ଜର୍ମାନରେ ନିଜ ଅଭିଜ୍ଞତା ଦେଖାଇବେ ଓଡିଅ ଝିଅ, ସାରା ଭାରତରେ ଜଣେ ହିଁ ମନୋନିତ

ରାୟଗଡା (କେନ୍ୟୁଜ୍‌) : ପୁଣି ଅଖ୍ୟାତ ଇଲାକା ବିଖ୍ୟାତ ହେବାକୁ ଯାଉଛି ଜଣେ ମେଧାବୀ ଛାତ୍ରୀଙ୍କ ପାଇଁ। ସାରା ବିଶ୍ବରେ ଏବେ ନାମ କରିବାକୁ ଯାଉଛି ରାୟଗଡାର ରାଣୀଗୁଡା ଅଂଚଳ। ଆଉ ଏସବୁ ସମ୍ଭବ ହେବାକୁ ଯାଉଛି ଯୁବ ବୈଜ୍ଞାନିକ ପ୍ରୀତିପ୍ରଭା ସାହୁଙ୍କ ପାଇଁ । ଏହି ସୁନା ଝିଅଙ୍କ ସଫଳତା ଗାଥା ଶୁଣିଲେ ଆପଣଙ୍କ ଛାତି ମଧ୍ୟ କୁଣ୍ଢମୋଟ ହୋଇଯିବ। କାରଣ ସୁଦୂର ଜର୍ମାନର ମ୍ୟୁନିକ ସହର ଏଲ୍ଏମ୍ ୟୂନିଭର୍ସିଟିରେ ପିଏଚଡି କରିବା ପାଇଁ ଏହି ସୁନା ଝିଅଙ୍କୁ କରିଛି ମନୋନିତ। ଏହି ୟୂନିଭର୍ସିଟିରେ ପଢିବା ପାଇଁ ପ୍ରୀତି ହେଉଛନ୍ତି ଭାରତର ପ୍ରଥମ ଝିଅ।

priti medalନାଇଜର ଅନୁଷ୍ଠାନର ଜଣେ ମେଧାବୀ ଛାତ୍ରୀ ଭାବେ ସର୍ବଭାରତୀୟ ସ୍ତରରେ ସେ ଜଣେ ମାତ୍ର ଛାତ୍ରୀ ଭାବେ ସାକ୍ଷାତକାର ଦେଇଥିଲେ। ସମଗ୍ର ବିଶ୍ୱର ୧୪ ଜଣ ଛାତ୍ରୀଙ୍କ ମଧ୍ୟରୁ ସେ ମନୋନୀତ ହୋଇ ଯୁବ ବିଜ୍ଞ।ନୀ ଭାବେ ଉଦ୍ଭିଦ ବିଜ୍ଞ।ନରେ ମାଇକ୍ରୋ ବାୟୋଲୋଜିରେ ଅଧ୍ୟୟନ କରିବା ପାଇଁ ମନୋନୀତ ହୋଇଛନ୍ତି। ସେଠାରେ ସେ ଉଦ୍ଭିଦର କ୍ଷମତା ବୃଦ୍ଧି ନେଇ ପ୍ରୟୋଗ କରାଯାଉଥିବା ନାଇଟ୍ରୋଜେନ ସାରକୁ କିଭଳି ବନ୍ଦ କରାଯାଇ ପାରିବ ସେଥିପାଇଁ ଗବେଷଣା କରିବେ। ଫଳରେ ନାଇଟ୍ରୋଜେନ ପ୍ରୟୋଗ ନେଇ ହେଉଥିବା ପ୍ରଦ୍ୟୁଷଣକୁ ବନ୍ଦ କରିବା ସହ ରାସାୟନିକ କ୍ଷତିକୁ ମଧ୍ୟ ରୋକାଯାଇ ପାରିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.