ପୁରୁଣା ଯାନବାହାନ ପାଇଁ ମୋଦି ସରକାର ଆଣିବାକୁ ଯାଉଛନ୍ତି ନୂଆ ଆଇନ

ଯଦି ଆପଣଙ୍କ ଗାଡି ପୁରୁଣା ହେଇଯାଇଛି ଆଉ ଆପଣ ତାକୁ ବିକିଦେବାକୁ ଚାହୁଁଛନ୍ତି । ତେବେ ଚିନ୍ତା କରନ୍ତୁନି, କେନ୍ଦ୍ର ସରକାର ଏନେଇ ଏକ ନୂଆ ନିୟମ ଜାରି କରିବାକୁ ଯାଉଛନ୍ତି । କେନ୍ଦ୍ର ପରିବେଶ ମନ୍ତ୍ରୀ ପ୍ରକାଶ ଜାଭେଦକର ହିଁ ଏବାବଦରେ ସୂଚନା ଦେଇଛନ୍ତି । ଶ୍ରୀ ଜାଭେଦକରଙ୍କ ଅନୁଯାୟୀ ଏନେଇ ଦୀର୍ଘ ଦିନ ଯୋଜନା ପ୍ରସ୍ତୁତ ହୋଇଆସୁଥିବା ବେଳେ ଖୁବ ଶୀଘ୍ର ହିଁ ଏନେଇ ଏକ ନୂଆ ଆଇନ ପ୍ରଣୟନ ହେବାକୁ ଯାଉଛି । ମନ୍ତ୍ରୀ ଏହା ମଧ୍ୟ କହିଛନ୍ତିକି, ପୁରୁଣା ବାହାନ ଗୁଡିକର କବାଡ଼ ନୀତି ପ୍ରସ୍ତାବ ପ୍ରସ୍ତୁତ ହୋଇଯାଇଥିବା ବେଳେ ସମସ୍ତ ପକ୍ଷ ଏହା ଉପରେ ନିଜ ନିଜ ମତ ରଖିସାରିଛନ୍ତି । ଏହା ପୂର୍ବରୁ କେନ୍ଦ୍ର ସଡକ ଓ ପରିବହନ ମନ୍ତ୍ରୀ ନିତିନ ଗଡ଼କରୀ ପୁରୁଣା ଗାଡି ଗୁଡିକ ରିସାଇକ୍ଲିଂଗ ନେଇ ମତ ଦେଇଥିଲେ ।

ଗଡକାରୀ ଏହା ମଧ୍ୟ କହିଥିଲେକି, ନୂଆ ଆଇନ ପ୍ରଣୟନ ହେଲେ ଅତି ସହଜରେ ପୁରୁଣା କାର, ଟ୍ରକ, ବସ ଆଦିକୁ ଖୁବ ଶୀଘ୍ର କବାଡ଼ି ଖାନାକୁ ପଠାଇ ଦିଆଯିବ । ଗଡକାରୀଙ୍କ ଅନୁଯାୟୀ, ପାଞ୍ଚ ବର୍ଷ ଭିତରେ ଭାରତର ସମସ୍ତ ଯାନବାହାନ ପାଇଁ ଏକ ବୀନିର୍ମାଣ କେନ୍ଦ୍ର ବା ରିସାଇକ୍ଲିଂଗ କେନ୍ଦ୍ର ପ୍ରତିଷ୍ଠା ହେବ । ଯେଉଁଥିରେ ସମସ୍ତ ଇନ୍ଧନ ଯେମିତିକି ଇଥାନାଲ, ମିଥେନାଲ, ବାୟୋ- ସିଏନଜି, ଏଏନଜି, ଇଲେକ୍ଟ୍ରିକ ସହ ହାଇଡ୍ରୋଜେନ ଇନ୍ଧନ ଚଳିତ ଗାଡି ଗୁଡିକୁ ଅତି କମ ସମୟ ଓ ଅତି ସହଜରେ ରିସାଇକ୍ଲିଂଗ କରାଯାଇପାରିବ ।

Leave A Reply

Your email address will not be published.