Below header

ହତ୍ୟା, ଯୌନ ଅପରାଧ ଓ ଶିଶୁ ଅପହରଣ ଭଳି ସଙ୍ଗୀନ ଅପରାଧରେ ଜେଲରେ ଥିବା ଦୋଷୀଙ୍କୁ ପାରୋଲରେ ଛାଡ଼ ନାହିଁ:ଗୃହ ବିଭାଗ

କେନ୍ୟୁଜ୍(ବ୍ୟୁରୋ):  ହତ୍ୟା, ଯୌନ ଅପରାଧ ଓ ଶିଶୁ ଅପହରଣ ଭଳି ସଙ୍ଗୀନ ଅପରାଧରେ ଜେଲରେ ଥିବା ଦୋଷୀଙ୍କୁ ପାରୋଲରେ ଛାଡ଼ ନାହିଁ। ସବୁ ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କୁ ପତ୍ର ଲେଖି ଜଣାଇଛନ୍ତି କେନ୍ଦ୍ର ଗୃହ ମନ୍ତ୍ରାଳୟ। ଯେଉଁ କଏଦୀଙ୍କ ଉପସ୍ଥିତି ସମାଜ ପାଇଁ ବିପଦଜନକ ଓ ଶାନ୍ତି ଶୃଙ୍ଖଳା ବଜାୟ ରଖିବାରେ ହାନିକାରକ ସେମାନଙ୍କୁ ପାରୋଲରେ ଛଡ଼ା ନଯାଉ। ଏହା ସହ ୪ଟି ଗାଇଡଲାଇନ ଜାରି କରାଯାଇଛି।

ଯେଉଁ ଅପରାଧୀଙ୍କ ଯୋଗୁଁ ରାଜ୍ୟର ସୁରକ୍ଷା ଓ ବ୍ୟକ୍ତିଗତ ସୁରକ୍ଷା ପ୍ରତି ବିପଦ ଆସୁଛି ସେମାନଙ୍କୁ ପାରୋଲ କିମ୍ବା ଫରଲୋରେ ଛଡ଼ାନଯାଉ। ପାରୋଲର ସର୍ତ୍ତ, ସମୟ ଓ କେତେଥର ଜଣେ ପାରୋଲରେ ଯାଇପାରିବ, ସେନେଇ ଥିବା ନିୟମରେ ସମୀକ୍ଷା ହେଉ। ପାରୋଲ ନିୟମିତ ଭାବେ ଦିଆନଯାଉ। ପାରୋଲ ଦେବା ନେଇ ଅଧିକାରୀ ଓ ବିଶେଷଜ୍ଞମାନଙ୍କୁ ଏକ କମିଟି ରହୁ। କମିଟିରେ ସାଇକୋଲୋଜିଷ୍ଟ ଓ କ୍ରିମିନୋଲୋଜିଷ୍ଟମାନଙ୍କୁ ରଖାଯାଉ। ସେପଟେ ଓଡ଼ିଶାରେ କିନ୍ତୁ ପାରୋଲ ନେଇ କଡ଼ା ନିୟମ ରହିଛି।

ସମୟ ଆଗରୁ କାହାକୁ ଜେଲରୁ ଛାଡ଼ିବା ନିଷ୍ପତ୍ତି ପାଇଁ ଏକ ଉଚ୍ଚସ୍ତରୀୟ କମିଟି ରହିଛି। ଯେଉଁଥିରେ ଗୃହ ଓ ଆଇନ ସଚିବ, ଜଣେ ଜିଲ୍ଲା ଜଜ, କ୍ରାଇମବ୍ରାଞ୍ଚ ଏଡିଜି, ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ସଦସ୍ୟ ଅଛନ୍ତି। ଜିଲ୍ଲାପାଳ, ଏସପିଙ୍କ ସୁପାରିଶ ଆସିବା ପରେ ଏହି କମିଟି ତାର ବିଚାର କରି ନିଷ୍ପତ୍ତି ନିଏ। ସାଧାରଣତଃ ଜିଲ୍ଲାପାଳ କଏଦୀଙ୍କୁ ଫରଲୋ ପ୍ରଦାନ କରିଥାନ୍ତି। ପାରୋଲରେ ଯିବା ପାଇଁ ଆଇଜି ପ୍ରିଜନ ଅନୁମତି ପ୍ରଦାନ କରିଥାନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.