Below header

ଘରର ମଙ୍ଗଳ ପାଇଁ ପାଳନ କରନ୍ତୁ ଘରେ ଥିବା ଫର୍ନିଚରର କିଛି ନିୟମ, ଘରେ ବଢିବ ପଜେଟିଭ ଶକ୍ତି

ଫେଙ୍ଗ ସୁଇରେ ଘରର ସକରାତ୍ମକ ଶକ୍ତି ବଢିବା ଉପରେ ଗୁରୁତ୍ୱ ଦିଆଯାଇଛି | ଘର ନିର୍ମାଣ ବେଳେ ଲୋକେ ବାସ୍ତୁ ଓ ଫେଙ୍ଗ ସୁଇ ଉପରେ ଗୁରୁତ୍ୱ ଦେଇଛନ୍ତି | ଫଳରେ ଘରର ବାସ୍ତୁ ଦୋଷରୁ ଘରକୁ ରକ୍ଷା କରାଯାଇପାରିବ | ସେହିପରି ଘରେ ଥିବା ଫର୍ନିଚର ବା ଆସବାବପତ୍ର ଯଦି ଠିକ ଭାବରେ ରୁହେ ତେବେ ଘରର ପଜେଟିଭ ଶକ୍ତି ବୃଦ୍ଧି ପାଇଥାଏ | ଫଳରେ ବ୍ୟକ୍ତିର ଭାଗ୍ୟ ବଢ଼ିବା ସହ ଉନ୍ନତି ହୋଇଥାଏ |

ଆସନ୍ତୁ ଜାଣିବା ଫେଙ୍ଗସୁଇ ଅନୁସାରେ କେମିତି ଫର୍ନିଚର ରଖିଲେ ହେବ ଉନ୍ନତି-

ଫର୍ନିଚର ସିମ୍ପଲ ହେବା ଦରକାର :

ଫେଙ୍ଗସୁଇ ଅନୁସାରେ ଘର କିମ୍ବା ଅଫିସର ଫର୍ନିଚର ସିମ୍ପଲ ହେବା ଦରକାର | ଗୋଲାକାର କିମ୍ବା ବିଭିନ୍ନ ଡ଼ିଜାଇନ ପରିବର୍ତ୍ତେ ଫର୍ନିଚର ସାଧାରଣ ହେବା ଦରକାର | ଗୋଲ ବା ବିଭିନ୍ନ ଡ଼ିଜାଇନର ଫର୍ନିଚର ଘରେ ନେଗେଟିଭ (ନକରାତ୍ମକ ) ଶକ୍ତି ବଢ଼ାଇ ଥାଏ |

ଦିଗ ପ୍ରତି ଧ୍ୟାନ ଦେବା ଜରୁରୀ :

ହାଲ୍କା ଫର୍ନିଚର ଉତ୍ତର କିମ୍ବା ପୂର୍ବ ଦିଗରେ ରହିବା ଜରୁରୀ | ସେହିପରି ଓଜନିଆ ଫର୍ନିଚର ପଶ୍ଚିମ ବା ଦକ୍ଷିଣ ଦିଗରେ ରହିବ ଆବଶ୍ୟକ | ଏହାଦ୍ୱାରା ନକାରାତ୍ମକ ପ୍ରଭାବ କମ ହୋଇଥାଏ |

ଦ୍ୱାର ଉପରେ ବି ଧ୍ୟାନ ଦେବା ଜରୁରୀ :

ଫେଙ୍ଗସୁଇ ଅନୁସାରେ ଘରର ପଛ ଦ୍ୱାର ଗୋଟିଏ ସିଧାରେ ରହିବା ଉଚିତ ନୁହେଁ | ଏହା ଦ୍ୱାରା ଘରେ ପଶୁଥିବା ପଜେଟିଭ ଶକ୍ତି ପଛ ଦ୍ୱାର ଦେଇ ବାହାରି ଯାଇଥାଏ | ଯାହାଫଳରେ ଘରେ ପ୍ରତିକୂଳ ପ୍ରଭାବ ପକାଇଥାଏ |

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.