କରୋନା ସଂକ୍ରମଣରେ  ରେକର୍ଡ କଲା ଓଡିଶା,ଆଜି ୩୮୧୦ କରୋନା ପଜିଟିଭ୍ ଚିହ୍ନଟ

କେନ୍ୟୁଜ୍(ବ୍ୟୁରୋ):  କରୋନା ସଂକ୍ରମଣରେ  ରେକର୍ଡ କଲା ଓଡିଶା । ଆଜି ରାଜ୍ୟର ୩୦ ଜିଲ୍ଲାରୁ ୩୮୧୦ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବାର ସ୍ବାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ଟ୍ବିଟ  କରି ସୂଚନା ଦେଇଛି । ଆଜିର ଆକ୍ରାନ୍ତଙ୍କ ମଧ୍ୟରେ କ୍ବାରେଣ୍ଟାଇନରୁ ୨୨୮୬ ଓ ସ୍ଥାନୀୟ ସଂକ୍ରମିତଙ୍କ ମଧ୍ୟରେ ୧୫୨୪ ଜଣ ଆକ୍ରାନ୍ତ  ଚିହ୍ନଟ ହୋଇଛନ୍ତି।

ଆଜିର ଆକ୍ରାନ୍ତଙ୍କ ମଧ୍ୟରେ ଅଛନ୍ତି  ଅନୁଗୁଳର ୭୩, ବାଲେଶ୍ବରର ୧୨୦, ବରଗଡର ୩୯୬,ଭଦ୍ରକର ୧୦୭,ବଲାଙ୍ଗିରର ୪୩, ବୌଦ୍ଧର ୨୯, କଟକର ୩୩୨,ଦେବଗଡର ୭, ଢେଙ୍କାନାଳର ୫୧,ଗଜପତିର ୨୦, ଗଞ୍ଜାମର ୧୦୮,ଜଗତସିଂହପୁରର ୬୭,ଯାଜପୁରର ୨୫୨,ଝାରସୁଗୁଡାର ୧୯୨,କଳାହାଣ୍ଡିର ୫୭,କନ୍ଧମାଳର ୪୫,କେନ୍ଦ୍ରାପଡାର ୧୦୩, କେନ୍ଦୁଝରର ୮୪,ଖୋର୍ଦ୍ଧାର ୭୯୭,କୋରାପୁଟର ୮୪, ମାଲକାନଗିରି ୩୭, ମୟୂରଭଞ୍ଜର ୧୪୨,ନବରଙ୍ଗପୁରର ୭୮, ନୟାଗଡର ୬୨, ନୂଆପଡାର ୯୩,ପୁରୀର ୧୧୭,ରାୟଗଡାର ୧୦୧,ସମ୍ବଲପୁରର ୮୩,ସୋନପୁରର ୧୦୬,ସୁନ୍ଦରଗଡର ୩୪ ଚିହ୍ନଟ ହୋଇଛନ୍ତି। ଏହି ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୨୪୦୩୧ରେ ପହଞ୍ଚିଛି। ଏଥିରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ୯୩୭୭୪। ବର୍ତ୍ତମାନ ଆକ୍ଟିଭ୍ କେସ ରହିଛି ୨୯୬୫୮।

 

Leave A Reply

Your email address will not be published.