Below header

କଣ ଆପଣ ଥଣ୍ଡା-ଜ୍ୱରରେ ପୀଡିତ ? ତାହେଲେ ଗୋଲମରୀଚ ଦେବ ଆପଣଙ୍କୁ ଯନ୍ତ୍ରଣାରୁ ମୁକ୍ତି

ଋତୁ ପରିବର୍ତ୍ତନ ପାଇଁ ଥଣ୍ଡା-ଜ୍ୱର ପ୍ରାୟ ସମସ୍ତଙ୍କୁ ହେଉଛି। ଆଉ ଏବେର କରୋନା ସମୟରେ ସାଧାରଣ ଥଣ୍ଡା-ଜ୍ୱର ହେଲେ ମଧ୍ୟ ଆପଣ କରୋନା ଭାବି ଭୟ କରିଯାଉଥିବେ। କିନ୍ତୁ ଆପଣ ଆଦୌ ବି ଭୟ କରିବାର ଆବଶ୍ୟକତା ନାହିଁ। କାହିଁକିନା ଆଜି ଆମେ ଆପଣଙ୍କ ପାଇଁ ଏମିତି ଏକ ଘରୋଇ ଉପାୟ ନେଇ ଆସିଛୁ ଯାହାଦ୍ୱାରା ଆପଣଙ୍କୁ ଥଣ୍ଡା-ଜ୍ୱରରେ ତୁରନ୍ତ ମୁକ୍ତି ମିଳିବ। ଗୋଲମରୀଚ ବ୍ୟବହାର ନା କେବଳ ଆପଣଙ୍କୁ ଫିଟ ରଖିଥାଏ ବରଂ କାଶ ଏବଂ ଜ୍ୱର ଭଳି ରୋଗ ଠାରୁ ମଧ୍ୟ ଦୂରରେ ରଖିଥାଏ। ତାହେଲେ ଆସନ୍ତୁ ଜାଣିବା ଏହି ଗୋଲ ମରୀଚର ଫାଇଦା ବିଷୟରେ।

  • ଅଧା ଚାମଚ ଗୋଲମରୀଚ ଚୂର୍ଣ୍ଣ ଏବଂ ଏକ ଚାମଚ ମିଶ୍ରି ମିଶାଇ ଏକ କପ୍‌ ଉଷୁମ କ୍ଷୀର ସହିତ ତିନି ଥର ପିଇବା ଦ୍ୱାରା ଥଣ୍ଡା-ଜ୍ୱରରୁ ଉପଷମ ମିଳିଥାଏ।
  • ପିଲାଙ୍କୁ ଗୋଲମରୀଚ ଚୂର୍ଣ୍ଣ ଘିଅ କିମ୍ବା ଚିନି ସହିତ ପ୍ରତିଦିନ ସକାଳ-ସଂନ୍ଧ୍ୟା ଚାଟିବା ଦ୍ୱାରା ଭୋକ ବଢ଼ିଥାଏ ଏବଂ ଦୁର୍ବଳ ଦୂର ହୋଇଥାଏ।
  • ୩-୪ଟି ଗୋଲମରୀଚ ଦାନାକୁ ଗୋଲାପଜଳ ସହିତ ପେଶି ରାତିରେ ଶୋଇବା ପୂର୍ବରୁ ଚେହେରାରେ ଲଗାନ୍ତୁ ଏବଂ ସକାଳୁ ଗରମ ପାଣିରେ ଚେହେରାକୁ ଧୋଇ ଦିଅନ୍ତୁ। ଏହାଦ୍ୱାରା ଚେହେରାରେ ବ୍ରଣ, କଳାଦାଗ ସଫା ହୋଇଯିବା ସହିତ ଚେହେରାରେ ଚମକ ଆସିଥାଏ।
  • ଚା ଏବଂ କ୍ଷୀରରେ ଗୋଲମରୀଚ ପିଇବା ଦ୍ୱାରା ଥଣ୍ଡାରୁ ହେଉଥିବା ଯନ୍ତ୍ରଣା ଠିକ ହୋଇଥାଏ। ସକାଳ ଗରମ ପାଣି ସହିତ ଗୋଲ ମରୀଚ ସେବନ କରିବା ଦ୍ୱାରା ରୋଗ ପ୍ରତିରୋଧକ କ୍ଷମତା ବଢ଼ିଥାଏ।
  • ଆଣ୍ଠୁ-ଗଣ୍ଠି, ବାତ ରୋଗ ଆଦି ସମସ୍ୟାରେ ଗୋଲମରୀଚ ତେଲ ମାଲିସ କଲେ ଏହି ରୋଗରୁ ଉପଷମ ମିଳିଥାଏ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.