Below header

ଜାଣନ୍ତି କି, ଚା’ ସହିତ କଣ ଖାଇବା କଥା ନୁହେଁ , ନହେଲେ ହୋଇପାରେ ବଡ ବିପଦ

ଚା’ ଏକ ଏମିତି ଅଭ୍ୟାସ, ପିଉଥିବା ଲୋକ ଏହାକୁ ଛାଡି ରହି ପାରିବେନି | ହେଲେ ଚା’ ପିଇବା ସମୟରେ କଣ ଖାଇବା କଥା ନୁହେ ଏ କଥା ଖୁବ କମ ଲୋକ ଜାଣିଥିବେ | ଅଧିକାଂଶ ଲୋକେ ଖାଲି ପେଟରେ ମଧ୍ୟ ଚା’ ପି’ ଦିଅନ୍ତି ଓ ଆଉ କିଛି ଲୋକେ ଚା’ ପିଇବା ସମୟରେ ବିସ୍କୁଟ ଖାଇଥାନ୍ତି | ହେଲେ ଅନେକ ଲୋକ ଜାଣି ନଥାନ୍ତି ଯେ ଯେ ଚା’ ପିଇବା ସମୟରେ କେଉଁ ଜିନିଷ ଖାଇବା ଉଚିତ୍ କେଉଁ ଜିନିଷ ଖାଇବା ଅନୁଚିତ୍ଚା | ଚା’ ସହିତ ଏହି ସବୁ ଜିନିଷ ଖାଇଲେ ଶରୀର ପାଇଁ ହୋଇପାରେ ବଡ ବିପଦ | ଆସନ୍ତୁ ଜାଣିବା ଚା’ ସହ କେଉଁ ଖାଦ୍ୟ ଖାଇବା ଅନୁଚିତ।

ଚା’ ସହ ପିଅନ୍ତୁ ନାହିଁ ପାଣି-

କିଛି ଲୋକ ଚା’ ପିଇବା ସମୟରେ ପାଣି ପିଇଥାନ୍ତି | ଫଳରେ ଏହା ଆପଣଙ୍କ ଶରୀର ଉପରେ କୁ ପ୍ରଭାବ ପକାଇଥାଏ | ଯଦି ଆପଣ ଚା’ ପିଇବା ସମୟରେ ପାଣି ପିଉଥାନ୍ତି ତେବେ ହୋଇଯାଆନ୍ତୁ ସାବଧାନ | ନଚେତ ଏସିଡିଟି ସମସ୍ୟାରେ ପଡିପାରନ୍ତି।

ଚା ସହ ଲେମ୍ୱୁ ମିଶାଇ ପିଅନ୍ତୁ ନାହିଁ-

ଚା’ ସହ ଲେମ୍ୱୁ ପିଇବା ସ୍ୱାସ୍ଥ୍ୟ ପାଇଁ ଠିକ୍‌ ନୁହେଁ | ଯଦି ଆପଣଙ୍କର ଏପରି ଅଭ୍ୟାସ ରହିଛି ତେବେ ଏହା ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଇବ |

ହଳଦୀରେ ତିଆରି ଜିନିଷକୁ ଚା’ ସହ କରନ୍ତୁ ନାହିଁ ସେବନ –

ଚା’ ପିଇବା ବେଳେ ହଳଦୀରେ ପ୍ରସ୍ତୁତ ହୋଇଥିବା ଜିନିଷ ଖାଆନ୍ତୁ ନାହିଁ | କାରଣ ହଳଦୀ ଚା’ ସହ ମିଶିଲେ ଶରୀରରେ ରାସାୟନିକ ପ୍ରତିକ୍ରିୟା ହୋଇଥାଏ | ଯାହା ଆମ ଶରୀର ଉପରେ କୁ ପ୍ରଭାବ ପକାଇଥାଏ |

ଚା’ସହି ସବୁଜ ପନିପରିବା ଓ ଶୁଖିଲା ଫଳ ଖାଆନ୍ତୁ ନାହିଁ-

ସବୁଜ ପନିପରିବା ଓ ଶୁଖିଲା ଫଳ ମଧ୍ୟ ଚା ସହିତ ଖାଇବା ଉଚିତ୍ ନୁହେଁ | କାରଣ ଫଳରୁ ମିଳୁଥିବା ଆଇରନ ଆମ ଶରୀରରେ ରାସାୟନିକ ପ୍ରତିକ୍ରିୟା କରିଥାଏ | ଯାହା ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଇଥାଏ |

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.