Below header

ଶୁଖିଲା ପାଉଁରୁଟି ଖାଇ ବିରକ୍ତ ହେଇ ଗଲେଣି କି, ତେବେ ଥରେ “ବ୍ରେଡ ବରା” କରି ଚାଖନ୍ତୁ

ବ୍ରେଡକୁ ସାଧାରଣତଃ ଆମେ ଜାମ କିମ୍ବା ବଟର ସହିତ ଅଥବା ସାଂଡବିଚ ଆଦି ପ୍ରସ୍ତୁତ କରି ଖାଇଥାଉ । ନଚେତ କେବେ କେବେ ବ୍ରେଡ ପକୋଡା କିମ୍ବା ବ୍ରେଡରେ ରୋଲ ପ୍ରସ୍ତୁତ କରି ବି ଖାଇଥାଉ । କେବେ ଭାବିଛନ୍ତିକି ବ୍ରେଡରେ ଟେଷ୍ଟି ବରା ବି ପ୍ରସ୍ତୁତ କରାଯାଇପାରିବ | ଆଉ ଜାଣି ଆଶ୍ଚର୍ଯ୍ୟ ହେବେ ବ୍ରେଡରେ ତିଆରି ହୋଇଥିବା ବରା ସାଧାରଣ ବିରି ବରା ଠାରୁ ଟେଷ୍ଟରେ କୌଣସି ଗୁଣରେ କମ ନୁହେଁ । ତେବେ ସନ୍ଧ୍ୟା ଜଳଖିଆରେ କିଛିଟା ଭିନ୍ନତା ଆଣିବା ପାଇଁ ଆଉ ଏକ ନୂଆ ସ୍ୱାଦ ଚାଖିବା ପାଇଁ ଆଜି “ବ୍ରେଡ ବରା”ର ପ୍ରସ୍ତୁତି ପ୍ରଣାଳୀ ବିଷୟରେ ଜାଣି ରଖନ୍ତୁ ଓ ଘରେ ପ୍ରସ୍ତୁତ କରି ଟେଷ୍ଟ ବି କରନ୍ତୁ ।

ଆବଶ୍ୟକୀୟ ସାମଗ୍ରୀ:

– 6 ଟି ବ୍ରେଡ ସ୍ଲାଇସ

– ଅଧା କପ ଦହି

– ଅଧା କପ ଚାଉଳ ଗୁଣ୍ଡ

– କିଛି ସୁଜି

– ଗୋଟେ ଚାମଚ ଜିରା

 

ब्रेड मेदु वड़ा (Bread medu vada recipe in Hindi) रेसिपी बनाने की विधि in  Hindi by Monika Sharma - Cookpad

– ଗୋଟେ ପିଆଜ

– ଅଦା ଖଣ୍ଡେ

– ଧନିଆ ପତ୍ର

– ଲୁଣ ସ୍ୱାଦ ଅନୁସାରେ

– ଭୃସଙ୍ଗ ପତ୍ର

– ତେଲ

– କିଛି କଟା ଯାଇଥିବା ଲଙ୍କା

ପ୍ରସ୍ତୁତି ପ୍ରଣାଳୀ:

ପ୍ରଥମେ ଏକ ବାଉଲରେ ବ୍ରେଡ ଖଣ୍ଡ, ଦହି, ଚାଉଳ ଗୁଣ୍ଡ, ସୁଜି ଆଦିକୁ ଭଲ ଭାବରେ ମିକ୍ସ କରି ଦିଅନ୍ତୁ । ୨୦ ରୁ ୩୦ ମିନିଟ ପାଇଁ ଛାଡି ଦିଅନ୍ତୁ । ଏବେ ସେଥିରେ ବାକି ଜିନିଷ ଗୁଡିକ ମିଶାଇ ଦିଅନ୍ତୁ | ଏବେ ଏକ କଡେଇରେ ତେଲ ଗରମ କରନ୍ତୁ । ଏବେ ପୂର୍ବରୁ ପ୍ରସ୍ତୁତ ହୋଇଥିବା ମିଶ୍ରଣକୁ ହାତରେ ଛୋଟ ଛୋଟ ବରା ପ୍ରସ୍ତୁତ କରି ଛାଣି ଦିଅନ୍ତୁ । ଗାଢ଼ ସୁନେଲି ରଙ୍ଗ ହେବା ପର୍ଯ୍ୟନ୍ତ ଛାଣି ଦିଅନ୍ତୁ । ଏବେ ଗରମ ଗରମ ମୁସମୁସ ବରା କୁ ନିଜ ପସନ୍ଦର ଚଟଣି ସହିତ ଚାଖନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.