Below header

ତ୍ବଚାକୁ ଚମକାଇବା ପାଇଁ ଘରୋଇ ଫେସପ୍ୟାକ ବ୍ୟବହାର କରୁଛନ୍ତିକି, ତେବେ ହୋଇଯାନ୍ତୁ ସାବଧାନ

ଏଗୁଡିକ ତ୍ୱଚା ଉପରେ କୌଣସି ପ୍ରକାର କୁପ୍ରଭାବ ପକାଏ ନାହିଁ । କିନ୍ତୁ ପ୍ରକୃତରେ ଏହା ଏକ ଭୁଲ ଧାରଣା । ତ୍ୱଚାର ପ୍ରକାର ଭେଦ ଅନୁଯାୟୀ ଏହି ପ୍ରାକୃତିକ ଭାବେ ମିଳୁଥିବା ଘରୋଇ ଜିନିଷ ଗୁଡିକ ବି କୁପ୍ରଭାବ ପକାଇପାରେ । ତେବେ ଆସନ୍ତୁ ସେବିଷୟରେ ଜାଣି ରଖିବା ।

ଲେମ୍ବୁ:

ଲେମ୍ବୁ ଏକ ନ୍ୟାଚୁରାଲ ଏଜେଣ୍ଟ ହୋଇଥିବା ବେଳେ ଏକ ଉତ୍ତମ ବ୍ଲିଚ ଭାବେ କାମ କରିଥାଏ । ରୁକ୍ଷ ତ୍ୱଚାରେ ଏହାର ବ୍ୟବହାର ତ୍ୱଚାରେ ଜ୍ବଳନ ବୃଦ୍ଧି କରିବା ସହ ରାଶେଜ ମଧ୍ୟ ସୃଷ୍ଟି କରିପାରେ । କାରଣ ଲେମ୍ବୁରେ ପ୍ରଚୁର ପରିମାଣରେ ଅମ୍ଳ ଓ କେମିକାଲ ଭର୍ତ୍ତି ହୋଇଥାଏ । ଅତ୍ୟଧିକ ଲେମ୍ବୁର ବ୍ୟବହାର ତ୍ୱଚାକୁ କଳା କରିଦେଇଥାଏ । ଯଦିବା ତୈଳାକ୍ତ ଓ ନର୍ମାଲ ସ୍କିଂନ ପାଇଁ ଏହା ଭଲ ।

नींबू के फायदे और नुकसान – Lemon (Nimbu) Benefits and Side Effects in Hindi

ହଳଦୀ:

ତ୍ୱଚାର ଚମକ ବଢାଇବା ପାଇଁ ଅଧିକାଂଶ ଝିଅ ହଳଦୀର ବ୍ୟବହାର କରିଥାନ୍ତି । କିନ୍ତୁ ସେନସିଟିଭ ସ୍କିନ ଓ ଡ୍ରାଇ ସ୍କିନ ପାଇଁ ଏହା ଖତରନାକ ହୋଇଥାଏ । କାରଣ ଅଧିକାଂଶ ସମୟରେ ହଳଦୀ ତ୍ୱଚାକୁ କଳା କରିଦିଏ ।

ଏଲୋଭେରା:

ଔଷଧୀୟ ଗୁଣରେ ଭରପୁର ଘି କୁଆଁରୀ ତ୍ୱଚା ଓ ଶରୀର ପାଇଁ ଖୁବ ଲାଭଦାୟୀ । କିନ୍ତୁ ଗଛରୁ ସିଧାସଳଖ କାଟି ଏହାକୁ ବ୍ୟବହାର କଲେ ତ୍ୱଚାରେ ଜ୍ବଳନ ହେବା ସହ ଆଲର୍ଜି ସୃଷ୍ଟି ହୋଇଥାଏ । କାରଣ ଏଥିରେ ଏସିଡ଼ିକ ପରିମାଣ ଅଧିକ ଥାଏ ।

What Is Aloe Vera—and Should You Eat It? | MyRecipes ବେସନ ଓ ମୁଲତାନ ମିଟ୍ଟୀ:

ଏମିତିରେ ବେସନ ଓ ମୁଲତାନି ମିଟ୍ଟୀ ତୈଳାକ୍ତ ତ୍ୱଚା ପାଇଁ ଲଭଦାୟୀ ଓ ଉପକାରୀ ହୋଇଥାଏ । କିନ୍ତୁ ଶୁଷ୍କ ତ୍ୱଚାରେ ଏହାର ଅଧିକ ବ୍ୟବହାର ତ୍ୱଚାକୁ ରୁକ୍ଷ କରିଦେବା ସହ ପ୍ରାକୃତିକ ତୈଳକୁ ଶୋଷିନେଇଥାଏ ।

ନଡ଼ିଆ ତେଲ:

ଯଦିବା ନଡ଼ିଆ ତେଲ ସମସ୍ତ ପ୍ରକାର ତ୍ୱଚା ପାଇଁ ଏକ ଉତ୍ତମ ମଇଶ୍ଚରାଇଜର ଭାବେ କାମ କରେ । କିନ୍ତୁ ସମସ୍ତ ପ୍ରକାର ତ୍ୱଚା ପାଇଁ ଏହା ଉପଯୁକ୍ତ ନୁହେଁ । ଏକ୍ସପର୍ଟଙ୍କ ପରାମର୍ଶ ନେଇ ହିଁ ଏହାର ବ୍ୟବହାର କରିବା ଉଚିତ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.