ପାର୍କରେ ଏଭଳି ପୋଷାକ ପିନ୍ଧି ବ୍ୟାୟାମ କରିବା ଅଭିନେତ୍ରୀଙ୍କୁ ପଡିଲା ମହଙ୍ଗା, ଲାଗିଲା ଡ୍ରଗ୍ସ ସେବନ କରୁଥିବାର ଅଭିଯୋଗ

ସନ୍ଧ୍ୟା ଭ୍ରମଣ ଏବଂ ବ୍ୟାୟାମ କରିବାକୁ ବେଙ୍ଗାଲୁରୁ ଆଗ୍ରା ଲେକ୍ର ଏଚଆରଏସ ଲେଆଉଟ୍ ପାର୍କ ନିଜର ଦୁଇ ସାଙ୍ଗଙ୍କ ସହିତ ଯାଇଥିବା ଅଭିନେତ୍ରୀ ସମ୍ୟୁକ୍ତା ହେଗେଡଙ୍କୁ ସର୍ବସାଧାରଣରେ ହିନସ୍ତା ହେବାକୁ ପଡିଛି। ସର୍ବସାଧାରଣ ସ୍ଥାନରେ ସ୍ପୋର୍ଟ୍ସ ବ୍ରା ପିନ୍ଧି ବ୍ୟାୟାମ କରୁଥିବା ଅଭିନେତ୍ରୀ ହେଗଡେଙ୍କୁ ସାଧାରଣ ଜନତା ବିରୋଧ କରିଛନ୍ତି। ଏହାଛଡା ସର୍ବସାଧାରଣ ସ୍ଥାନରେ ଏମିତି ପୋଷାକ ପିନ୍ଧି ବ୍ୟାୟାମ ନକରିବାକୁ ସେମାନେ ଅଭିନେତ୍ରୀଙ୍କୁ ତାଗିଦ୍ କରିଛନ୍ତି।

ସମ୍ୟୁକ୍ତା ହେଗଡେ ଇନଷ୍ଟାଗ୍ରାମରେ ଏକ ଭିଡିଓ ପୋଷ୍ଟ କରି କହିଛନ୍ତି ଯେ, ଲୋକେ ତାଙ୍କୁ ଡ୍ରଗ୍ସ ସେବନ କରୁଥିବା ଅଭିଯୋଗ କରିଛନ୍ତି। ମୁଁ ଜଣେ ଅଭିନେତ୍ରୀ ହୋଇଥିବା କାରଣରୁ ଲୋକେ ମୋ ବିରୋଧରେ ଏମିତି ଅଭିଯୋଗ କରିଥିବା ସେ କହିଛନ୍ତି। ଏହା ପରେ ଅଭିନେତ୍ରୀ ଜଣକ ସଫେଇ ଦେଇ କହିଛନ୍ତି, ମୋ ଦେହରେ ଆଉ ଏକ ପୋଷାକ ଥିଲା। ପାର୍କକୁ ଆସିବା ପରେ ଶରୀରରୁ ଏହାକୁ ହଟାଇ ବ୍ୟାୟାମ କରିଛି। ଆମେ କେବଳ ହୁପ୍ସ ସହିତ ବ୍ୟାୟାମ କରୁଥିଲୁ। କବିତା ରେଡ୍ଡୀ ନାମକ ମହିଳା ଆମକୁ ପାଖକୁ ଆସି ସାର୍ବଜନୀନ ସ୍ଥାନରେ ସ୍ପୋର୍ଟ୍ସ ବ୍ରା ପିନ୍ଧି ଅଭଦ୍ରତା କରୁଥିବା କହି ପାଟିତୁଣ୍ଡ କରିଥିଲେ। ଆମେ କେବଳ ବ୍ୟାୟାମ କରୁଥିଲୁ। ସୂଚନାଯୋଗ୍ୟ, ଏବେ ବଲିଉଡରେ ସୁଶାନ୍ତଙ୍କ ମୃତ୍ୟୁ ପରେ ଡ୍ରଗ୍ସ ମାମଲା ଚର୍ଚ୍ଚା ଜୋର ଧରିଛି।

 

View this post on Instagram

 

A post shared by Samyuktha Hegde (@samyuktha_hegde) on

ସମ୍ୟୁକ୍ତା ଅଭିଯୋଗ କରିଛନ୍ତି ଯେ, କବିତା ରେଡ୍ଡୀ ତାଙ୍କ ତୂଳନା କ୍ୟାବର ଡ୍ୟାନର୍ସଙ୍କ ସହିତ କରିଥିଲେ ଏବଂ ପିନ୍ଧିଥିବା ପୋଷାକ ଉପରେ ପ୍ରଶ୍ନ ଉଠାଇଥିଲେ। କବିତା ତାଙ୍କୁ ଧମକ ଦେଉଥିବା ଅଭିନେତ୍ରୀ ଅଭିଯୋଗ ମଧ୍ୟ କରିଛନ୍ତି। କବିତା ମୋତେ ଧମକ ଦେଇ କହିଛନ୍ତି ଯେ, ଯଦି ଆପଣ ପୁଣି ଥରେ ଏହି ପରି ପୋଷାକ ପିନ୍ଧି ଆସିବେ ଏବଂ ଆପଣଙ୍କ ସହିତ କିଛି ଅନର୍ଥ ହୁଏ ତେବେ କାହାକୁ ଦୋଷ ଦେବେ ନାହିଁ। ସମ୍ୟୁକ୍ତା ଇନଷ୍ଟାଗ୍ରାମ ଭିଡିଓରେ କବିତାଙ୍କ ବିରୋଧରେ ଏହି ଅଭିଯୋଗ ଲଗାଇଛନ୍ତି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୋତେ ଏବଂ ମୋ ସାଙ୍ଗମାନଙ୍କୁ ସ୍ଥାନ ଛାଡି ଚାଲି ଯିବାକୁ କହିଥିଲେ। କିନ୍ତୁ ଲୋକେ ପାର୍କର ଗେଟ୍ ବନ୍ଦ କରି ସେମାନଙ୍କୁ ବାହାରକୁ ଯିବାକୁ ଦେଇନଥିଲେ। ଏପରିକି ଗେଟ୍ ଖୋଲୁଥିବା ବେଳେ ଜଣେ ବ୍ୟକ୍ତି ତାଙ୍କ ହାତକୁ ମାରିଥିଲେ ବୋଲି ସମ୍ୟୁକ୍ତା କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.