ରାଜ୍ୟରେ ୮ ଜଣଙ୍କ ଜୀବନ ନେଲା କରୋନା, ମୃତକ ସଂଖ୍ୟା ୫୪୬କୁ ବୃଦ୍ଧି

ଗତ ୨୪ ଘଣ୍ଟା ଭିତରେ ରାଜ୍ୟରେ ୮ ଜଣଙ୍କ ଜୀବନ ଯାଇଛି । ଏହାକୁ ମିଶାଇ ରାଜ୍ୟରେ ମୃତକଙ୍କ ସଂଖ୍ୟା ୫୪୬ ବୃଦ୍ଧି ପାଇଛି । ଆଜିର ମୃତକଙ୍କ ମଧ୍ୟରୁ ଗଂଜାମ ଜିଲ୍ଲାରୁ ସର୍ବାଧିକ ୪ ଜଣ ଥିବା ବେଳେ ଭୁବନେଶ୍ୱର, କୋରାପୁଟ, ରାୟଗଡା, ସୁନ୍ଦରଗଡ ଜିଲ୍ଲାରୁ ଜଣେ ଲେଖାଏଁ ଅଛନ୍ତି ।

– ରାଜଧାନୀ ଭୁବନେଶ୍ୱରର ଜଣେ ୪୮ ବର୍ଷୀୟ ବ୍ୟକ୍ତିଙ୍କ ଜୀବନ ଯାଇଥିବା ବେଳେ ସେ ପୂର୍ବରୁ ଡାଇବେଟିସ ଓ ହାଇପରଟେନସାନ ରୋଗରେ ପୀଡିତ ଥିଲେ ।

– ଗଂଜାମ ଜିଲ୍ଲାର ଜଣେ ୪୮ ବର୍ଷୀୟ ବ୍ୟକ୍ତିଙ୍କ ଜୀବନ କରୋନାରେ ଯାଇଛି ।

– ଗଂଜାମର ଜଣେ ୪୫ ବର୍ଷୀୟ ବ୍ୟକ୍ତିଙ୍କ ଜୀବନ କରୋନାରେ ଯାଇଛି । ସେ ମଧୁମେହ ଓ ଉଚ୍ଚ ରକ୍ତଚାପରେ ଆକ୍ରାନ୍ତ ଥିଲେ ।

– ଗଂଜାମର ଜଣେ ୭୮ ଜଣଙ୍କ ଜୀବନ ବି ଯାଇଛି । ସେ ଦୀର୍ଘ ଦିନ ହେବ ହାଇପରଟେନସାନ ରୋଗରେ ପୀଡିତ ହୋଇ ଚିକିତ୍ସିତ ହୋଇଆସୁଥିଲେ ।

– ଜଣେ ୫୬ ବର୍ଷୀୟ ବ୍ୟକ୍ତିଙ୍କ ଜୀବନ ବି କରୋନା କାରଣରୁ ଯାଇଛି ।

– କୋରାପୁଟ ଜିଲ୍ଲାର ଜଣେ ୪୯ ବର୍ଷୀୟ ବ୍ୟକ୍ତିଙ୍କ ଜୀବନ ବି ଯାଇଛି ।

– ରାୟଗଡାର ଜଣେ ୩୮ ବର୍ଷୀୟ ବ୍ୟକ୍ତି ବି ପ୍ରାଣ ହରାଇଛନ୍ତି ।

– ସୁନ୍ଦରଗଡ ଜିଲ୍ଲାର ଜଣେ ୮୦ ବର୍ଷୀୟ ବୃଦ୍ଧଙ୍କ ଜୀବନ ବି କରୋନା କାରଣରୁ ଯାଇଥିବା ନେଇ ରିପୋର୍ଟ ଆସିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.