Below header

ଭିତରୁ ଏମିତି ଦେଖାଯାଏ କମେଡି କିଙ୍ଗ୍‌ କପିଲ ଶର୍ମାଙ୍କ ଘର, ଦେଖନ୍ତୁ ବଙ୍ଗଳା ଭିତରର ଫଟୋ

ଏକ ଛୋଟ ସହରରୁ ଆସି ଖୁବ୍‌ କମ୍‌ ଦିନ ମଧ୍ୟରେ ମୁମ୍ବାଇରେ ନିଜ ପରିଚୟ ସୃଷ୍ଟି କରିଥିବା କପିଲ ଶର୍ମା କମେଡି କିଙ୍ଗ୍‌ ଭାବେ ଘରେ ଘରେ ପରିଚିତ। କପିଲଙ୍କ ଗଣତି ଟିଭିର ସବୁଠୁ ଦାମୀ ଷ୍ଟାରଙ୍କ ମଧ୍ୟରେ ହୋଇଥାଏ। ମୁମ୍ବାଇରେ କପିଲଙ୍କର ଏକ ସୁନ୍ଦର ଘର ରହିଛି। ସେଠାରେ ସେ ନିଜ ପତ୍ନୀ, ଝିଅ ଓ ମା’ଙ୍କ ସହ ରହୁଛନ୍ତି। ଲକ୍‌ଡାଉନ୍‌ ଯୋଗୁ ଦୀର୍ଘ ୪ ମାସ ଧରି କପିଲ ଘରେ ବସିରହିଥିଲେ ବି ତାଙ୍କ ଲାଇଫ୍‌ଷ୍ଟାଇଲରେ କୌଣସି ପରିବର୍ତ୍ତନ ଘଟିନାହିଁ।

kapil

ପ୍ରତିବର୍ଷ କପିଲ କୋଟି କୋଟି ଟଙ୍କା ଟ୍ୟାକ୍ସ ପୈଠ କରିଥାନ୍ତି। ଟ୍ୟାକ୍ସ ଦେବା ମାମଲାରେ ସେ ବହୁ ବଲିଉଡ୍‌ ସୁପରଷ୍ଟାରଙ୍କ ଠାରୁ ବି ଆଗରେ ଅଛନ୍ତି।

kapil2

ରିପୋର୍ଟ ମୁତାବକ କପିଲ ଶର୍ମା ବର୍ଷକୁ ପ୍ରାୟ ୩୦ କୋଟି ଟଙ୍କା ରୋଜଗାର କରୁଛନ୍ତି। ତାଙ୍କ ନେଟ୍‌ ଓ୍ଵର୍ଥ ହେଉଛି ପ୍ରାୟ ୧୭୦ କୋଟି।
କପିଲଙ୍କର ଘର ବିଷୟରେ କହିବାକୁ ଗଲେ ତାଙ୍କର ମୁମ୍ବାଇରେ ଗୋଟିଏ ଓ ପଞ୍ଜାବରେ ଗୋଟେ ବଙ୍ଗଳା ରହିଛି।

kapil3

ମୁମ୍ବାଇର ଅନ୍ଧେରୀ ୱେଷ୍ଟରେ ତାଙ୍କର ଏକ ଆଲିଶାନ୍‌ ଫ୍ଲାଟ୍‌ ରହିଛି। ଡିଏଚ୍‌ଏଲ୍‌ ଏନ୍‌କ୍ଲେଭରେ ଥିବା ଏହି ଫ୍ଲାଟର ଦାମ୍‌ ପ୍ରାୟ ୧୫ କୋଟି ଟଙ୍କା। କପିଲଙ୍କର ଏହି ଘର ବିଲ୍ଡିଂର ୯ମ ଫ୍ଲୋରରେ ରହିଛି।

kapil4

ସେହିଭଳି କପିଲଙ୍କ ହୋମ୍‌ଟାଉନ୍‌ ଅମୃତସରରେ ବି ଏକ ବଙ୍ଗଳା ରହିଛି। ବଙ୍ଗଳାର ଆନୁମାନିକ ମୂଲ୍ୟ ୨୫ କୋଟି ଟଙ୍କା। ଏହି ଲଗ୍‌ଜ୍ୟୁରି ଘରେ ସବୁ ପ୍ରକାରର ଅତ୍ୟାଧୁନିକ ସୁଖ ସୁବିଧା ଉପଲବ୍ଧ ଅଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.