ଖେଳୁ ଖେଳୁ ଜୀଅନ୍ତା ସାପ ସହିତ ଚୋବାଇଦେଲା ବର୍ଷକର ଶିଶୁ, ଆଉ ହେଲା କିଛି ଏମିତି

ଉତ୍ତର ପ୍ରଦେଶର ବରେଲି ଜିଲ୍ଲାରେ ଏମିତି ଏକ ଘଟଣା ଘଟିଛି, ଯାହା ବିଷୟରେ ଜାଣିଲେ ଆପଣ ହୁଏତ ଚମକି ପଡିବେ। ଏଠିକାର ଫତେହଗଞ୍ଜ ପଶ୍ଚିମି ଏକ ଗାଁରେ ଖେଳ ଖେଳରେ ଏକ ବର୍ଷର ଶିଶୁ ଜୀବନ୍ତ ସାପ ଗିଳି ଦେଇଥିଲା। ପିଲାର ମା ସାପର ଲାଞ୍ଜ ପୁଅ ପାଟିରେ ରହିଥିବା ଦେଖି ତୁରନ୍ତ ସାପର ଲାଞ୍ଜ ଧରି ପିଲା ପାଟିରୁ ଟାଣି ବାହାର କରିଛନ୍ତି।

ଫତେହଗଞ୍ଜ ପଶ୍ଚିମିର ଗାଁ ଭୋଲାପୁର ବାସିନ୍ଦା ଧର୍ମପାଲ କହିବାନୁଯାୟୀ, ତାଙ୍କର ଏକ ବର୍ଷ ବୟସର ପୁଅ ଦେବେନ୍ଦ୍ର ଶନିବାର ସକାଳେ ଘର ବାହାରେ ଖେଳୁଥିଲା। ପିଲାର ମା ଘରକାମରେ ବ୍ୟସ୍ତ ଥିଲେ। ଧର୍ମପାଲ ନିଜ କାମରେ ଯିବାକୁ ପ୍ରସ୍ତୁତ ହେଉଥିଲେ। ସେହି ସମୟରେ ପିଲା ନିକଟକୁ ଅଚାନକ ଏକ ଛୁଆ ସାପ ଚାଲି ଆସିଥିଲା। ପିଲାଟି ଗେଲରେ ସାପଟିକୁ ଧରି ଖେଳିବାକୁ ଲାଗିଥିଲା। ଏହା ପରେ ସେ ସାପଟିକୁ ପାଟିରେ ଧରି ଗିଳିବା ଆରମ୍ଭ କରିଥିଲା ଏବଂ ସାପଟି ଧିରେ ଧିରେ ପାଟି ଭିତରକୁ ଯିବାରେ ଲାଗିଥିଲା।

child

ପିଲାର ମା ସୋମବତୀ ଦେବେନ୍ଦ୍ର ଅଧିକ ସମୟ ହେଲା କିଛି ଖାଉଥିବା ଏବଂ ଲଗାତାର ପାଟି ଚବାଉଥିବା ଦେଖିବାକୁ ପାଇଥିଲେ। ସୋମବତୀ ପାଖକୁ ଯାଇ ଦେଖିଲେ ପୁଅ ପାଟିରେ ସାପର ଲାଞ୍ଜ ଦେଖା ଯାଉଛି। ତୁରନ୍ତ ସେ ଲାଞ୍ଜ ଧରି ପାଟିରୁ ଟାଣି ବାହାର କରିଥିଲେ। ଏହା ପରେ ସାପ ଓ ଦେବେନ୍ଦ୍ରକୁ ଧରି ଜିଲ୍ଲା ହସ୍ପିଟାଲ ପହଞ୍ଚିଥିଲେ। ଡାକ୍ତର ପିଲାଟିକୁ ହସ୍ପିଟାଲରେ ଭର୍ତ୍ତି କରି ଚିକିତ୍ସା କରିଥିଲେ। ବିପଦମୁକ୍ତ ହେବା ପରେ ମେଡିକାଲରୁ ଡିସଚାର୍ଜ କରିଥିଲେ।

ବର୍ଷକର ଛୁଆ ଗିଳିଥିବା ସାପର ଲମ୍ବ ସାତ ଇଞ୍ଚ। ପିଲା ସାପକୁ ମୁହଁରେ ଧରି ଚୋବାଇବାକୁ ଉଦ୍ୟମ କରିଥିଲା। ଫଳରେ ପାଟି ଭିତରେ ଅଣନିଃଶ୍ଵାସୀ ହୋଇ ସାପଟି ମରି ଯାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.