Below header

ଆପଣଙ୍କ ଆଧାର ନମ୍ବରରେ କେତେ ଜଣଙ୍କ ନମ୍ବର ରେଜିଷ୍ଟର୍ଡ ଅଛି ଜାଣନ୍ତୁ

ଆଧାର କାର୍ଡ ଆମ ସମସ୍ତଙ୍କ ପାଇଁ ଏକ ବହୁତ ଜରୁରୀ ଡକ୍ୟୁମେଣ୍ଟ, ଯାହା ବିନା ଆଜିର ଡେଟରେ କୌଣସି ବି କାମ ହୋଇପାରିବନାହିଁ। ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଗୋଟିଏ ଆଧାର କାର୍ଡରେ ୧୮ଟି ଫୋନର ମୋବାଇଲ ନମ୍ବର ରେଜିଷ୍ଟର୍ଡ ହୋଇପାରିବ। ଏମିତିରେ ଆପଣଙ୍କ ଆଧାର ନମ୍ବରରେ ଅନ୍ୟ କେହି ଫୋନ ଚଲାଉନାହାଁନ୍ତି ତ, ଏହା ଜାଣିବା ବି ବହୁତ ଆବଶ୍ୟକ। ଯଦି ଆପଣ ଏହାର ପତ୍ତା ଲଗାଇବାକୁ ଚାହୁଁଛନ୍ତି ତାହେଲେ ଆପଣ ଘରେ ବସି ବହୁତ ସହଜରେ ଏହା ଜାଣିପାରିବେ। ତେବେ ଆସନ୍ତୁ ଜାଣିବା କେମିତି।

ଆପଣଙ୍କୁ କହିରଖିବାକୁ ଚାହିଁବୁ ଯେ ପୂର୍ବରୁ ଗୋଟିଏ ଆଧାର ନମ୍ବର ଦ୍ୱାରା ୯ଟି ସିମ୍‌ କାର୍ଡ କିଣି ହେଉଥିଲା କିନ୍ତୁ ଏବେ ଆପଣ ୧୮ଟି ସିମ୍‌ କିଣିପାରିବେ। ଟେଲିକମ୍‌ ରେଗୁଲେଟାରୀ ଅଥରିଟୀ ଅଫ୍‌ ଇଣ୍ଡିଆ ତରଫରୁ କରାଯାଇଥିବା ପରିବର୍ତ୍ତନ ପରେ ଆପଣ ୧୮ଟି ସିମ୍‌ କାର୍ଡ କିଣିପାରିବେ। ତେବେ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଗୋଟିଏ ଆଧାର କାର୍ଡରେ କେତେଟା ନମ୍ବର ଲିଙ୍କ ହୋଇଛି ତାକୁ ପତ୍ତା ଲଗାଇବା ପାଇଁ ଆପଣଙ୍କ ମୋବାଇଲ ନମ୍ବର ଆଧାର କାର୍ଡ ସହ ଲିଙ୍କ ହେବା ଜରୁରୀ।

ଏପରି ଜାଣନ୍ତୁ ଆପଣଙ୍କ ଆଧାର ନମ୍ବରରେ କେତେ ଜଣଙ୍କ ନମ୍ବର ରେଜିଷ୍ଟର୍ଡ ଅଛି

  • ଏପରି ଜାଣନ୍ତୁ ଆପଣଙ୍କ ଆଧାର ନମ୍ବରରେ କେତେ ଜଣଙ୍କ ନମ୍ବର ରେଜିଷ୍ଟର୍ଡ ଅଛି
  • ଆପଣଙ୍କୁ UIDAI ର ଅଫିସିଆଲ େଓବସାଇଟକୁ ଯିବାକୁ ହେବ।
  • ହୋମ ପେଜରେ Get Aadhaar ଉପରେ କ୍ଲିକ କରନ୍ତୁ।
  • ଏବେ Download Aadhaar ଉପରେ କ୍ଲିକ କରନ୍ତୁ।
  • ଏଠାରେ View More ଅପ୍ସନ ଉପରେ କ୍ଲିକ କରନ୍ତୁ।
  • ଏହାପରେ Aadhaar Online Serviceକୁ ଯାଇ Aadhaar Authentication Historyକୁ ଯାଆନ୍ତୁ।
  • ଏବେ ଏଠାରେ Where can a resident chech/ Aadhaar Authentication Historyକୁ ଯାଇ ଦିଆଯାଇଥିବା ଲିଙ୍କ ଉପରେ କ୍ଲିକ କରନ୍ତୁ।
  • ଏବେ ଗୋଟେ ନୂଆ ପେଜ୍‌ ଓପନ ହୋଇଯିବ ସେଠାରେ ଆପଣ ନିଜ ଆଧାର ନମ୍ବର ଦେଇ କାପ୍ଚା ଏଣ୍ଟର କରି ସେଣ୍ଡ ଓଟିପି ଉପରେ କ୍ଲିକ କରନ୍ତୁ।
  • ଏବେ ଏଠାରେ Authentication Type ଉପରେ ALLକୁ ସିଲେକ୍ଟ କରନ୍ତୁ।
  • ଆପଣ ଏବେ କେବେ ଠାରୁ କେବେ ପର୍ଯ୍ୟନ୍ତ ଦେଖିବାକୁ ଚାହୁଁଛନ୍ତି ସେହି ଡେଟ୍‌ ଦିଅନ୍ତୁ।
  • ଏବେ ଏଠାରେ ଆପଣଙ୍କୁ କେତେ ରେକର୍ଡ ଦେଖିବାର ଅଛି ତାକୁ ଏଣ୍ଟର କରନ୍ତୁ।
  • ଏବେ ଏଠାରେ ଓଠିପି ଦେଇ ଭେରିଫାଏ ଓଟିପି ଉପରେ କ୍ଲିକ କରନ୍ତୁ।
  • ଆପଣଙ୍କ ସାମ୍ନାରେ ନୂଆ ଇଣ୍ଟରଫେସ୍‌ ଖୋଲିଯିବ।
  • ଏଠାରେ ଆପଣ ନିଜ ଡିଟେଲ୍ସ ହାସଲ କରିପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.