ଏହି ଜ୍ୟୋତିଷ ଉପାୟରେ ଆପଣ ଦୁର୍ଭାଗ୍ୟକୁ ବଦଳାଇ ପାରିବେ ସୌଭାଗ୍ୟରେ, ଜୀବନର ସବୁ କଷ୍ଟ ହେବ ଦୂର

ଜୀବନରେ ଆସୁଥିବା ଦୁଃଖ କଷ୍ଟରୁ ମୁକ୍ତି ପାଇବା ପାଇଁ ଜ୍ୟୋତିଷ ଶାସ୍ତ୍ରରେ ବିଭିନ୍ନ ଉପାୟ ଦିଆଯାଇଛି | ଧର୍ମ ରାସ୍ତାରେ ଗଲେ ଏହି ସବୁ ଅସୁବିଧାରୁ ମୁକ୍ତି ମିଳିଥାଏ | କୁହାଯାଏ ଭଗବାନ ବ୍ୟକ୍ତିକୁ ବିଭିନ୍ନ ଅସୁବିଧାରୁ ମୁକ୍ତି ଦେଇଥାନ୍ତି | ତେଣୁ ଧର୍ମ ରାସ୍ତାରେ ଯିବା ସହ ଜ୍ୟୋତିଷ ଶାସ୍ତ୍ରରେ ଦିଆଯାଇଥିବା ଏହି ଉପାୟ ଅବଲମ୍ବନ କରନ୍ତୁ |

ରୋଷେଇ ଘର ସହ ସମ୍ପୃକ୍ତ ଏହି ଜିନିଷର ଉପାୟ କରନ୍ତୁ :

ରୋଷେଇ ଘରେ ଥିବା ହଳଦୀର ପ୍ରୟୋଗ ବହୁତ ଶୁଭ ଫଳ ଦେଇଥାଏ | ଖାଦ୍ୟ ପ୍ରସ୍ତୁତ ସହ ପୂଜା ପାଠ ଆଦି ଶୁଭ କାର୍ଯ୍ୟରେ ହଳଦୀ ଲାଗିଥାଏ | କଳା ହଳଦୀର ବ୍ୟବହାର ଦ୍ୱାରା ବିଭିନ୍ନ ସମସ୍ୟା ଦୂର କରାଯାଇ ଥାଏ |

ବହୁବାର ପରିଶ୍ରମ କରି ବି ଘରେ ଧନ ରହି ନଥାଏ | ସର୍ବଦା ଅଭାବ ଦେଖାଯାଇଥାଏ | ଏମିତି ହେଉଥିଲେ ବ୍ୟକ୍ତିକୁ ଶୁକ୍ଳ ପକ୍ଷର ପ୍ରଥମ ଶୁକ୍ରବାରକୁ ରୂପ ଦେବାରେ କଳା ହଳଦୀ, ନାଗକେସର ଓ ସିନ୍ଦୁର ମିଶାଇ ମା’ ଲକ୍ଷ୍ମୀଙ୍କ ଚରଣରେ ଅର୍ପଣ କଲେ ଲାଭ ମିଳିବ | ଏହି ହଳଦୀକୁ ତେଜୋରି କିମ୍ବା ଟଙ୍କା ରଖୁଥିବା ସ୍ଥାନରେ ରଖି ଦିଅନ୍ତୁ |

ଭାଗ୍ୟ ଚମକାଇବାକୁ ଚାହୁଁଥିଲେ ପ୍ରତିଦିନ ପିମ୍ପୁଡ଼ିଙ୍କୁ ଅଟାରେ ଚିନି ମିଶାଇ ଦିଅନ୍ତୁ | ଏମିତି କରିବା ଦ୍ୱାରା ଅପାଙ୍କ ପାପ କର୍ମର କ୍ଷୟ ହେବ ଓ ପୁଣ୍ୟ କର୍ମର ଉଦୟ ହେବ | ମନସ୍କାମନା ମଧ୍ୟ ପୁର୍ଣ ହେବ | ଏଥିସହ ଘରେ ନିୟମିତ ଠାକୁରଙ୍କୁ ଫୁଲରେ ସଜାନ୍ତୁ |

ଯଦି ଆପଣଙ୍କ ଭାଗ୍ୟ ସାଥି ଦେଉନାହିଁ ତେବେ ପ୍ରତିଦିନ ପାଣିରେ ଚିମୁଟାଏ ହଳଦୀ ମିଶାଇ ସ୍ନାନ କରନ୍ତୁ | ଏହିଦ୍ୱାରା ବିଷ୍ଣୁ ଭଗବାନ ଓ ବୃହସ୍ପତିଙ୍କ ଆଶୀର୍ବାଦ ମିଳିଥାଏ | ଏଥି ସହ ସନ୍ଧ୍ୟାରେ ଗାଧୋଇବା ବେଳେ ଚିମୁଟାଏ ଲୁଣ ମିଶାଇ ସ୍ନାନ କରନ୍ତୁ, ଲାଭ ମିଳିବ |

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.