ଘରର ପାପୋଛ ତଳେ ରଖନ୍ତୁ ଏହି ଗୋଟିଏ ହିଁ ଜିନିଷ, କିଛି ଦିନ ଭିତରେ ହୋଇଯିବେ ମାଲାମାଲ

ବାସ୍ତୁ ଶାସ୍ତ୍ରରେ ପ୍ରତ୍ୟେକ ଜିନିଷର ନିଜର ଅଲଗା ମହତ୍ତ୍ୱ ରହିଛି। ଏହା ଅନୁସାରେ କାର୍ଯ୍ୟ କଲେ ବ୍ୟକ୍ତିର ଜୀବନ ସଫଳ ହୋଇଥାଏ, ଘରର ଉନ୍ନତି ହୋଇଥାଏ ଏବଂ ଘରେ ସୁଖ, ଶାନ୍ତି ବଜାୟ ରହିଥାଏ। ଘରେ ଯେପରି କୌଣସି ନକାରାତ୍ମକ ଶକ୍ତି ପ୍ରବେଶ ନ କରିବ, ସେଥିପାଇଁ ଅନେକ ଲୋକ ବାସ୍ତୁ ନିୟମଗୁଡ଼ିକୁ ଅନୁସରଣ କରିଥାଆନ୍ତି। ଆଜି ଆମେ ଆପଣଙ୍କୁ ଘରର ପାପୋଛକୁ ନେଇ କିଛି ବାସ୍ତୁ ଉପାୟ କହିବାକୁ ଯାଉଛୁ, ଯାହାକୁ ଆପଣାଇଲେ ବ୍ୟକ୍ତିର ଭାଗ୍ୟ ଖୋଲି ଯାଇଥାଏ। କୁହାଯାଏ, ପାପୋଛ ତଳେ କିଛି ଜିନିଷ ରଖିବା ଦ୍ୱାରା ଘରେ ମା’ ଲକ୍ଷ୍ମୀଙ୍କ ବାସ ହୋଇଥାଏ। ଆସନ୍ତୁ ଜାଣିବା, କେଉଁ ସବୁ ଜିନିଷ ପାପୋଛ ତଳେ ରଖିବା ଉଚିତ।

୧. ପାପୋଛ ତଳେ ଫିଟିକିରି କିମ୍ବା ଲୁଣ ମଧ୍ୟରୁ କୌଣସି ଗୋଟିଏ ଜିନିଷକୁ ରଖିବା ଉଚିତ। ଏଥିପାଇଁ ଲୁଣ କିମ୍ବା ଫିଟିକରିକୁ ଗୁଣ୍ଡ କରି ନିଅନ୍ତୁ ଏବଂ ଏହାକୁ ଛୋଟ ପୁଟୁଳିରେ ବାନ୍ଧି ପାପୋଛ ତଳେ ମଝିଆ ମଝି ରଖି ଦିଅନ୍ତୁ। ଏହାଦ୍ୱାରା ନକାରାତ୍ମକ ଶକ୍ତି ଦୂର ହୋଇଯିବ।

୨. ପାପୋଛ ତଳେ ଲୁଣ ରଖିବା ଦ୍ୱାରା ଘରକୁ କୀଟ ପତଙ୍ଗ ଆସିବେ ନାହିଁ। ଏଥି ସହିତ ଘରେ କୌଣସି ରୋଗ ପ୍ରବେଶ କରିପାରିବ ନାହିଁ।

୩. ଘରେ ଯଦି ଛୋଟ ପିଲା ଅଛନ୍ତି, ତା’ହେଲେ ସେମାନଙ୍କୁ ବି କୌଣସି ରୋଗ ହେବ ନାହିଁ। ସେମାନଙ୍କ ଦେହ ସୁସ୍ଥ ରହିବ। ଏହାଛଡ଼ା ଛୋଟ ଛୁଆଙ୍କୁ ନଜର ଦୋଷରୁ ମଧ୍ୟ ରକ୍ଷା କରାଯାଇ ପାରିବ।

୪. ପାପୋଛ ତଳେ ଲୁଣ କିମ୍ବା ଫିଟିକିରି ରଖିବା ଦ୍ୱାରା ଧୀରେ ଧୀରେ ବ୍ୟକ୍ତିର କରଜ ମଧ୍ୟ ଶୁଝି ହୋଇ ଯାଇଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.