ମୟୁରଭଞ୍ଜ: ଛେଳି ଚରାଇବାକୁ ଯାଇ ଆଉ ଫେରିଲେନି ୪ର୍ଥ ଶ୍ରେଣୀ ଛାତ୍ରୀ ଶିଳ୍ପା , ଜଙ୍ଗଲରୁ ମିଳିଲା ଶବ, ପୋଲିସର ତଦନ୍ତ ଜାରି

କରଞ୍ଜିଆ(ବ୍ୟୁରୋ):  ଛେଳି ଚରାଇବାକୁ ନିଖୋଜ ହୋଇଥିବା ଛାତ୍ରୀଙ୍କ ଜଙ୍ଗଲରୁ ଶବ ଉଦ୍ଧାର। ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲା ମହୁଲଡିହା ଥାନା ଅନ୍ତର୍ଗତ ଚମ୍ପାଝର ଦିଲଗଞ୍ଜ ଗାଁରେ।

ମିଳିଥିବା ସୂଚନା ମୁତାବକ ଗତ ଶୁକ୍ରବାର ସକାଳୁ ୯ଟା ବେଳେ ଜଙ୍ଗଲକୁ ଛେଳି ଚୋରାଇବାକୁ ଯାଇଥିଲା ଦିଲଗଞ୍ଜ ଗ୍ରାମର ସର୍ଗତ ସୁନ୍ଦର ଖୁଣ୍ଟିଆଙ୍କ ଚତୁର୍ଥ ଶ୍ରେଣୀରେ ପାଠ ପଢୁଥିବା ଝିଅ ଶିଳ୍ପା। ତା ସାଥିରେ ସେହି ଗ୍ରାମର ଜଣେ ଯୁବକ ମଧ୍ୟ ଛେଳି ଚରାଇବାକୁ ଯାଇଥିଲେ। ସନ୍ଧ୍ୟା ହେବା ପରେ ମଧ୍ୟ ଛେଳି ଚୋରାଇବାକୁ ଯାଇଥିବା ଶିଳ୍ପପା ଘରକୁ ନ ଫେରିବାରୁ ପରିବାର ଲୋକେ ବହୁ  ଖୋଜାଖୋଜି କରିଥିଲେ। ପରେ ଶିଳ୍ପାକୁ ନପାଇ ସାଙ୍ଗରେ ଯାଇଥିବା ଗ୍ରାମର ଯୁବକ ଜଣଙ୍କୁ ଯାଇ ପଚାରିଥିଲେ। ଶିଳ୍ପାଙ୍କ ପରିବାର ସଦସ୍ୟଙ୍କ ପ୍ରଶ୍ନରୋ ଉତ୍ତର ରଖିବାକୁ ଯାଇ ଯୁବକ ଜଣକ କହିଥିଲେ, ଜଙ୍ଗଲରେ ସେ ଅନ୍ୟ ଦିଗରେ ଛେଳି ଗୁଡିକୁ ଚରାଇ ଆଣି ଫେରି ଆସିଛନ୍ତି।

ତେଣୁ ଶିଳ୍ପାଙ୍କ ଫେରିବା ସମ୍ପର୍କରେ ଯାଣି ନଥିବାର କହିଥିଲେ। ପରେ ଶନିବାର ଦିନ ପରିବାର ଲୋକେ ଜଙ୍ଗଲ ଭିତର ହୁଡ଼ି ପଥର ଉପରେ ଶିଳ୍ପାଙ୍କ ମୃତ ଦେହ ଦେଖିବାକୁ ପାଇଥିଲେ। ଏହି ଘଟଣାରେ ମହୁଲଡିହା ଥାନା ପୋଲିସ ଓ ଉପଖଣ୍ଡ ପୋଲିସ ଅଧିକାରୀ ସତ୍ୟବିକାଶ ଭୂୟାଁ,ଠାକୁରମୁଣ୍ଡା ଥାନା ଅଧିକାରୀ ନିରୋଜ କୁମାର ସାମଲ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ବାଳିକାର ମୃତ୍ୟୁ ଘଟଣା ସନ୍ଦେହ ଉପୁଜିଥିବାରୁ ସାଇଣ୍ଟିଫିକ ଟିମ ସହ ସନ୍ଧାନୀ କୁକୁରର ଆଜି ଘଟଣା ସ୍ଥଳକୁ ଯାଇ ତଦନ୍ତ ଆରମ୍ଭ କରିଛନ୍ତି ।

You might also like