Below header

ମାସ୍କ ପିନ୍ଧିବା ଯୋଗୁ ଆଖି ପୋଡ଼ୁଥିଲେ ଆପଣାନ୍ତୁ ଏସବୁ ଉପାୟ, ତୁରନ୍ତ ମିଳିବ ଆରାମ

କରୋନା ଭାଇରସ୍‌ ଆସିବା ପରେ ମାସ୍କ ଏକ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ପାଲଟିଯାଇଛି। ବାହାରକୁ ଯିବା ବେଳେ ପ୍ରଥମେ ମାସ୍କ ଖୋଜାପଡ଼ୁଛି। ମାସ୍କ ନ ପିନ୍ଧିଲେ ମୋଟା ଅଙ୍କର ଜରିମାନା ଗଣିବାକୁ ପଡ଼ିବ। ଏଣୁ ଆମେ ସମସ୍ତେ ମାସ୍କ ପିନ୍ଧୁଛେ। ତେବେ ମାସ୍କ ପିନ୍ଧିବା ଦ୍ୱାରା କେବଳ ନିଃଶ୍ୱାସର ଦୁର୍ଗନ୍ଧକୁ ବରଦାସ୍ତ କରିବାକୁ ପଡ଼ୁନାହିଁ, ଏହା ଦ୍ୱାରା ଆଖି ମଧ୍ୟ ପୋଡ଼ୁଛି। ଅଧିକ ସମୟ ମାସ୍କ ପିନ୍ଧିବା ଦ୍ୱାରା ଆଖି ପୋଡ଼ା ହୁଏ। ଯଦି ଆପଣ ବି ଏହି ସମସ୍ୟା ଭୋଗୁଛନ୍ତି ତେବେ ଆମେ ଆପଣଙ୍କୁ କିଛି ଏଭଳି ଟିପ୍ସ କହିବୁ ଯାହା ଦ୍ୱାରା ଆପଣଙ୍କ ଆଖି ଆଉ ପୋଡ଼ିବ ନାହିଁ…

  • ମାସ୍କ ମୁହଁକୁ ଫିଟ୍‌ ହେଉନଥିଲେ ଏହାର ଉପର ଦେଇ ଗରମ ନିଃଶ୍ୱାସ ଯାଇ ଆଖିରେ ବାଜେ। ଫଳରେ ଆଖି ପୋଡ଼େ। ଏଣୁ ସବୁବେଳେ ନିଜ ସାଇଜ୍‌ର ମାସ୍କ ହିଁ ପିନ୍ଧନ୍ତୁ।
  • ଅଧିକ ସମୟ ଧରି ମାସ୍କ ପିନ୍ଧିଲେ ଆଖିରେ ଅନ୍ୟ ସମସ୍ୟା ଯଥା: ଆଖିପତାରେ ବ୍ୟାକ୍ଟେରିଆଲ୍‌ ସଂକ୍ରମଣ, କର୍ଣ୍ଣିୟତ କ୍ଷତି, ମାସ୍କ ଯୋଗୁ ଆଲର୍ଜି ଯୋଗୁ ଜ୍ୱଳନ ଆଦି ହୁଏ। ଏଣୁ ମଝିରେ ମଝିରେ ମାସ୍କ ଖୋଲି ମୁହଁକୁ ପରିଷ୍କାର ପାଣିରେ ଧୋଇ ଦିଅନ୍ତୁ।
  • ସବୁବେଳେ କଟନ୍‌ କପଡ଼ାରେ ତିଆରି ମାସ୍କ ବ୍ୟବହାର କରନ୍ତୁ। ଏହା ଦ୍ୱାରା ନିଃଶ୍ୱାସ ନେବାରେ ସମସ୍ୟା ହେବ ନାହିଁ।
  • ମାସ୍କ ଲଗାଇବା ବେଳେ ବାରମ୍ବାର ଆଖିକୁ ଛୁଅଁନ୍ତୁ ନାହିଁ।
  • ଯଦି ଆଖି ପୋଡ଼ୁଛି ତେବେ ଆଖିରେ ଗରମ ସେକ ଦିଅନ୍ତୁ। ଆରାମ ଲାଗିବ।
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.