଅଧ୍ୟୟନରେ ଏହା ମଧ୍ୟ ପ୍ରକାଶ ପାଇଛି ଯେ, ଯେଉଁମାନଙ୍କର ସୋଡିୟମ୍ ସ୍ତର ଅଧିକ ଥିଲା ଓ ସେମାନଙ୍କର ସେଲୁଲାର୍ ବୟସ ମଧ୍ୟ ଅଧିକ ଥିଲା, କିନ୍ତୁ ବାର୍ଦ୍ଧକ୍ୟର ଲକ୍ଷଣ ମଧ୍ୟ ଶୀଘ୍ର ଆସିଥିଲା । ଏଥିରୁ ପ୍ରିମାଚ୍ୟୁର ଡେଥର ସଂକେତ ବି ଦେଖିବାକୁ ମିଳିଥିଲା ।

water
photo credit : freepik

ବ୍ରେନ୍‌ ଫଙ୍କସନରେ ପଡିଥାଏ ଫରକ

ଏହା ବି ଜଣାପଡିଲା ଯେ ଫିଜିକାଲ ଆକ୍ଟିଭିଟୀ, ପ୍ରପର ନ୍ୟୁଟ୍ରିସନ୍‌ ଏବଂ ହାଇଡ୍ରେସନ୍‌ ଦୀର୍ଘାୟୁ ଏବଂ ସୁସ୍ଥ ଜୀବନ ପାଇଁ ଗୁରୁତ୍ୱପୂର୍ଣ୍ଣ । ଜଳ ବ୍ୟତୀତ ଅନ୍ୟ କେତେକ କାରଣ ମଧ୍ୟ ହାଇ ସୋଡିୟମ୍ ସ୍ତର ପଛରେ ଦାୟୀ ହୋଇପାରେ । ଆପଣଙ୍କ ଶାରୀରିକ ସ୍ୱାସ୍ଥ୍ୟ ଏବଂ ସୌନ୍ଦର୍ଯ୍ୟ ବ୍ୟତୀତ ଉତ୍ତମ ମାନସିକ ସ୍ୱାସ୍ଥ୍ୟ ପାଇଁ ଜଳ ମଧ୍ୟ ବହୁତ ଜରୁରୀ । ଅନେକ ଅଧ୍ୟୟନରେ ଏହା ପ୍ରକାଶ ପାଇଛି ଯେ, ଡିହାଇଡ୍ରେସନ ବ୍ରେନ୍‌ ଫଙ୍କସନ ଉପରେ ଫରକ ପଡିଥାଏ।

ଶୋଷ ଲାଗିବା ପୂର୍ବରୁ ପିଅନ୍ତୁ ପାଣି

ଗୋଟିଏ ଦିନରେ କେତେ ପାଣି ପିଇବା ଉପରେ ଭିନ୍ନ ଭିନ୍ନ ମତ ହୋଇପାରେ । ସାଧାରଣତଃ ଦିନକୁ ୨.୫ ରୁ ୩ (୮ ରୁ ୧୧ ଗ୍ଲାସ୍) ପାଣି ପିଇବାକୁ ପରାମର୍ଶ ଦିଆଯାଇଥାଏ। ଏହା ବ୍ୟତୀତ ଜୁସ୍ କିମ୍ବା କିଛି ସୁସ୍ଥ ପାନୀୟ ଆପଣଙ୍କ ହାଇଡ୍ରେସନର ସୋର୍ସ ହୋଇପାରେ କିନ୍ତୁ ଏହାକୁ ପାଣିର ସ୍ଥାନ ଦିଅନ୍ତୁନାହିଁ । ଧ୍ୟାନରଖନ୍ତୁ ଯେ ଯେତେବେଳେ ଆମେ ଶୋଷି ଲାଗିଲେ ପାଣି ପିଇଥାଉ, କୋଷଗୁଡ଼ିକ ସଙ୍କୁଚିତ ହୋଇଯାଏ । ସେଥିପାଇଁ ଶୋଷ ଲାଗିବା ପୂର୍ବରୁ ସର୍ବଦା ପାଣି ପିଅନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.