Below header

ଜନ୍ତୁ ଶିକାର ପାଇଁ ବୋମା ପ୍ରସ୍ତୁତି ବେଳେ ବିସ୍ଫୋରଣ, ଚାଲିଗଲା ୨ ଜଣଙ୍କ ଜୀବନ

ଦେବଗଡ(କେନ୍ୟୁଜ୍):  ଦେବଗଡ଼ ଥାନା ଅନ୍ତର୍ଗତ ଚିଲାଣ୍ଡିଖୋଳ ଗ୍ରାମରେ ଅଘଟଣ। ଗତକାଲି  ବୋମା ତିଆରି ବେଳେ ବିସ୍ଫୋରଣ ଘଟି ୨ ଜଣଙ୍କ ମୃତ୍ୟୁ ଘଟିଛି । ମୃତକ ୨ ଜଣ ହେଲେ ରଞ୍ଜିତ ଭୋଇ ଏଵଂ ସନ୍ତୋଷ ପଟା । ରିଆମାଳ ଥାନା ଅନ୍ତର୍ଗତ କଂସର ଗ୍ରାମରେ ସେମାନଙ୍କ ଘର  ବୋଲି ଜଣାପଡ଼ିଛି । ଏହି ଘଟଣା ଗତକାଲି ବିଳମ୍ବିତ ରାତିରେ ଘଟିଛି।

ମିଳିଥିବା ସୂଚନା ମୁତାବକ ଚିଲାଣ୍ଡିଖୋଳ ଗ୍ରାମରେ ରଞ୍ଜିତ ଭୋଇ ଏଵଂ ସନ୍ତୋଷ ପଟା ସମ୍ପର୍କୀୟଙ୍କ ଘରକୁ ଯାଇ ବୋମା ପ୍ରସ୍ତୁତ କରୁଥିଲେ। ଏହି ସମୟରେ ହଠାତ୍ ବିସ୍ଫୋରଣ ହୋଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ଉଭୟଙ୍କ ମୃତ୍ୟୁ ଘଟିଥିଲା। ଜନ୍ତୁ ଶିକାର ପାଇଁ ବୋମା ପ୍ରସ୍ତୁତି ବେଳେ ଏହି ବିସ୍ଫୋରଣ ଘଟିଥିବା ଜଣାପଡ଼ିଛି। ଖବର ପାଇ ଆଜି ସକାଳେ ଘଟଣାସ୍ଥଳରେ ଦେବଗଡ଼ ଥାନା ପୋଲିସ ପହଞ୍ଚି ଉଭୟଙ୍କ ଶବ ଜବତ କରି ତଦନ୍ତ ଆରମ୍ଭ କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.