ଖୁସି ଖବର: ରେଲୱେରେ ୧ ଲକ୍ଷରୁ ଅଧିକ ପଦବୀରେ ହେବ ଭର୍ତ୍ତି, ଡିସେମ୍ବରରେ ପରୀକ୍ଷା

ଭାରତୀୟ ରେଲୱେରେ ପାଖାପାଖି ୧ ଲକ୍ଷ ୪୦ ହଜାର ପଦବୀରେ ଭର୍ତ୍ତି ପାଇଁ ୧୫ ଡିସେମ୍ବରରୁ ଅନଲାଇନ ପରୀକ୍ଷା ଆରମ୍ଭ ହେବ। ରେଲୱେ ବୋର୍ଡ ଅଧ୍ୟକ୍ଷ ତଥା ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ବିନୋଦ କୁମାର ଯାଦବ ଏକ ଭରଚୁଆଲ ଖବରଦାତା ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ନିଟ ଏବଂ ଅନ୍ୟାନ୍ୟ ପରୀକ୍ଷା ଆୟୋଜନ ପରେ ରେଲୱେ ପରୀକ୍ଷା ଆରମ୍ଭ କରାଯିବାକୁ ନିଷ୍ପତ୍ତି ହୋଇଛି।

b

ଯାଦବ ଆହୁରି ମଧ୍ୟ କହିଛନ୍ତି, ଏହି ପଦଗୁଡ଼ିକ ପାଇଁ ୨ କୋଟି ୪୨ ଲକ୍ଷ ଆବେଦନ ପତ୍ର ପ୍ରାପ୍ତ ହୋଇଥିଲା। ଏହି ସମସ୍ତ ପତ୍ରର ଯାଞ୍ଚ ପ୍ରକ୍ରିୟା ଶେଷ ହୋଇଛି। ଏବେ ଆଶାୟୀମାନଙ୍କ ପାଇଁ ପରୀକ୍ଷା ପ୍ରସ୍ତୁତି କରାଯାଉଛି। ପରୀକ୍ଷା ତାରିଖ ବିଷୟରେ ଖୁବଶୀଘ୍ର ଜଣାଇ ଦିଆଯିବ।

ଏକ ପ୍ରଶ୍ନର ଉତ୍ତରରେ ସେ କହିଥିଲେ ଯେ ସହାୟକ ଲୋକ ପାଇଲଟ ପାଇଁ ଯେଉଁ ଲୋକଙ୍କର ଚୟନ ହୋଇସାରିଛି, ସେମାନଙ୍କୁ ନିଶ୍ଚିତ ରୂପେ ସେବାରେ ନିଆଯିବ। କୋଭିଡ-୧୯ ମହାମାରୀ କାରଣରୁ ଦେଖାଦେଇଥିବା ପରିସ୍ଥିତି ଯୋଗୁ ସେମାନଙ୍କ ଜଏନିଂରେ ବିଳମ୍ବ ହେଉଛି। ସେମାନଙ୍କୁ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ। କାରଣ, ଯାହାର ବି ଚୟନ ହୋଇଛି, ତାହା ଅନ୍ତିମ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.