Below header

କରୋନା ରାଜର ଘଟିବ ଅବସାନ, କୋଭିସିଲ୍ଡ ଓ କୋଭାକ୍ସିନ୍‌କୁ ମିଳିଲା ଜରୁରୀ ବ୍ୟବହାର ପାଇଁ ଅନୁମତି

କେନ୍ୟୁଜ୍(ବ୍ୟୁରୋ):  ଦେଶରେ କରୋନା ଭ୍ୟାକ୍ସିନ୍‌କୁ ନେଇ ଖୁସି ଖବର । ଭ୍ୟାକ୍ସିନ୍‌କୁ ନେଇ ଡ୍ରଗ୍ସ କଣ୍ଟ୍ରୋଲର ଜେନେରାଲ ଅଫ୍‌ ଇଣ୍ଡିଆ ବା DCGI ଦେଲା ବଡ଼ ଖବର । କୋଭିସିଲ୍ଡ ଓ କୋଭାକ୍ସିନ୍‌କୁ ମିଳିଲା ଜରୁରୀ ବ୍ୟବହାର ପାଇଁ ଅନୁମତି । ଏବେ ଦୁଇଟି ଭ୍ୟାକ୍ସିନ୍‌ ଲୋକଙ୍କୁ ଦିଆଯାଇପାରିବ । DCGI ନିର୍ଦ୍ଦେଶକ କହିଛନ୍ତି, ଦୁଇଟି ଭ୍ୟାକ୍ସିନ୍‌ ସଂପୂର୍ଣ୍ଣ ସୁରକ୍ଷିତ ।

ଶୁକ୍ରବାର କୋଭିସିଲ୍ଡକୁ ଅନୁମତି ଦିଆଯାଇଥିବା ବେଳେ ଗତକାଲି ଭାରତରେ ପ୍ରସ୍ତୁତ ସ୍ୱଦେଶୀ କୋଭାକ୍ସିନ୍‌ ଟିକାକୁ ଅନୁମତି ମିଳିଛି । ଦେଶରେ କୋଭାକ୍ସିନ୍‌ର ତୃତୀୟ ପର୍ଯ୍ୟାୟ ଟ୍ରାଏଲ ଚାଲୁ ରହିଛି । ପରବର୍ତ୍ତୀ ବିଚାର ପାଇଁ ଏହାର ତଥ୍ୟ ଦାଖଲ କରିବାକୁ କମ୍ପାନୀକୁ କୁହାଯାଇଛି ।  ଦୁଇ ଟିକାର ଜରୁରୀ ବ୍ୟବହାର ପାଇଁ DCGIକୁ ସୁପାରିଶ କରିଥିଲା ସବ୍‌ଜେକ୍‌ଟ ଏକ୍ସପର୍ଟ କମିଟି । ଏହି ଦୁଇଟି ଟିକାର  ଚୂଡ଼ାନ୍ତ ନିର୍ଣ୍ଣୟ ନେଇଛି ଡ୍ରଗ୍‌ସ କଣ୍ଟ୍ରୋଲର ଜେନେରାଲ ଅଫ୍‌ ଇଣ୍ଡିଆ ।

ସେପେଟ ଟିକାର ସଫଳତା ନେଇ ଟ୍ଵିଟ୍‌ କରି ଭାରତ ବାୟୋଟେକ୍‌କୁ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।    ଏହା ସାରା ଦେଶ ପାଇଁ ଟିକାକରଣ ପ୍ରୟାସକୁ ସୁଦୃଢ କରିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଦେଶରେ କରୋନା ଟିକାକୁ ଅନୁମତି ପରେ ଟ୍ଵିଟ୍‌ କରି ଶୁଭେଛା ଜଣାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବୈଜ୍ଞାନିକ ଓ ଇନୋଭେଟରଙ୍କୁ ଧନ୍ୟବାଦ ଜଣାଇଛନ୍ତି ମୋଦି । ପ୍ରଧାନମନ୍ତ୍ରୀ କହିଛନ୍ତି, ଆଜି ସାରା ଭାରତୀୟଙ୍କ ପାଇଁ ଗର୍ବର ଦିନ । ବୈଜ୍ଞାନିକମାନେ ଆମ ସ୍ୱପ୍ନକୁ ସାକାର କରିଛନ୍ତି । ଡାକ୍ତର, ବୈଜ୍ଞାନିକ ଓ ମେଡିକାଲ ଷ୍ଟାଫ୍‌ଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି ମୋଦି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.