ଦୁଃସାହସିକ ଷ୍ଟଣ୍ଟ କରୁଛି କୁକୁଡ଼ା, ଅଣ୍ଡାକୁ ଉପରକୁ ଫିଙ୍ଗି ଦେଖାଉଛି କଳାକୌଶଳ; ଦେଖନ୍ତୁ ଭିଡିଓ

ଜୀବଜନ୍ତୁମାନେ ଷ୍ଟଣ୍ଟ କରୁଥିବା ସିନ୍‌ ଆପଣ ଅଳ୍ପ ବହୁତେ ଫିଲ୍ମରେ ଦେଖିଥିବେ। କିନ୍ତୁ ଏବେ ସୋସିଆଲ ମିଡିଆରେ ଏକ କୁକୁଡ଼ାର ଷ୍ଟଣ୍ଟ ଭିଡିଓ ଭାଇରାଲ ହେଉଛି, ଯାହାକୁ ଦେଖି ଆପଣ ବି କାବା ହୋଇଯିବେ। ଭିଡିଓରେ କୁକୁଡ଼ାଟି ଏକ ଅଣ୍ଡାକୁ ଧରି ଦୁଃସାହସିକ ଷ୍ଟଣ୍ଟ କରୁଥିବା ନଜର ଆସିଛି। କୁକୁଡ଼ାଟି ଏତେ ସୁନ୍ଦର ଭାବେ ଷ୍ଟଣ୍ଟ କରୁଛି ଯେ ଯେ କେହି ଦେଖିଲେ କହିବ ଏହା ଏକ ମାଷ୍ଟର।

କୁକୁଡ଼ାଟି କେତେବେଳେ ଅଣ୍ଡାକୁ ପାଦରେ ଉପରକୁ ଫିଙ୍ଗୁଛି ତ ଆଉ କେତେବେଳେ ମୁଣ୍ଡରେ ଧରୁଛି, ପୁଣି କେତେବେଳେ ପିଠିରେ ଧରି ଖେଳୁଛି। ବେଳେବେଳେ ତ ଲାଗୁଛି ଅଣ୍ଡାଟି ତଳେ ପଡ଼ି ଫାଟିଯିବ। କିନ୍ତୁ କୁକୁଡ଼ାଟି ସେଭଳି ହେବାକୁ ଦେଇ ନାହିଁ। ସେ ଅତି ସାବଧାନତାର ସହ ଅଣ୍ଡା ସହ ଖେଳୁଛି।

ଦେଖନ୍ତୁ ଭିଡିଓ:

ଆଇପିଏସ୍‌ ରୁପିନ୍‌ ଶର୍ମା ଏହି ଭିଡିଓକୁ ସେୟାର କରିଛନ୍ତି। ଭିଡିଓକୁ ଏବେ ଯାଏଁ ୪ ହଜାର ଲୋକ ଦେଖିସାରିଲେଣି। ସେହିପରି ୪୦୦ରୁ ଊର୍ଦ୍ଧ୍ୱ ଲୋକ ଲାଇକ୍‌ କରିଛନ୍ତି। ଭିଡିଓରେ ୟୁଜର୍ସମାନେ ବହୁ ମଜାଳିଆ କମେଣ୍ଟ ମଧ୍ୟ ଦେଇଥିବା ଦେଖାଯାଇଛି।

ନଜର ପକାନ୍ତୁ କେତେକ ମଜାଦାର କମେଣ୍ଟ ଉପରେ…

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.